ମାମୁଲି ଭଳି ଦେଖିବାକୁ ଏହି ପାରାର ମୂଲ୍ୟ ଆପଣ ଭାବି ବି ପାରିବେ ନାହିଁ। ଏହି ପାରାର ମୂଲ୍ୟ ଏତେ ଅଟେ ଯେଉଁଥିରେ ଆପଣ ଦିଲ୍ଲୀ କିମ୍ବା ମୁମ୍ବାଇରେ ୧-୧ କୋଟିର ଏକ ଡଜନ ଫ୍ଲାଟ କିଣିପାରିବେ। ଏହା ସାଧାରଣ ପାରା ନୁହେଁ ଯାହା କେବେ ଆପଣଙ୍କ ବାଲକୋନିରେ ଆସିକି ବସିବ ଏବଂ ବୋବାଇବ। ଏହି ପାରା ନିଜ ପ୍ରଜାତିର ସବୁଠାରୁ ପ୍ରଖର ଉଡିବାର ପାରା ଅଟେ। ଏବେ ଏବେ ହୋଇଥିବା ଏକ ନିଲାମି ଏହାକୁ ୧୪କୋଟି ଟଙ୍କାରୁ ଅଧିକ ମୂଲ୍ୟରେ କିଣା ହୋଇଛି।

ଏହି ପାରାର ନାମ ଅଟେ ‘ନ୍ୟୁ କିମ’। ବେଲିଜିୟମ ପ୍ରଜାତିର ଏହି ପାରା ୧୪.୧୪ କୋଟି ଟଙ୍କାରେ ବିକ୍ରି ହୋଇଛି। ଯାହାକୁ କି ଧନୀ ଚିନି ବେଲିଜିୟମର ହାଲରେ ସ୍ଥିତ ପିପା ପିଜନ ସେଣ୍ଟରରେ ହୋଇଥିବା ନିଲାମିରେ କିଣିଥିଲା। ଏହାକୁ କିଣିବା ପାଇଁ ଦୁଇଟି ଚିନି ନାଗରିକ ବୋଲି ଲଗାଇଲେ। ଦୁଇଜଣ ନିଜ ପରିଚୟର ଖୁଲାସା କଲେ ନାହିଁ।ଏହି ଦୁଇଜଣ ଚିନି ନାଗରିକ ସୁପର ଡୁପର ଏବଂ ହିଟ ମ୍ୟାନ ନାମରେ ବୋଲି ଲଗାଉଥିଲେ। ହିଟ ମ୍ୟାନ ନ୍ୟୁ କିମ୍ ପାଇଁ ପ୍ରଥମେ ବୋଲି ଲଗାଇଲେ ତା ପରେ ସୁପର ଡୁପର।ସୁପର ଡୁପର ୧.୯ ମିଲିୟନ ୟୁଏସ ଡ଼ଲାର ଅଥବା ୧୪.୧୪ କୋଟି ଟଙ୍କାର ବୋଲି ଲଗାଇକି ଏହି ପାରା ନିଜ ନାମରେ କରିନେଲେ।
କିଛି ଲୋକଙ୍କ କହିବା କଥା କି ଏହି ଦୁଇଜଣ ଚିନି ନାଗରିକ ଜଣେ ଲୋକ ଥିଲା। ଏହି ନିଲାମିରେ ସେହି ପରିବାର ବି ଉପସ୍ଥିତ ଥିଲେ ଯିଏ ଏହି ପାରାର ଦୌଡ଼ ପ୍ରତିଯୋଗିତା ଏବଂ ପ୍ରଖର ଉଡେଇବାରେ ପ୍ରଶିକ୍ଷଣ ଦିଅନ୍ତି।ତାକୁ ପାଳି ପୋଷି ଏଭଳି କାବିଲ କରିଥାନ୍ତି। ୭୬ ବର୍ଷୀୟ ଗୈଷ୍ଟେନ ବାନ ଡେ ବୁବର ଏବଂ ତାଙ୍କର ପୁଅ ରେସିଙ୍ଗ ପାରାର ପାଳନ ପୋଷଣ କରିଥାନ୍ତି। ଏହି ନିଲାମୀରେ ୪୪୫ ପାରା ଆସିଥିଲେ। ଏହି ନିଲାମିରେ ବିକ୍ରି ହୋଇଥିବା ପାରା ଏବଂ ଅନ୍ୟ ପକ୍ଷୀମାନଙ୍କ ଠାରୁ ମୋଟରେ ୫୨.୧୫ କୋଟି ଟଙ୍କା ଆଦାୟ ହୋଇଛି।

ନ୍ୟୁ କିମ୍ ଯେପରି ରେସିଙ୍ଗ ପାରା ୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବ। ଏହା ପ୍ରତିଯୋଗିତାରେ ଭାଗ ନେଇଥାଏ। ଏହି ପାରା ଉପରେ ଅନଲାଇନ ବୋଲି ଲଗେଇଥାନ୍ତି। ଆଜିକାଲି ଏହି ପାରାଙ୍କ ମାଧ୍ୟମରେ ଚିନ ଏବଂ ୟୁରୋପୀୟ ଦେଶର ଧନୀ ନିଜ ଟଙ୍କା କେତେ ମାତ୍ରାରେ ବଢ଼େଇଥାନ୍ତି ଏବଂ ହରେଇଥାନ୍ତି। ୟୁରୋପ ଏବଂ ଚୀନରେ ଅଲଗା-ଅଲଗା ସ୍ତରରେ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ।ଏହି ପ୍ରତିଯୋଗିତାକୁ ଜିତିଥିବା ପାରାମାନଙ୍କ ଠାରୁ ମିଳିଥିବା ଲାଭର ରାଶିକୁ ସେହି ଲୋକମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ଯିଏ ଯାହା ଉପରେ ଟଙ୍କା ଲଗେଇଥାନ୍ତି। ଏହା ପୂରା ଘୋଡ଼ା ପ୍ରତିଯୋଗିତା ପରି ହୋଇଥାଏ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବେଲିଜିୟମ ପାଖରେ ୨.୫୦ ଲକ୍ଷ ରେସିଙ୍ଗ ପାରାର ଦଳ ଥିଲା। ଯିଏ ସୂଚନାର ଆଦାନ-ପ୍ରଦାନ କରିବା କାମରେ ଆସୁଥିଲା। ଏହା ଛଡା ବି ଏହି ପାରାଙ୍କୁ ନେଇ ଏକ ଫେଡରେସନ କରାଯାଇଥିଲା,ଯେଉଁଥିରେ ହଜାର ସଂଖ୍ୟାରେ ଲୋକ ସାମିଲ ଥିଲେ। ପାଖାପାଖି ୫୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସ୍ପିନରେ ପାଗର ସୂଚନା ଦେବା ପାଇଁ ବି ପାରାଙ୍କୁ ପ୍ରଶିକ୍ଷିତ କରାଯାଉଥିଲା। ଏହା ଦୂର ଦୂର ପର୍ଯ୍ୟନ୍ତ ଉଡିକରି ପାଗର ସୂଚନା ଆଣୁଥିଲେ। ପାଗର ସୂଚନା ତାଙ୍କର ଗୋଡରେ ଲଗାଇକି ଉପକରଣରେ ଭର୍ତ୍ତି ହେଉଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।