ଗୁଜୁରାଟରେ ମହିଳାମାନଙ୍କର ଛୋଟ ଆରମ୍ଭ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା କମାଉଥିବା ଏକ ଭୋଜନାଳୟ ହେଇପାରିଛି। ଅଧିକାଂଶ ଲୋକଙ୍କର ଇଚ୍ଛା ଥାଏ ଯେ ସେମାନେ ଜୀବନରେ କିଛି ବଡ଼ ଲକ୍ଷ୍ୟହାସଲ କରିବା ପାଇଁ। ମାତ୍ର ଖୁବକମ ଲୋକ ତାହା ନିଜ ଜୀବନରେ ହାସିଲ କରିପାରିଥାନ୍ତି। ଭାଗ୍ୟ ବଳରେ ହେଉ କିମ୍ବା ନିଜ କଠିନ ପରିଶ୍ରମ ଦ୍ଵାରା ବ୍ୟକ୍ତିଟିଏ ଜୀବନରେ ଲକ୍ଷ୍ୟ ହାସଲ କରିଥାଏ। ଆଜି ଏପରି ଏକ କାହାଣୀ ନେଇ ଆସିଛୁ ଯେଉଁଥିରେ ମହିଳାମାନେ ନିଜ କଠିନ ପରିଶ୍ରମ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା କମାଉଥିବା ଏକ ଭୋଜନାଳୟ କରିପାରିଛନ୍ତି।

ଆଜି ଆମେ କଥା ହେବା ଗୁଜୁରାଟର ଡ଼ାଙ୍ଗ୍ ଜିଲ୍ଲାର ଯେଉଁଠାରେ ମହିଳାମାନଙ୍କ ଏକ କ୍ଷୁଦ୍ର ସମୂହ ନିଜର ଏକ ଛୋଟ ଆରମ୍ଭକୁ ବଡ଼ ଲକ୍ଷ୍ୟରେ ପହଞ୍ଚେଇ ଦେଲେ।
କାହାଣୀ ହେଉଛି ଗୁଜୁରାଟର ଡ଼ାଙ୍ଗ୍ ଜିଲ୍ଲାର:-
୨୦୦୭ ମସିହାରେ ଗୁଜୁରାଟର ଡ଼ାଙ୍ଗ୍ ଜିଲ୍ଲାର କିଛି ଆଦିବାସୀ ମହିଳାମାନେ ଏକ ଭୋଜନାଳୟ ଖୋଲିବାକୁ ଚିନ୍ତା କଲେ। ଡ଼ାଙ୍ଗ୍ରେ ବସନ୍ତହଂସ ପାଖରେ ଗଙ୍ଗପୁର୍ ଇଲାକାରେ ନହରୀ ନାମକ ଏକ ଭୋଜନାଳୟ ଖୋଲିବାକୁ ଚିନ୍ତା କଲେ।
ଆପଣମାନଙ୍କୁ କହିଦେଉଛୁ କି ଏହି ଆଦିବାସୀ ଶବ୍ଦ ନହରୀ ର ଅର୍ଥ ହେଉଛି “ଅତିଥିମାନଙ୍କୁ ଖାଦ୍ୟ ଦେବା”। କାର୍ଯ୍ୟକର୍ତ୍ତା ମାନେ ଭୋଜନାଳୟର ଖାଦ୍ୟସୂଚୀକୁ ମଧ୍ୟ ଏକ ନୂତନ ଶୈଳୀରେ ଉପସ୍ଥାପନା କରିବାକୁ ଚିନ୍ତା କଲେ। ଶେଷରେ ଏହା ନିଷ୍ପତ୍ତି ନିଆଗଲା ଯେ ଖାଦ୍ୟ ଏକ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ କରାଯିବ। ତେଣୁ ଏହି ଭୋଜନାଳୟର ଖାଦ୍ୟସୂଚୀରେ କେବଳ ଗୋଟିଏ ଥାଳି ରଖିବାର ନିଷ୍ପତ୍ତି ନିଆଗଲା। ଏହି ଥାଳି ଡ଼ାଙ୍ଗ୍ ଥାଳି ନାମରେ ଜଣାଗଲା। ଏହି ଥାଳିରେ ଭାତ,ସବୁଜ ପନିପରିବାର ଏକ ତରକାରୀ,କଳା ଡ଼ାଲି,ଆଚାର ତଥା ଏକ ସବୁଜ ରଙ୍ଗର ଚଟନୀ ଏବଂ ଲାଲ୍ ଲଙ୍କା ରହିଛି।

୨୦୦୭ ମସିହାରେ ସ୍ୱୟଂ ସହାୟତା ସମୂହ କିଛି ଆଦିବାସୀ ମହିଳାମାନେ ଏକ ଭୋଜନାଳୟ ଖୋଲିବାକୁ ନିଶ୍ଚୟ କଲେ। ଗୁଜୁରାଟର ବସନ୍ତହଂସ ପାଖରେ ଗଙ୍ଗପୁର୍ ଇଲାକାରେ ନହରୀ ନାମକ ଏକ ଭୋଜନାଳୟ ଆରମ୍ଭ କଲେ। ଆଦିବାସୀ ଶବ୍ଦ ନହରୀ ର ଅର୍ଥ ହେଉଛି “ଅତିଥିମାନଙ୍କୁ ଖାଦ୍ୟ ଦେବା”। ଏହି ଭୋଜନାଳୟର ଏକ ବିଶେଷତ୍ୱ ହେଉଛି ଏଠାରେ ଖାଦ୍ୟ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ କରାଯାଏ। ତେଣୁ ଏଠାରେ କେବଳ ଗୋଟିଏ ଖାଦ୍ୟ ସୂଚୀ ରହିଛି ଆଦିବାସୀ “ଡ଼ାଙ୍ଗ୍ ଥାଳି”। ଏହି ଥାଳିରେ ଭାତ,ସବୁଜ ପନିପରିବା ର ଏକ ତରକାରୀ,କଳା ଡ଼ାଲି,ଆଚାର ତଥା ଏକ ସବୁଜ ରଙ୍ଗର ଚଟନୀ ଏବଂ ଲାଲ୍ ଲଙ୍କା ରହିଛି।
ପାରମ୍ପରିକ ଭୋଜନାଳୟ:-
ଖାଦ୍ୟ ସହିତ ଏହି ଭୋଜନାଳୟର ନିର୍ମାଣ ମଧ୍ୟ ପାରମ୍ପରିକ ଶୈଳୀରେ କରାଯାଇଛି। ଏହାର ନିର୍ମାଣଶୈଳୀ ଯେତେ ସାଧାରଣ ଦେଖାଯାଇଥାଏ ତାହା ସେତେ ଭିନ୍ନ ହେଇଥାଏ।ଏଠାରେ ମହିଳାମାନେ ପାରମ୍ପରିକ ସାମଗ୍ରୀରେ ଖାଦ୍ୟ ବାଢ଼ିଥାନ୍ତି। ଏହି ଛୋଟ କୁଡ଼ିଆରେ ଥିବା ଭୋଜନାଳୟକୁ ଦେଖି ଆପଣ ଚିନ୍ତାରେ ପଡିଯିବେ ଯେ ଏଠାରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଇଥାଏ।

ଗୋଟିଏ ଭୋଜନାଳୟରୁ ୧୩ ଟି ଭୋଜନାଳୟ ପର୍ଯ୍ୟନ୍ତ ଯାତ୍ରା:-
ଏହି ଭୋଜନାଳୟରେ ମିଳୁଥିବା ଚମତ୍କାର ଖାଇବା ଯୋଗୁଁ ଏହାର ୧୩ ଟି ଶାଖା ଖୋଲା ସରିଲାଣି। ପାଖାପାଖି ଏହା ୩ ଟି ଜିଲ୍ଲାରେ ବ୍ୟାପ୍ତ। ପ୍ରତ୍ୟେକ ଶାଖାରୁ ମାସିକ ୫୦,୦୦୦ଟଙ୍କା ଆୟ ହେଇଥାଏ। ନିଜ ସଫଳତାକୁ ଆଗକୁ ବଢ଼ାଇ ଏହି ନହରୀ କମ୍ୟୁନିଟି ନିଜର ଫୁଡ଼ ଟ୍ରକ୍ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଟ୍ରକ୍ ଆପଣଙ୍କୁ ସାପ୍ତାହିକ ବଜାର ପାଖରେ ନିଜର ସୁସ୍ୱାଦୁ ଖାଦ୍ୟ ପରସୁଥିବାର ମିଳିଯିବ।ବର୍ତ୍ତମାନ ଏହି ଭୋଜନାଳୟ ଏକ ନାମୀ କମ୍ପାନୀ ଭାବେ ଉଭା ହେଇଛି।
୨୦୦୭ ରେ ହେଇଥିବା ଏକ ଛୋଟ ଆରମ୍ଭ ଆଜି ଏକ ନାମୀ ବ୍ରାଣ୍ଡ୍ ଭାବେ ପରିଗଣିତ ହେଇପାରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।