ବ୍ୟୁରୋ ରିପୋର୍ଟ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କେତେ ଦିନ ହେବ ଚାଲିଛି। କିନ୍ତୁ ଏ ସବୁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଚର୍ଚ୍ଚାରେ। ଆମେରିକାର ଏକ କମ୍ପାନୀର ସର୍ଭେରୁ ଜଣାଯାଇଛି ଯେ, ବିଶ୍ୱର ନୂଆ ରେଟିଙ୍ଗରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନମ୍ବର ସ୍ଥାନରେ ଅଛନ୍ତି।

ଦୁନିଆର ସମସ୍ତ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଚମ୍ପିୟାନ ହୋଇଯାଇଛନ୍ତି। ଆମେରିକାର ଜଣାଶୁଣା କମ୍ପାନୀ ମର୍ନିଙ୍ଗ କନସନର୍ଡ ବିଭିନ୍ନ ଦେଶରେ ଲୋକଙ୍କ ମାନବୃତ୍ତିକୁ ସର୍ଭେ କରିଥିଲା। ଏଥିରେ ବିଭିନ୍ନ ରାଷ୍ଟ୍ରର ଲୋକମାନଙ୍କ ରାୟ ନିଆ ଯାଇଥିଲା।
ଏହାପରେ ସମସ୍ତ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ସମ୍ପର୍କରେ ତାଙ୍କ ଲିଷ୍ଟ ବାହାର କରଯାଇଥିଲା। ମାର୍ଚ୍ଚ ୯ ରୁ ଆରମ୍ଭ କରି ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ୭୭% ପ୍ରତିଶତ ଭୋଟ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ୧୭% ପ୍ରତିଶତ ଭୋଟ ମିଳିଥିଲା। ଏହାଦ୍ବାରା ତାଙ୍କ ନେଟ ଆପ୍ରୁଭାଲ ରେଟିଙ୍ଗ ୬୦ ରହିଥିଲା। ଏହି ସର୍ଭେରେ ଆମେରିକା ପ୍ରଧାନମନ୍ତ୍ରୀ ଜୋ ବାଇଡେନଙ୍କ ସପକ୍ଷରେ ୪୧% ପ୍ରତିଶତ ଭୋଟ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ୫୧% ପ୍ରତିଶତ ଭୋଟ ମିଳିଥିଲା। ଏହାଦ୍ବାରା ତାଙ୍କ ନେଟ ଆପ୍ରୁଭାଲ ରେଟିଙ୍ଗ -୧୦ ରହିଥିଲା।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସପକ୍ଷରେ ୩୩% ପ୍ରତିଶତ ଭୋଟ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ୬୦% ପ୍ରତିଶତ ଭୋଟ ମିଳିଥିଲା। ଏହାଦ୍ବାରା ତାଙ୍କ ନେଟ ଆପ୍ରୁଭାଲ ରେଟିଙ୍ଗ -୨୭ ରହିଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୱୱେଲ ମ୍ୟାକ୍ରନ ସପକ୍ଷରେ ୪୧% ପ୍ରତିଶତ ଭୋଟ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ୫୨% ପ୍ରତିଶତ ଭୋଟ ମିଳିଥିଲା। ଏହାଦ୍ବାରା ତାଙ୍କ ନେଟ ଆପ୍ରୁଭାଲ ରେଟିଙ୍ଗ -୧୧ ରହିଥିଲା। ବିଗତ ଦୁଇ ବର୍ଷ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଟିଙ୍ଗ କେବେ ବି ନେଗେଟିଭ ହୋଇ ନାହିଁ। ସର୍ବଦା ତାଙ୍କ ରେଟିଙ୍ଗ ୬୦ ଉପରକୁ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।