ବେରୋଜଗାର ବସିଛନ୍ତି ତ ଏହି ଚାରିଟି କାମକୁ ଅନ୍ଲାଇନ କରି ଆପଣ ଲକ୍ଷ ଲକ୍ଷ ଟଙ୍କା କମାଇପାରିବେ, ଜାଣନ୍ତୁ କଣ ?

ଆଜି ଏହି ଡିଜିଟାଲ ଯୁଗରେ ସମସ୍ତ ମଣିଷ ଇଣ୍ଟରନେଟର ବ୍ୟବହାର କରିଥାନ୍ତି ଓ ଦିନ ସାରା ସୋସିଆଲ ମିଡିଆରେ ଅନ୍ଲାଇନ ରହିଥାନ୍ତି, ଏହିପରି ଆପଣଙ୍କର ପୁରା ଦିନ କଟିଯାଇଥାଏ। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଇଣ୍ଟରନେଟ ଜରିଆରେ ପଇସା କମାଇବା ପାଇଁ ତେବେ ଆମେ ଆପଣଙ୍କ ପାଇଁ ଏପରି ୪ଟି କାମ ନେଇକି ଆସିଛୁ ଯାହା ଦ୍ଵାରା ଆପଣ ଘରେ ବସି ଇଣ୍ଟରନେଟ ଜରିଆରେ ଅନ୍ଲାଇନ ଲକ୍ଷ ଲକ୍ଷ ଟଙ୍କା କମାଇପାରିବେ।

Google

ଆସନ୍ତୁ ଜାଣିବା କିପରି ବିନା କୌଣସି ଇନଭେସ୍ଟମେଣ୍ଟରେ ଏହି ୪ଟି ଅନ୍ଲାଇନ କାମ କରି ଆପଣ ଭଲ ପଇସା ରୋଜଗାର କମାଇପାରିବେ।

ଅନ୍ଲାଇନ ବ୍ଲୋଗିଙ୍ଗ:

ଆପଣ ଏକ ଡୋମେନ କିଣିପାରିବେ ଯାହା ଆଜିକାଲି ୫୦୦ ଟଙ୍କାରେ ମିଳିଯାଉଛି। ତାହାକୁ ବ୍ଲୋଗର ବା କୌଣସି ଅନ୍ୟ ପ୍ଲେଟଫାର୍ମରେ ହୋଷ୍ଟ କରି ସେଥିରେ ନିଜ ବ୍ରାଣ୍ଡ ପ୍ରମୋଟ କରିପାରିବେ। ଏହା ସହିତ ଆପଣଙ୍କୁ କଣ୍ଟେଣ୍ଟ ଲେଖିବା ପସନ୍ଦ ଯଦି ଆପଣ ନିଜ ପସନ୍ଦର ଲେଖି ପଇସା କମାଇପାରିବେ। ଏଥିପାଇଁ ଯେବେ ଆପଣଙ୍କର ବ୍ଲୋଗିଙ୍ଗରେ ଅଧିକ ଟ୍ରେଫିକ ଆସିବାରେ ଲାଗିବ ଆପଣ ଗୁଗଲ ଏଡ଼ମେନ୍ସରେ ନିଜ ୱେବସାଇଟ ଲିଙ୍କ କରିଦିଅନ୍ତୁ।ଯାହା ଦ୍ୱାରା ଏଡ଼ ଜରିଆରେ ଆପଣ ପଇସା ପାଇବେ।

ଏହା ସହିତବି ଆଜିକାଲି ଲୋକ ନିଜର ବ୍ଲୋଗରେ କୌଣସି ପ୍ରଡକ୍ଟ ବା ସର୍ଭିସକୁ ରିଭ୍ୟୁ କରି କରି ମଧ୍ୟ ପଇସା କମାଉଛନ୍ତି। ଏହା ସେହିପରି ଠିକ କାମ କରିଥାଏ ଯେପରି କୌଣସି ବିଲ୍ଡିଙ୍ଗରେ ବିଜ୍ଞାପନ ଲେଖାଯାଇଥାଏ ଓ ସେହି ବିଲ୍ଡିଙ୍ଗ ମାଲିକକୁ ତାର ଛାତ ବ୍ୟବହାର କରିଥିବାରୁ ପଇସା ଦିଆଯାଇଥାଏ।

Google
ସୋସିଆଲ ମିଡିଆ ମ୍ୟାନେଜର:

ଯଦି ଆପଣଙ୍କୁ ସୋସିଆଲ ମିଡ଼ିଆର ଉପଯୁକ୍ତ ଜଣାଶୁଣା ଅଛି ତ ଆପଣ ସେହି କମ୍ପାନୀ ମାନଙ୍କୁ ନିଜ ସେବା ଦେଇପାରିବେ ଯେଉଁମାନଙ୍କୁ ନିଜ ସୋସିଆଲ ହ୍ୟାଣ୍ଡେଲକୁ ମ୍ୟାନେଜ କରିବା ପାଇଁ ଜଣେ ଭଲ ଜାଣିଥିବା ଲୋକର ଆବଶ୍ୟକତା ଅଛି।

ଏହା ସହିତ ଆପଣ ଇଣ୍ଟରନେଟରେ ସର୍ଚ୍ଚ କରିବେ ତ ଆପଣ ପାଇବେ ସେଠାରେ ବହୁତ କମ୍ପାନୀ ସୋସିଆଲ ମ୍ୟାନେଜର ଆବଶ୍ୟକତା ପାଇଁ ଆଡ଼ଭଟାଇଜ ଦେଇଥିବେ। ଏହି କାମ ଦ୍ଵାରା ଆପଣ ମାସକୁ ୨୦ରୁ ୫୦ ହଜାର ପର୍ଯ୍ୟନ୍ତ ପଇସା କମେଇହେବ। ଯେବେ ଆପଣ ଅଧିକ ଜାଣିପାରିବେ ଅଧିକ ପଇସା ମଧ୍ୟ କମାଇବେ।

ଇ ବୁକ ଲେଖକ:

ଯଦି ଆପଣଙ୍କୁ ଲେଖିବାର ସୌକ ଅଛି ତ ଆପଣ ନିଜ ମନପସନ୍ଦର ସବଜେଟ ଉପରେ ଇ ବୁକ ଲେଖି ଅନ୍ଲାଇନ ପ୍ଲାଟଫୋର୍ମରେ ବିକ୍ରି କରିପାରିବେ ଯେମିତିକି ଆମାଜନ, କ୍ଲିପକାର୍ଟ ଆଦି,ଏହା ପାଇଁ ଆପଣଙ୍କୁ କୌଣସି ଡିଗ୍ରୀର ଆବଶ୍ୟକତା ନାହିଁ।

Google
ଏସଏଇଓ କଂସଲନେଟେଟ:

ଯଦି ଆପଣଙ୍କୁ ଏସଇଓ ବିଷୟରେ ବହୁତ ଧାରଣା ଅଛି ତ ଆପଣ ସେହି କମ୍ପାନୀ ମାନଙ୍କୁ ନିଜର ସେବା ଦେଇପାରିବେ ଯାହାଙ୍କ ୱେବସାଇଟ ଗୁଗଲରେ ଲିଷ୍ଟ ଅଛି। ଆପଣ ତାଙ୍କ ୱେବସାଇଟକୁ ଠିକ କରି ତାଙ୍କ ୱେବସାଇଟକୁ ଭଲ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିପାରିବେ।

ଆପଣ ଏହି ବ୍ୟବସାୟକୁ ଅନ୍ଲାଇନ କରିପାରିବେ। ଏହି ବ୍ୟବସାୟର ଆସିବାକୁ ଥିବା ସମୟରେ ଏତେ ସ୍କୋପ ଅଛିକି ଆପଣ ଚିନ୍ତା କରିପାରିବେନି। ଏବେ ଏବେ କହିବା ଏହି ବ୍ୟବସାୟରେ ପଇସାର ତ ଆପଣ ମାସକୁ ୫୦ ହଜାରରୁ ନେଇ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କମାଇବାକୁ ଲାଗିବ।

ଏହା ଥିଲା ସେହି ୪ଟି ବ୍ୟବସାୟ ଯାହା ଆପଣ ଘରେ ବସି ଇଣ୍ଟରନେଟ ଜରିଆରେ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *