ବିଶ୍ୱର ସବୁଠୁ ଦାମୀ ଇଞ୍ଜେକ୍ସନ ନେଲେ ୩ ବର୍ଷର ଆୟାଂଶ, ଦାମ ଜାଣି ଉଡିଯିବ ଆପଣଙ୍କ ହୋସ!

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଓ ଏହା ଦେଶରେ ଏକ ପ୍ରକାର ପ୍ରଳୟ ସୃଷ୍ଟି କରିଛି। କାରଣ ଏଥିରେ ଅନେକ ଲୋକ ସଂକ୍ରମଣ ହେବା ସହ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଏହା ସହ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ବେରୋଜଗାର କରିଦେଇଛି। ଏହା ମଧ୍ୟରେ ଅନେକ ଗରିବ ଲୋକ ହଇରାଣର ସାମ୍ନା କରୁଛନ୍ତି। ଆପଣ ଜାଣିଥିବେ ଏହି ପୃଥିବୀରେ ଅନେକ ପ୍ରକାରର ରୋଗ ରହିଛି ଓ କିଛି ରୋଗ ଏପରି ଅଛି ଯାହାକୁ ଭଲ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ କିନ୍ତୁ ସମସ୍ତେ ଏତେ ଟଙ୍କା ଖର୍ଚ୍ଚ କରିପାରିନଥାନ୍ତି ଯାହା ଫଳରେ ସେ ବଞ୍ଚିପାରିନଥାନ୍ତି।

ଆପଣଙ୍କୁ କହିରଖିବୁ ଏହିପରି ଏକ ଅସାଧ୍ୟ ରୋଗ ହୋଇଥିଲା ହାଇଦ୍ରାବାଦର ବାସିନ୍ଦା ଆୟାଂଶଙ୍କୁ ଯାହାର ବୟସ ମାତ୍ର ୩ ବର୍ଷ ଅଟେ। ସେ Spinal Muscular Atrophy (SMA)ଭଳି ରୋଗରେ ପୀଡିତ ଅଟନ୍ତି। ଏହି ରୋଗ ପାଇଁ ଖର୍ଚ୍ଚ ହୋଇଥାଏ କୋଟି କୋଟି ଟଙ୍କା। ଏତେ ଟଙ୍କା ଏଥିପାଇଁ ଖର୍ଚ୍ଚ ହୋଇଥାଏ କାରଣ ଏହି ରୋଗ ପାଇଁ ଯେଉଁ ଇଞ୍ଜେକ୍ସନ ଆବଶ୍ୟକ ହୋଇଥାଏ ଏହାର ମୂଲ୍ୟ ୧୬ କୋଟି ଟଙ୍କା। ଆୟାଂଶଙ୍କ ପାଇଁ ମଧ୍ୟ ଏହି ଇଞ୍ଜେକ୍ସନର ଆବଶ୍ୟକଥିଲା କିନ୍ତୁ ତାଙ୍କ ପରିବାରର ସକ୍ଷମ ଏତେ ନଥିଲାକି ସେ ଏତେ ଟଙ୍କା ଦେଇ ଇଞ୍ଜେକ୍ସନ ଆଣିପାରିବେ। ଏହା ପରେ ତାଙ୍କ ବାପା ମା ସୋସିଆଲ ମିଡ଼ିଆରେ ସହାୟତା ମାଗିଥିଲେ ଯାହା ପରେ ତାଙ୍କ ପାଖକୁ ହଜାର ହଜାର ଲୋକ ସହାୟତା କରିଥିଲେ ।

Google

ଲୋକଙ୍କ ସହାୟତା ଦ୍ଵାରା ସାଢ଼େ ୩ ମାସ ମଧ୍ୟରେ ଆୟାଂଶଙ୍କ ବାପା ମା ଆବଶ୍ୟକ ଟଙ୍କା ଯୋଗାଡ କରିଥିଲେ। ଯାହା ପରେ ପରିବାରରେ ଏକ ଖୁସି ଫେରିଥିଲା।ଆପଣଙ୍କୁ କହିରଖିବୁ ତାଙ୍କୁ ପାଖାପାଖି ୬୫ ହଜାର ଲୋକ ସାହାଯ୍ୟ କରିଥିଲେ। ଏହା ପରେ ସେହି ଇଞ୍ଜେକ୍ସନ ତାଙ୍କ ପାଇଁ ବିଦେଶରୁ ମଗାଯାଇଥିଲା। ଏହା ପରେ ଏହି ଔଷଧ ଜୁନ ୮ରେ ଆମେରିକାର ନୋଭାର୍ଟିସରୁ ଆସି ହାଇଦ୍ରାବାଦରେ ପହଞ୍ଚିଥିଲା ଓ ଡାକ୍ତରମାନେ ଏହାକୁ ଆୟାଂଶକୁ ଦେଇଥିଲେ ଓ କିଛି ମାସ ତାଙ୍କୁ ସତର୍କ ରହିବା ପାଇଁ କହିଥିଲେ କାରଣ ସେ ବହୁତ ଦୃବଳ ଅଛନ୍ତି। ଏହା ସହ ଆୟାଂଶ ବାପା ଯୋଗେଶ ଗୁପ୍ତା ପୁଅକୁ ସହଯୋଗ କରି ନୂଆ ଜୀବନ ଦେଇଥିବା ବ୍ୟକ୍ତିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *