ଦୁନିଆରେ ଏମିତି କିଛି ରେଳ ଷ୍ଟେସନ ଅଛି ଯାହା ବହୁତ ସୁନ୍ଦର ଏବଂ ଆକର୍ଷଣୀୟ।ଆମେ ଯେବେବି ବୁଲିବାକୁ ଯିବାର କଥା କହିଥାଉ ତ ଆମ ମନରେ ସବୁଠାରୁ ପ୍ରଥମେ ଆମ ଭାବନା ଜାଗା,ହୋଟେଲ ଓ ଖାଇବା ପିଇବା ଉପରେ ରୁହେ । ଆପଣଙ୍କ ପାଇଁ ଏହା ଏକ ମେମୋରୀ ହିସାବରେ ରୁହେ। ଆପଣଙ୍କ ଛୁଟିରେ ଖୁସି ଭରିଯାଉ ହେଲେ ଟ୍ରିପ ପ୍ଲାନ କରିବା ପୂର୍ବରୁ କଣ ସେହି ରାସ୍ତା ବିଷୟରେ ଭାବନ୍ତି ଯାହା ପାସ କରି ଆପଣଙ୍କ ସଵାରୀ ଯାଏ। କାହିଁକିନା ଏହି କଥା କେହି କେହି ଭାବନ୍ତି। କିଛି ଏମିତି ଜାଗା ଅଛି ଯାହା ମଧ୍ୟ ଦେଇ ଟ୍ରେନ ଗଲାବେଳେ ଦୃଶ୍ୟ ଦେଖିବା ଭଳି ହୋଇଥାଏ।ଏହି ସୁନ୍ଦର ଦୃଶ୍ୟ ପାଇଁ ଏହି ୧୦ ଟି ରେଲୱେ ଷ୍ଟେସନ ଦୁନିଆର ସବୁଠାରୁ ଉତ୍ତମ ଷ୍ଟେସନ ଅଟେ। ଆସନ୍ତୁ ଆମେ ଆପଣଙ୍କୁ ଏହି ୧୦ ଟି ଷ୍ଟେସନ ବିଷୟରେ କହିବୁ।

୧.ଛତ୍ରପତି ଶିବାଜୀ ଟର୍ମିନଲ,ମୁମ୍ବାଇ, ଭାରତ:
ଏହି ଷ୍ଟେସନ ବହୁତ ଆକର୍ଷଣୀୟ ଅଟେ। ଏହି ଷ୍ଟେସନର ଡିଜାଇନ ଫ୍ରେଡ଼ରିକ ୱିଲିୟମ ଷ୍ଟିବସ କରିଥିଲେ ଓ ଏହାକୁ କ୍ୱିନ ଭିକ୍ଟୋରିଆଙ୍କ ଗୋଲଡେନ ଯୁବଳି ସମ୍ମାନରେ ତିଆରି ହୋଇଥିଲା। ଏହା ଭିକ୍ଟୋରିୟାନ ଇଟେଲିୟାନ ଗାଁଥିକ ରିଭାଇଭଲ ଓ ପାରମ୍ପରିକ ଭାରତୀୟ ମୋଗଲ ଶୈଳୀର ଏକ ମିଶ୍ରଣ ଅଟେ ଓ ଏହାକୁ ୟୁନିସ୍କୋ ଦ୍ୱାରା ୱାଲର୍ଡ଼ ହେରିଟେଜ ସାଇଟରେ ସାମିଲ କରାଯାଇଛି।
୨.କନାଜୱା ଷ୍ଟେସନ, କନାଜୱା,ଜାପାନ:
ଏହାକୁ ଦେଖିଲେ ଆପଣ ଚମକି ପଡିବେ। ସତରେ ଷ୍ଟେସନର ବାସ୍ତୁକଳା ବହୁତ ଆକର୍ଷଣୀୟ ଅଟେ। କାହିଁକିନା ଏହା ପାରମ୍ପାରିକ ଓ ଆଧୁନିକ ଶୈଳୀର ଏହା ମିଶ୍ରଣ ଅଟେ।୩.କୁଆଲାଲମ୍ପୁର ରେଲୱେ ଷ୍ଟେସନ, ମାଲେସିଆ :-କହିବାକୁ ଗଲେ ଏହା ଅନନ୍ୟ ଅଟେ। ଏହା ବହୁତ ସୁନ୍ଦର ଏବଂ ମନକୁ ମୋହିତ କରିଦେବା ଷ୍ଟେସନ ଅଟେ। କୁଆଲାଲମ୍ପୁର ଷ୍ଟେସନ ଉଭୟ ପୂର୍ଵ ଓ ପଶ୍ଚିମରୁ ସୁନ୍ଦର ଅଟେ।ଏହାକୁ ଇଓ ମୁରି ମୋଗଲଇନଡୋ ସରେସନ୍ନିକ ଶୈଳୀରେ ତିଆରି କରାଯାଇଛି।

୪.ଗ୍ରାଣ୍ଡ ସେଣ୍ଟ୍ରାଲ ଟର୍ମିନଲ, ନ୍ୟୁୟର୍କ,ୟୁଏସଏ:
ଯେବେ ଦେଖିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୁନ୍ଦରତାର ଅନନ୍ୟ ଛବି।ନ୍ୟୁୟର୍କର ଗ୍ରାଣ୍ଡ ସେଣ୍ଟ୍ରାଲ ଟର୍ମିନଲ ଦୁନିଆର ସୁନ୍ଦର ରେଲୱେ ଷ୍ଟେସନ ମଧ୍ୟରେ ଏକ ଅଟେ।କେବଳ ଏତିକି ନୁହେଁ ଏହା ଦୁନିଆର ଷଷ୍ଠ ସ୍ଥଳ ଯେଉଁଠି ବେଶୀ ପର୍ଯ୍ୟଟକ ଦେଖାଯାନ୍ତି। ଏହା ବହୁତ ଲୋକପ୍ରିୟ ଅଟେ। ଯେଉଁଥିରେ ୨୬,୦୦୦,୦୦୦ରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ଏଥିରେ ନ୍ୟୁକ୍ସ-ଆଟସ ଆର୍କିଟେକ୍ଚର ଅଛି ଓ ଏଥିରେ ହେନେରୀ ଏଡ଼ୱାର୍ଡ ବେଡଫୋର୍ଡ ଡିଜାଇନ କରିଥିଲେ।

୫.କୈମିନହୋ ଡେ ଫେରୋ ଡି ମୋକାମ୍ବିକ,ମାପୁଟୋ, ମୋଜାମ୍ବୀକ:
ଏହା ଏକ ଅଦ୍ଭୁତ ଷ୍ଟେସନ ଅଟେ। ଏହି ଷ୍ଟେସନ ଦୁନିଆର ସବୁଠୁ ଅସାଧାରଣ ରେଳ ଷ୍ଟେସନମାନଙ୍କ ମଧ୍ୟରେ ଏକ ଅଟେ ଯାହା ମୋଜାମ୍ବିକର ଷ୍ଟିମି ରାଜଧାନୀ ଅଟେ। ଏହା ନିଜର କଳା ପାଇଁ ଜଣା ତଥା ଏହି ଷ୍ଟେସନ ସ୍ଥାନୀୟ କଳା ପାଇଁ ପ୍ରସିଦ୍ଧ ଓ ଏଠାକୁ ଯିବାଆସିବା କରୁଥିବା ଲୋକମାନଙ୍କୁ ଆକର୍ଷିତ କରେ। ଏହା ମଧ୍ୟ ଲୋକପ୍ରିୟ ଅଟେ।
୬.ଗାରେ ଡୁ ନାଁର୍ଡ,ପ୍ୟାରିସ,ଫ୍ରାନ୍ସ:
ଏହା ପ୍ରାନ୍ସରେ ଅବସ୍ଥିତ ଅଟେ। ଏହା ଦେଖିବାକୁ ବହୁତ ସୁନ୍ଦର। ଗାରେ ଡୁ ନାଁର୍ଡ ଷ୍ଟେସନ ପ୍ୟାରିସର ଏସଏନସିଏଫ ମେନ ଲାଇନ ନେଟୱାର୍କର ୬ ବଡ଼ ଟର୍ମିନସ୍ ଷ୍ଟେସନମାନଙ୍କ ମଧ୍ୟରେ ଏକ ଅଟେ। ଏହା ୟୁରୋପର ସବୁଠୁ ଵ୍ୟସ୍ତ ରେଳ ଷ୍ଟେସନ ଅଟେ।

୭.ଏଣ୍ଟୱର୍ପ ସେଂଣ୍ଟ୍ରଲ ,ବେଲିଜିୟମ:
ଏହା ବହୁତ ଲୋକପ୍ରିୟତା ଅର୍ଜ୍ଜନ କରିଛି। ଏହାର ଦୃଶ୍ୟ ସୁନ୍ଦର ଆଟେ। ଏଣ୍ଟୱର୍ପ ସେଂଣ୍ଟ୍ରଲ ଏକ ଏଭଳି
ଷ୍ଟେସନ ଅଟେ ଯିଏ ରେଳ ସମ୍ବଦ୍ଧିତ ଇତିହାସ କହେ,ଲୁହା, କାଚ,ସଂଗମରମର ଓ ଗ୍ରେନାଇଟରେ ତିଆରି ଏହି ଷ୍ଟେସନ ମହାଦୀପ ରେଳ ଯାତ୍ରାର ଇତିହାସ ଅଟେ।
୮.ଅଟୋଚା ଷ୍ଟେସନ,ମ୍ୟାଡ୍ରିଡ଼,ସ୍ପେନ:
ସୁନ୍ଦର ସହିତ ଆକର୍ଷଣୀୟ ମଧ୍ୟ ଏହା ଅଟେ। ଅଟୋଚା ଷ୍ଟେସନ,ମ୍ୟାଡ୍ରିଡ଼ର ସବୁଠୁ ବଡ ରେଳ ଷ୍ଟେସନ ଅଟେ ଏବଂ ଏହାର ସେବା ଗୁଡିକ ସ୍ପେନିସ ରାଷ୍ଟ୍ରୀୟ ରେଳ କମ୍ପାନୀ,ରେନଫେ ଦ୍ୱାରା ସମ୍ପାଦିତ ହୁଏ।
୯.ସିରୋକେସି ଷ୍ଟେସନ,ଇସ୍ତାନବୁଲ,ତୁର୍କୀ:
ଏହା ଲୋକପ୍ରିୟ ଏବଂ ଆକର୍ଷଣୀୟ ମଧ୍ୟ। ୧୮୯୦ରେ ଓରିଏଣ୍ଟଲ ରେଳ ଦ୍ୱାରା ବିଶ୍ୱ ପ୍ରସିଦ୍ଧ ଓରିଏଣ୍ଟ ଏକ୍ସପ୍ରେସର ପୂର୍ବ ଟର୍ମିନସ୍ ରୂପରେ ନିର୍ମିତ,ସିରୋକେସି ଟର୍ମିନଲ ସହରର ଆକର୍ଷଣର କେନ୍ଦ୍ର ଅଟେ। ଲୋକମାନେ ଏହାକୁ ଦେଖି ବହୁତ ଖୁସି ଅନୁଭବ କରନ୍ତି।

୧୦.ସେଣ୍ଟ ପ୍ୟାନକ୍ରାସ୍ ଇଣ୍ଟରନ୍ୟାଶନାଲ ,ଲଣ୍ଡନ,ୟୁନାଇଟେଡ଼ କିଙ୍ଗଡମ:
ଏହାକୁ ଦେଖିବାକୁ ଲୋକ ବିଭିନ୍ନ ଜାଗାରୁ ମଧ୍ୟ ଆସନ୍ତି। ଏହା ବହୁତ ମନ ମୁଗ୍ଧ ମରିଦେବା ଭଳି ଷ୍ଟେସନ ଅଟେ। ଅଗର ଟାଉନ ନାମକ ଏକ କମ ଚର୍ଚ୍ଚିତ ସ୍ଥାନ ପାଖରେ ନିର୍ମିତ,ସେଣ୍ଟ ପ୍ୟାନକ୍ରାସ୍ ଇଣ୍ଟରନ୍ୟାଶନାଲର ବହୁତ ଭଲ ରେଳ ଷ୍ଟେସନ ଅଟେ। ବିଭିନ୍ନ ଲୋକପ୍ରିୟ ଷ୍ଟେସନ ମଧ୍ୟରୁ ଏହା ଅନ୍ୟତମ ଅଟେ। ଏହି ପ୍ରାସଦର ଭିକ୍ଟରିୟନ ଗୋଥିକ ରିଭାଇବଲ ଶୈଳୀ ପାଇଁ ଏହାକୁ ‘ରେଳର ଗୀର୍ଜାଘର’ ଆଖ୍ୟା ମିଳିସାରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।