WTC ଫାଇନାଲରୁ ବାଦ ପଡିବା ପରେ ହିରୋଇନ ଅଥିୟାଙ୍କ ସହ ନଜର ଆସିଲେ ରାହୁଲ, ଭାଇରଲ ହେଉଛି ଫୋଟ

ଆପଣଙ୍କୁ କହିରଖିବୁ ବିଶ୍ୱଟେଷ୍ଟ ଚମ୍ପିୟାନସିପର ଫାଇନାଲକୁ ଆଉ ମାତ୍ର ଗୋଟେ ଦିନ ବାକି ଅଛି। ଏହି ଫାଇନାଲ ଇଂଲଣ୍ଡରେ ନ୍ୟୁଜଲ୍ୟାଣ୍ଡ ଓ ଇଣ୍ଡିଆ ମଧ୍ୟରେ ୧୮-୨୨ ଜୁନ ଖେଳାଯିବ। ଏଥିପାଇଁ ଦୁଇ ଦଳର ୧୫ ଜଣିଆ ସଦସ୍ୟ ବଛାଯାଇଛି। ଅଭ୍ୟାସ ମ୍ୟାଚରେ ଶତକ ମାରି ମଧ୍ୟ ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କୁ ଚୂଡାନ୍ତ ୧୫ ଜଣ ଖେଳାଳିଙ୍କ ମଧ୍ୟରେ ବଛାଯାଇନାହିଁ। ରାହୁଲ ଭଲ ଫର୍ମରେ ଥାଇ ମଧ୍ୟ ତାଙ୍କୁ ବଛାନଯିବା ଦ୍ଵାରା ପ୍ରସଂସକମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଛି। ଏହା ମଧ୍ୟରେ ଆଉ ଏକ ଚର୍ଚା ଜୋର ଧରିଛି ତାହା ହେଉଛି ଏହା ମଧ୍ୟରେ ରାହୁଲ ଅଭିନେତ୍ରୀ ଆଥିୟା ସେଠିଙ୍କ ସହ ଫଟୋ ସୁଟରେ ଏକା ସାଙ୍ଗରେ ଦେଖାଯାଇଛନ୍ତି।

Google

ଏହା ପରେ ଦୁହିଁଙ୍କୁ ନେଇ ପୁଣି ଚର୍ଚା ଆରମ୍ଭ ହୋଇଯାଇଛି।ସେମାନେ ଏକ ଚଷମା ବ୍ରାଣ୍ଡ ପାଇଁ ବିଜ୍ଞାପନ ପାଇଁ ଦୁହେଁ ଏକାସାଥିରେ କାମ କରୁଛନ୍ତି। ଦୁହିଁଙ୍କୁ ପ୍ରଥମ ଥର ଏକାଠି ଦେଖାଯିବା ପରେ ଏବେ ଦୁହିଁଙ୍କ ମଧ୍ୟରେ ଚର୍ଚା ଜୋର ହୋଇଛି। କେଏଲ ରାହୁଲ ସେୟାର କରିଥିବା ଫଟୋ ବର୍ତ୍ତମାନ ଭାଇରାଲ ହୋଇଛି ଓ ସେହି ଫଟୋରେ ଅନେକ ଲୋକ ନିଜ ପ୍ରତିକ୍ରିୟା ଦେଉଛନ୍ତି। ଆପଣଙ୍କୁ ଏହା ମଧ୍ୟ କହିରଖିବୁ ଏହି ବର୍ଷ ଏପ୍ରିଲରେ ରାହୁଲଙ୍କ ଜନ୍ମଦିନରେ ଆଥିୟା ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ତାଙ୍କ ବାପା ସୁନୀଲ ସେଠି କମେଣ୍ଟ ଦେଇଥିଲେ ଓ ସେହି ସମୟରେ ସେହି କମେଣ୍ଟ ଭାଇରାଲ ହୋଇଥିଲା।

Google

ଆପଣଙ୍କୁ କହିରଖିବୁ ଏକ ଇଣ୍ଟରଭିଉରେ ସୁନୀଲ ସେଠି ଓ ତାଙ୍କ ପତ୍ନୀ ମାନା କହିଥିଲେକି ସେମାନେ ଅହାନାଙ୍କ ଗାର୍ଲଫ୍ରେଣ୍ଡକୁ ବହୁତ ପସନ୍ଦ କରନ୍ତି ଓ ଆଥିୟା ଯାହାକୁ ମଧ୍ୟ ପସନ୍ଦ କରିବେ ତାଙ୍କୁ ମଧ୍ୟ ସେ ସ୍ୱୀକାର କରିବେ। ଆପଣଙ୍କୁ କହିରଖିବୁ ବିଶ୍ୱଟେଷ୍ଟ ଚାମ୍ପିୟାନର ଫାଇନାଲରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଭଳି ବଡ଼ ଖେଳାଳିଙ୍କୁ ସୁଯୋଗ ମିଳିପାରିନାହିଁ। ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ବିଶ୍ୱଟେଷ୍ଟ ଚାମ୍ପିୟାନସିପ।ପାଇଁ ଭାରତୀୟ ୧୫ ଜଣିଆ ଟିମ କିଛି ଏହିପରି-ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ(ଭାଇସ କ୍ୟାପଟେନ), ଶୁଭମନ ଗିଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ରିଷଭ ପନ୍ତ(ୱିକେଟକିପର), ରିଧିମାନ ସାହା, ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ୱିନୀ, ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା,ମହମ୍ମଦ ସାମୀ, ଇସାନ୍ତ ଶର୍ମା,ମହମ୍ମଦ ସିରାଜ, ଉମେଶ ଯାଦବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *