IPL 2022 ରେ ଦିନେସ କାର୍ତ୍ତିକ ଭଲ ପ୍ରଦର୍ଶନ କରିବା ପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ଦିନେସ କାର୍ତ୍ତିକଙ୍କ ଖେଳକୁ ସମସ୍ତ ଲୋକ ପ୍ରଶଂସା କରୁଛନ୍ତି। ମାତ୍ର ଭାରତର ଜଣେ ପୂର୍ବ ଅଧିନାୟକ ଦିନେସ କାର୍ତ୍ତିକଙ୍କ ଟିମ ଦିଆ ଯାଇଥିବା ଜାଗାକୁ ନେଇ କଥା ଉଠାଇ ଦେଇଛନ୍ତି। ସେ କହିଛନ୍ତି ଯେଉଁ ଲୋକ ମାନେ ଦିନେସ କାର୍ତ୍ତିକଙ୍କୁ ଏକ ଫିନିସର ଭାବରେ ଦେଖୁଛନ୍ତି ସେମାନେ ବହୁତ ବଡ଼ ଭୁଲ କରୁଛନ୍ତି।

କାହିଁକି ଦିନେସ କାର୍ତ୍ତିକଙ୍କୁ ଟିମରେ ଜାଗାକୁ ନେଇ କଥା ଉଠିଛି? ଆଉ କାହିଁକି ଏହି ପୂର୍ବ ଅଧିନାୟକ ଦିନେସ କାର୍ତ୍ତିକଙ୍କୁ ଫିନିସର ମାନୁନାହାନ୍ତି। କାହିଁକି ଏହା ସବୁ ଦେଖା ଦେଇଛି ଚାଲନ୍ତୁ ଆଗକୁ ଜାଣିବା।ଦିନେସ କାର୍ତ୍ତିକ ଅନେକ ବର୍ଷ ପରେ ଭାରତୀୟ ଟିମ ରେ ଜାଗା ବନେଇଛନ୍ତି।ତାହା ବି ଏକ ଫିନିସର ଭାବରେ।ମାତ୍ର ଭାରତର ପୂର୍ବ ଖେଳାଳି ତଥା ଭାରତ ୧୯୮୩ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଓପନର କାହିଁକି ତାଙ୍କର ଭାରତୀୟ ଦଳରେ ସ୍ଥାନ ପାଇବା ଉପରେ ପ୍ରଶ୍ନ ଉଠାଇଛନ୍ତି ଚାଲନ୍ତୁ ଜାଣିବା।

ସେ ଦିନେସ କାର୍ତ୍ତିକଙ୍କୁ ଭାରତୀୟ ଦଳର ଭଲ ଫିନିସର ବୋଲି ମାନୁ ନାହାନ୍ତି।କେ.ଶ୍ରୀକାନ୍ତ କହିଛନ୍ତି କି ଯେ ଦିନେସ କାର୍ତ୍ତିକଙ୍କୁ ଏକ ବଡ ଫିନିସର ଭାବରେ ଦେଖୁଛି ସେ ବହୁତ ବଡ଼ ଭୁଲ କରୁଛି।

ସେ କହିଛନ୍ତି କି ଟି-୨୦ ଖେଳ ଖେଳିବାର ପ୍ରଣାଳୀକୁ ପୁରା ବଦଳେଇ ଦେଇଛି ମାତ୍ର ଏକ ଟିମ ରେ ଏକ ଫିନିଷର କାମ ଏବେ ବି ପୂର୍ବ ଭଳି ରହିଛି ବୋଲି ସେ କହିଛନ୍ତି। ସେଥିପାଇଁ କାର୍ତ୍ତିକ ଏଥିରେ ଠିକ ପଡୁ ନାହାନ୍ତି ବୋଲି ସେ କହିଛନ୍ତି।ସେ କହିଛନ୍ତି ଫିନିସର ସେ ନୁହଁ କି ଯେ ଶେଷ ୧୬-୨୦ ଓଭରରେ ଖେଳେ। ଫିନିସର ସିଏ ଯେ ୮-୧୦ ଓଭରରୁ ରନକୁ ନିଜ ହିସାବରେ ଚଳାଇଥାଏ। ସେ କହିଛନ୍ତି ଫିନିଷର ଏକ ମ୍ୟାଚରେ ୫୦ ରନ ତ କରୁ।ସେ କହିଛନ୍ତି ଦିନେସ ତାଙ୍କ କାମ ସେ ଜାଣିଛନ୍ତି ଆଉ ସେ ଏହାକୁ କାମରେ ଦେଖାଉଛନ୍ତି ମଧ୍ୟ।

ମାତ୍ର ତାଙ୍କୁ ଫିନିସର କୁହାଯାଇ ନ ପାରେ। ଏହା ନୁହଁ କି ଶ୍ରୀକାନ୍ତ ଦିନେସଙ୍କୁ ଭାରତୀୟ ଟିମରେ ଖେଳିବାକୁ ମନା କରୁଛନ୍ତି। ତାଙ୍କର କହିବା ଅନୁସାରେ କାର୍ତ୍ତିକ ଅସୁବିଧା ସମୟରେ ବହୁତ ଭଲ ଖେଳି ନିଜକୁ ସାବ୍ୟସ୍ତ କରିବାକୁ ପଡିବ ବୋଲି ସେ କହିଛନ୍ତି। ଯଦି ଏମିତି ସେ କରୁଛନ୍ତି ତାହେଲେ ଭାରତୀୟ ଦଳ ସହିତ ଭାରତବାସୀ ମନ ଜିତିବାର ସେ ସଫଳ ହେବେ ବୋଲି କୁହା ଯାଇଛି।
ଦିନେସ ଏହି କିଛି ଦିନ ହେବ ଭଲ ଖେଳା ପଦର୍ଶନ କରିଛନ୍ତି। ସେ ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚରେ ୧୯ ବଲରେ ୪୧ ରନ କରି ଭାରତକୁ ଜିତିବାରେ ବହୁତ ବଡ ଭୂମିକା ଗ୍ରହଣ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।