ବିଶ୍ୱପ୍ରସିଦ୍ଧ ଅଟେ ୟୁପିର ଏହି ମନ୍ଦିର, ଏଠାକାର ମାଟିରୁ ହୁଏ ବଡ ବଡ ରୋଗର ଚିକିତ୍ସା । ଜାଣନ୍ତୁ ସମ୍ପୂର୍ଣ ତଥ୍ୟ ।

World famous temple in up treat serious diseases with the help of soil

ଆୟୁର୍ବେଦର ମାଟିକୁ ବହୁତ ଗୁଣକାରୀବୋଲି ମାନାଯାଏ ଓ ଏହି ମାଟି ବ୍ୟବହାର ଦ୍ୱାରା ବହୁତ ରୋଗ ମଧ୍ୟ ଭଲ ହୋଇଯାଇଥାଏ । ଉତ୍ତରପ୍ରଦେଶର ଗୋରଖପୁର ମନ୍ଦିରରେ ଏକ ଏମିତି ମନ୍ଦିର ଅଛି, ଯେଉଁଠି ବହୁତ ଗମ୍ଭୀର ରୋଗର ଚିକିତ୍ସା ଧୂପ, ମାଟି, ପାଣି ଓ ପବନ ଭଳି ପ୍ରାକୃତିକ ଜିନିଷ ସାହାଯ୍ୟରେ କରାଯାଏ । ସାଧାରଣ ବଜାରରେ ସ୍ଥିତ ଚିକିତ୍ସାଳୟ ଆରୋଗ୍ୟ ମନ୍ଦିରରେ ପ୍ରତିବର୍ଷ ହଜାର ସଂଖ୍ୟାରେ ଲୋକ ଆସନ୍ତି ଓ ପ୍ରାକୃତିକ ଜିନିଷ ସାହାଯ୍ୟରେ ରୋଗ ଭଲ କରାନ୍ତି । ଏହି ଚିକିତ୍ସାଳୟ ବିଶ୍ୱ ପ୍ରସିଦ୍ଧ ଅଟେ ଓ ପୁରା ଦୁନିଆରୁ ଲୋକ ଆସି ଏଠାରେ ନିଜ ଚିକିତ୍ସା କରାନ୍ତି ।

This unique temple of UP is world famous, it is used to treat serious diseases with the help of soil.
Google

ଆରୋଗ୍ୟ ମନ୍ଦିରର ନିର୍ଦେଶକ ଡାଂ ବିମଲ ମୋଦି ଓ ଡାଂ ରାହୁଲ ମୋଦି କହିଛନ୍ତି କି ଆରୋଗ୍ୟ ମନ୍ଦିରରେ ମାଟି, ପବନ ଓ ପାଣିରେ ଚିକିତ୍ସା କରାଯାଏ । ଏଠାକୁ ଦେଶବିଦେଶରୁ ଲୋକ ଆସନ୍ତି। ମାଟି ଲେପନ ଦ୍ୱାରା ରୋଗ ଦୂର ହୁଏ । ମାଟି ଲେପନ ଦ୍ୱାରା ନିବାରକ ବ୍ୟାକ୍ଟେରିଆ ବଢ଼େ ଓ ରୋଗ କାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି ।

ପ୍ରାକୃତିକ ଚିକିତ୍ସାଳୟ ଆରୋଗ୍ୟ ମନ୍ଦିରରେ କାମ କରୁଥିବା ଲୋକଙ୍କ ଅନୁସାରେ ଏବେ ପର୍ଯ୍ୟନ୍ତ ସେ ଏକ ଲକ୍ଷରୁ ଅଧିକ ଲୋକଙ୍କ ଚିକିତ୍ସା କରିଛନ୍ତି ଓ ରୋଗୀ ଭଲ ହୋଇ ଏଠାରୁ ଯାଇଛନ୍ତି । ଏହି ଚିକିତ୍ସାଳୟକୁ ୧୯୪୦ ରେ ତିଆରି କରାଯାଇଥିଲା । କୁହାଯାଏ କି ଆରୋଗ୍ୟ ମନ୍ଦିରର ସନ୍ଥପକ ବିଠଲ ରାଜ ମୋଦି ଗମ୍ଭୀର ଭାବେ ରୋଗାକ୍ରାନ୍ତ ହୋଇଯାଇଥିଲେ । ୩ ବର୍ଷ ପର୍ଯ୍ୟନ୍ତ ସେ ଏଲୋପାତି ଔଷଧର ବ୍ୟବହାର କଲେ । ହେଲେ କିଛି ଲାଭ ହେଲା ନାହିଁ ଯାହା ପରେ ସେ ପ୍ରାକୃତିକ ଚିକିତ୍ସାଳୟର ସାହାରା ନେଲେ ଓ ଆରୋଗ୍ୟ ହୋଇଗଲେ ।

Google

ଆରୋଗ୍ୟ ହେବା ପରେ ସେ ସର୍ଵପ୍ରଥମେ ଆରୋଗ୍ୟ ମନ୍ଦିର ଏକ ଭଡା ଘରେ ଆରମ୍ଭ କଲେ । ୧୯୬୨ ରେ ଏହାର ନିଜର ଘର ତିଆରି ହେଲା । ଆଜି ପ୍ରାକୃତିକ ଚିକିତ୍ସାକେନ୍ଦ୍ର ସାଧାରଣ ବଜାର, ମେଡିକାଲ କଲେଜ, ରୋଡ଼ ସ୍ଥିତ ନିଜ ଭବନରେ ସଂଚାଳିତ ହେଉଛି । ଏହା ୬ ଏକର ଜମିରେ ଅବସ୍ଥିତ।

ଏହି ରୋଗର କରାଯାଏ ଚିକିତ୍ସା:

ଆରୋଗ୍ୟ ମନ୍ଦିରରେ ବହୁତ ରୋଗର ଚିକିତ୍ସା କରାଯାଏ।ଏଥିରେ ପ୍ରାକୃତିକ ଜିନିଷ ବ୍ୟବହାର କରି ଦମା, କବ୍ଜ, ମଧୁମେହ, କୋଲାଇଟ୍ସ,ଅଳସର, ଅମ୍ଳପିତ, ବ୍ଲଡ଼ ପ୍ଲେସର, ଅର୍ଥରାଇଟିସ, ଏକ୍ସଜିମା, ମୋଟାପା ବା ଆଲେର୍ଜି ଭଳି ରୋଗର ଚିକିତ୍ସା କରାଯାଏ । ଏଠାରେ କାମ କରୁଥିବା ଲୋକଙ୍କ ଅନୁସାରେ ଆରୋଗ୍ୟ ମନ୍ଦିରରେ ୨୦୧୯ ରେ ୫୦୮ ଲୋକ ଏକା ସହ ମାଟି ରେକର୍ଡ଼ କରି ଏସିଆନ ରେକର୍ଡ଼ ବନେଇଥିଲେ। ଏହା ପୂର୍ବରୁ ଏହି ରେକର୍ଡ଼ ଦିଲ୍ଲୀ ନାମରେ ଥିଲା ।

This unique temple of UP is world famous, it is used to treat serious diseases with the help of soil.
Google

ଚିନ୍ତା, ଅନିଦ୍ରା, ଉଚ୍ଚ ରକ୍ତଚାପ, ଡରିବା, ଆଣ୍ଠୁରେ ଦରଜ, ଚର୍ମ ରୋଗ ପାଇଁ ମାଟି ଲେପନ କରାଯାଏ। ଏଥିରେ ନାଡୀ ତନ୍ତ୍ର ମଜଭୁତ ହୋଇଥାଏ। ରୋଗୀ ଉପରେ ମାଟି ଲେପନ ବିଶେଷଜ୍ଞଙ୍କ ନଜରରେ ହୋଇଥାଏ। ଯେଉଁ ଲୋକ ମାଟି ଲେପନ କରିବାକୁ ଚାହାନ୍ତି,ତାଙ୍କୁ ଗାଧେଇବା ପରେ ପିନ୍ଧିବା ପରେ କପଡା ଓ ଟାଉଲ ନେବାକୁ ହୋଇଥାଏ।

ଏବେ ପର୍ଯ୍ୟନ୍ତ ଏହି କେନ୍ଦ୍ରରୁ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧୀତ ୨୬ ଟି ପୁସ୍ତକ ପ୍ରକାଶିତ ହୋଇଛି। ବର୍ତ୍ତମାନ ପ୍ରତି ମାସ ଏହି ପ୍ରତ୍ରିକାର ୧୦,୦୦୦ କପି ପ୍ରକାଶିତ ହୁଏ । ଯେଉଁଥିରେ ମାଟି ଲେପନ ଓ ଅନ୍ୟ ଜିନିଷ ବିଷୟରେ ବିବରଣୀ ଦିଆଯାଇଛି ।

This unique temple of UP is world famous, it is used to treat serious diseases with the help of soil.
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *