ଭାକ୍ସିନ ସାର୍ଟିଫିକେଟ ନଥିଲେ ମିଳିବନି ମଦ। ଜାରି ହେଲା କଡା କଟକଣା। ଜାଣନ୍ତୁ ସମ୍ପୂର୍ଣ୍ଣ

ବର୍ତ୍ତମାନ ଦେଶରେ କରୋନାର ଦ୍ଵିତୀୟ ଲହରୀ ଚାଲିଛି।ଯେଉଁଥିରେ ଅଧିକ ଲୋକ ସଂକ୍ରମଣ ହେବା ସହ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ତେଣୁ ସବୁ ସ୍ଥାନରେ ସଂକ୍ରମଣକୁ ଅଟକାଇବା ପାଇଁ ଅନେକ ପ୍ରକାର କଡା ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ରାଜ୍ୟରେ ଜୁନ ୧୭ ପର୍ଯ୍ୟନ୍ତ ଲକଡାଉନ ଚାଲିଛି ଏହା ସହ ଏବେ ମଦ ପିଉଥିବା ଲୋକଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଁଚିଛି। ଏହା ହେଉଛି ଯେଉଁ ବ୍ୟକ୍ତି ଟୀକା ନେଇଥିବେ ସେହି ବ୍ୟକ୍ତିହିଁ କେବଳ ପ୍ରମାଣ ପତ୍ର ଦେଖାଇ ମଦ ନେଇପାରିବେ। ଏହି କଡା ପଦକ୍ଷେପ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଗ୍ରହଣ କରାଯାଇଛି।

Google

ଏହା କେବଳ ସଂକ୍ରମଣକୁ ଅଟକାଇବା ପାଇଁ କରଯାଇଛି।କାରଣ ମଦ ଦୋକାନରେ ଅଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିଲା। ଏହାକୁ ମଧ୍ୟ ଲୋକ ସ୍ୱାଗତ ଜଣାଇ ଭାକ୍ସିନ ସାର୍ଟିଫିକେଟ ଆଣି ମଦ ନେଉଛନ୍ତି। କଲେକ୍ଟରଙ୍କ ଆଦେଶ କ୍ରମେ ସେଠାରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି।କଲେକ୍ଟର ଏହା ମଧ୍ୟ ନିର୍ଦେଶ ଦେଇଛନ୍ତି ଯଦି କୌଣସି ଦୋକାନୀ ଟୀକା ନେଇନଥିବା ଲୋକଙ୍କୁ ମଦ ଦେବ ତା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ଆପଣଙ୍କୁ କହିରଖିବୁ ସୂଚନା ଅନୁସାରେ ଉତ୍ତରପ୍ରଦେଶ ସରକରଙ୍କ ଦ୍ଵାରା ଏପରି କୌଣସି ନିର୍ଦେଶ କରାଯାଇନାହିଁ।କିନ୍ତୁ ଇଟାୱା ଜିଲ୍ଲାରେ ଅଧିକ ସଂକ୍ରମଣ ହେଉଥିବାରୁ ସେଠାକର କଲେକ୍ଟର ହେମସିଙ୍ଗ ଏପରି କଡା କାର୍ୟନୁଷ୍ଠାନ ନେଇଛନ୍ତି ବୋଲି ଜଣା ଯାଇଛି।

Google

ଏହାକୁ ନେଇ ଅନେକ ଲୋକ କହିଛନ୍ତିକି ଏହା ଠିକ କିନ୍ତୁ ପ୍ରମାଣ ପତ୍ର ବାଧ୍ୟତାମୂଳକ କରିବା ଠିକ ନୁହେଁ। ଆପଣଙ୍କୁ କହିରଖିବୁ ଆଉଏକ କଡା ଆଇନ ଜିଲ୍ଲାପାଳ କରିଛନ୍ତିକି ଯେଉଁ ସରକାରୀ ଅଧିକାରୀ ଏବେ ପର୍ଯ୍ୟନ୍ତ ଟୀକା ନେଇନାହାନ୍ତି ତାଙ୍କୁ ମାସ ଶେଷରେ ଦରମା ମିଳିବ ନାହିଁ।ଆପଣଙ୍କୁ ଏହା ମଧ୍ୟ କହିରଖିବୁ ଫିରୋଜାବାଦରେ କିଛି ସରକାରୀ କର୍ମଚାରୀ ଏବେ ପର୍ଯ୍ୟନ୍ତ ଟୀକା ନେଇନାହାଁନ୍ତି।

ଏହା ଶୁଣିବା ପରେ ବାଧ୍ୟତାମୂଳକ ଅନେକ ଟୀକା ନେଇନଥିବା କର୍ମଚାରୀ ଶୀଘ୍ର ଟୀକାରେ ଭାଗ ନେବାକୁ ବାହାରିଛନ୍ତି। କାରଣ ଅନେକ କର୍ମଚାରୀ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେଉନଥିବା ଜଣାପଡିଥିଲା ଯାହା ପରେ ଏପରି କାର୍ଜ୍ଞାନୁଷ୍ଠାନ ନିଆଯାଇଛି। ସବୁ ସରକାରୀ କର୍ମଚାରୀଙ୍କୁ ୩ ଦିନ ମଧ୍ୟରେ ଟୀକାନେଇ ସାର୍ଟିଫିକେଟ ଦାଖଲ କରିବାକୁ କହିଛନ୍ତି ଜିଲ୍ଲା ପ୍ରବେସନ ଅଧିକାରୀ ଡକ୍ଟର ପ୍ରଭା ଶଙ୍କର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *