କରୋନା ସଂକ୍ରମିତ ଶ୍ୱଶୁରଙ୍କୁ କାନ୍ଧରେ ପକାଇ ମେଡ଼ିକାଲ ଆଣିଲା ବୋହୁ। ପୁଅ ଅନୁପସ୍ଥିତିରେ ଶ୍ୱଶୁର ଜୀବନ ବଞ୍ଚାଇ ସୃଷ୍ଟି କଲା ଉଦାହରଣ।

ହିନ୍ଦୁ ଧର୍ମରେ ବୋହୁକୁ ଘରର ଲଷ୍ମୀ ମାନାଯାଇଛି। ଗୋଟେ ପରିବାରକୁ ଯେବେ ନୂଆ ବୋହୁଟିଏ ଆସେ ଆମେ ଆମେ ଘରକୁ ଲଷ୍ମୀ ଆସିଛି ବୋଲି କହିଥାଉ। ବୋହୁଟି ନିଜ ପରିବାର ଛାଡି ଯେବେ ଶାଶୁ ଘରକୁ ଯାଏ ସେଠାରେ ସେ ଆଉଏକ ପରିବାର ପାଇଥାଏ ଓ ଶାଶୁଘର ଲୋକ ଏକ ବୋହୁକୁ ପାଇ ଶାଶୁ ଶଶୁର ଏକ ଝିଅ ମଧ୍ୟ ପାଇଥାନ୍ତି। ଆଜି ଜଣେ ବୋହୁ ପୁଅର କାମ କରି ଦେଖାଇଦେଇଛି। ଶଶୁରଙ୍କ ଜୀବନ ବଞ୍ଚାଇ ସୃଷ୍ଟି କରିଛି ଉଦାହରଣ। ଏହି ଘଟଣା ଆସାମର ଭାଟିଆଓରେ ଦେଖିବାକୁ ମିଳିଛି।

Google

ବୋହୁଟି ଏପରି କାମ କରିଛି ଯାହାକୁ ଶୁଣି ସମସ୍ତେ ତାର ପ୍ରଶଂସା କରୁଛନ୍ତି। ଜଣେ ବୋହୁ ନିଜ ଶଶୁରଙ୍କୁ କାନ୍ଧରେ ବସାଇ ମେଡିକାଲ ଯାଏ ଆଣି ତାଙ୍କ ଜୀବନ ବଞ୍ଚାଇଛନ୍ତି।ପୁରା ଘଟଣା ହେଉଛି ଆସାମର ଭାଟିଆଓରେ ରୁହନ୍ତି ୭୫ ବର୍ଷୀୟ ଥୁଲେଶ୍ଵର ଦାସ। ତାଙ୍କ ପୁଅ ବାହାରେ ରୁହେ। ଅଳ୍ପଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ।ଏହା ପରେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଥିଲା କିନ୍ତୁ ବୋହୁ ଜଣଙ୍କ ହାର ନମାନି ସାହସରେ ସହ ଶଶୁରଙ୍କୁ କାନ୍ଧରେ ବସାଇ ମେଡିକାଲ ପର୍ଯ୍ୟନ୍ତ ଆଣିଥିଲେ।

Google

ତାଙ୍କ ବୋହୁ ନିହାରିକାଙ୍କୁ ଏବେ ଚାରିଆଡୁ ଲୋକ ପ୍ରଶଂସା କରୁଛନ୍ତି। ଏଭଳି ବୋହୁ ସମସ୍ତଙ୍କୁ ମିଳୁବୋଲି ଥୁଲେଶ୍ଵର ମଧ୍ୟ କହିଛନ୍ତି। ଶଶୁର କରୋନାରେ ଆକ୍ରାନ୍ତ ହେବାପରେ ସେ ଘରେ। ଶଶୁରଙ୍କ ଯତ୍ନ ନେଉଥିଲେ ମାତ୍ର ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରେ ଲାଗିଥିଲା ଓ ପାଖରେ କେହି ନଥିଲେ। ଆଜି ବୋହୁ ନିହାରିକାଙ୍କ ପାଇଁ ଶଶୁର ନୂଆ ଜୀବନ ପାଇଛନ୍ତି। ଦୁଃଖଦ କଥାଏହାକି ଏବେ ନିହାରିକା ମଧ୍ୟ କରୋନାରେ ସଂକ୍ରମିତ କିନ୍ତୁ ଦୁହିଁଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଥିବା ଜଣାପଡିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *