ବ୍ୟୁରୋ ରିପୋର୍ଟ: ଏଜବେଷ୍ଟନ ଟେଷ୍ଟରେ ପରାଜୟ ପରେ କଣ ଇଣ୍ଡିଆ ପାଇଁ ଫାଇନାଲର ଜାଗା କରିଦେବ କଠିନ ? ଜାଣନ୍ତୁ ପଏଣ୍ଟସ ଟେବୁଲରେ କଣ ହେବ ପରିବର୍ତ୍ତନ। ଟେଷ୍ଟ ସିରିଜର ଥିବା ମ୍ୟାଚ ଏଜବେଷ୍ଟନରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଇଂଲଣ୍ଡ ଜୋ ରୁର ଓ ଜନି ବେୟରଷ୍ଟୋଙ୍କ ଶତକ ଦ୍ଵାରା ୩୭୮ ରନର ଲକ୍ଷ୍ୟ ୩ ୱିକେଟ ହରାଇ ହାସଲ କରିନେଇଛି। ଏହା ସହିତ ଇଂଲଣ୍ଡ ଟିମ ଏହି ସିରିଜକୁ ୨-୨ରେ ବରାବରିରେ ଶେଷ କରିଛି। ଏହି ଗୋଟିଏ ପରାଜୟ ଦ୍ଵାରା ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ପଏଣ୍ଟ ଟେବୁଲରେ ଭାରତର ସ୍ଥିତି ଖରାପ ହୋଇଛି। ଏବେ ଭାରତକୁ ଫାଇନାଲରେ ପହଁଚିବା ପାଇଁ ନିଜ ପରସେଣ୍ଟେଜ ଭଲ କରିବାକୁ ହେବ।
England win the Edgbaston Test by 7 wickets.
A spirited performance by #TeamIndia as the series ends at 2-2. #ENGvIND pic.twitter.com/fNiAfZbSUN
— BCCI (@BCCI) July 5, 2022
ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଦ୍ୱିତୀୟ ସିଜନରେ ଭାରତୀୟ ଟିମ ଏବେ ପର୍ଯ୍ୟନ୍ତ ୪ ଟି ସିରିଜ ଖେଳିଛି ୨ଟି ସ୍ବଦେଶରେ ଓ ଦୁଇଟି ବିଦେଶରେ।ଏହା ସହିତ ଟିମ ୬ ବିଜୟ,୨ ପରାଜୟ ଓ ୨ ଟି ମ୍ୟାଚ ଡ୍ର ସହିତ ଭାରତର ପସେଣ୍ଟେଜ ୫୩.୪୭ ଅଟେ। ଭାରତ ଅଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛି। ତାତଳେ ପାକିସ୍ତାନ ଅଛି ଯାହାର ପସେଣ୍ଟେଜ ୫୨.୪୮ ଅଟେ। ଟିମ ଇଣ୍ଡିଆ ଆହୁରି ଦୁଇଟି ଟେଷ୍ଟ ସିରିଜ ଖେଳିବ ଯେଉଁଥିରେ ଦୁଇଟି ସିରିଜ ଦେଶରେ ଓ ଦୁଇଟି ସିରିଜ ବିଦେଶରେ ହେବ। ଏବେ ଭାରତ ଅଷ୍ଟ୍ରେଲିଆ ଓ ବଙ୍ଗଳାଦେଶ ସହ ଟେଷ୍ଟ ସିରିଜ ଖେଳିବ। ଯଦି ଟିମ ଦୁଇଟି ଯାକ ସିରିଜ ଜିତେ ତେବେ ଟିମର ଅଧିକ ପଶେଣ୍ଟେଜ ୬୮.୯୮ ହୋଇଯିବ।
ପାକିସ୍ତାନ ଖରାପ କରିପାରେ ଭାରତର ଖେଳ:
ପାକିସ୍ତାନକୁ ଆହୁରି ୭ ଟି ଟେଷ୍ଟ ଖେଳିବାର ଅଛି ଯେଉଁଥିରୁ ଇଂଲଣ୍ଡ ପାକିସ୍ତାନକୁ ଆସି ୫ ଟି ମ୍ୟାଚ ଖେଳିବାର ଅଛି। ଆଉ ଦୁଇଟି ମ୍ୟାଚ ପାକିସ୍ତାନ ଶ୍ରୀଲଙ୍କା ସହ ଖେଳିବ। ତେଣୁ ପାକିସ୍ତାନ ଏ ସବୁ ମ୍ୟାଚ ଜିତିବା ଦ୍ଵାରା ଟିମ ଇଣ୍ଡିଆ ପାଇଁ ଅସୁବିଧା ହୋଇପାରେ।
ଅଷ୍ଟ୍ରେଲିଆ ଫାଇନାଲରେ ପହଁଚିବା ସବୁଠୁ ଅଧିକ ମଜବୁତ:

ଅଷ୍ଟ୍ରେଲିଆ ଫାଇନାଲରେ ପହଁଚିବା ନିଶ୍ଚିତ ପ୍ରାୟ କାରଣ ସେ ୬ ଟି ଟେଷ୍ଟ ଜିତିଥିବା ବେଳେବେଳେ ୩ ଟି ଟେଷ୍ଟ ଡ୍ର କରାଇଛି। ଏବେ ଅଷ୍ଟ୍ରେଲିଆର ପସେଣ୍ଟେସ ୭୭.୭୮ ଅଟେ ଓ ଏବେ ଟିମ ଶ୍ରୀଲଙ୍କା ସହ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ଖେଳୁଛି ଓ ପ୍ରଥମ ମ୍ୟାଚ ଜିତିଯାଇଛି।
ଇଂଲଣ୍ଡର ଲଗାତର ଟେଷ୍ଟରେ ଚତ୍ରୁର୍ଥ ବିଜୟ ତଥାପି ଫାଇନାଲରେ ପହଁଚିବା କଷ୍ଟକର:
ଦ୍ୱିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାର ପରସେଣ୍ଟେଜ ୭୧.୪୩ ଅଟେ। ଦକ୍ଷିଣ ଆଫ୍ରିକାକୁ ଆହୁରି ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଯାଇ ୩-୩ ମ୍ୟାଚର ଟେଷ୍ଟ ସିରିଜ ଖେଳିବାର ଅଛି। ତେଣୁ ଦକ୍ଷିଣ ଆଫ୍ରିକା ପାଇଁ ଆଗକୁ କଷ୍ଟ ସମୟ ଆସିବ। ଯଦି ଟିମ ଲଗାତର ହାରେ ତଳକୁ ଖସିଯିବ।
ଇଂଲଣ୍ଡ ଏବେ ଲଗାତର ୪ ଟି ଟେଷ୍ଟ ମ୍ୟାଚ ଜିତିଛି। ଭାରତକୁ ଏଜବେଷ୍ଟନରେ ଓ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ୩ ଟି ଯାକ ମ୍ୟାଚରେ କ୍ଲିନ ସୁଇପ କରିଥିଲା। ଏହା ପରେ ମଧ୍ୟ ଟିମ ୩୩.୩୩ % ସହ ସପ୍ତମ ସ୍ଥାନରେ ଅଛି। ଏହା ପରେ ଟିମର ଫାଇନାଲରେ ପହଁଚିବା ପ୍ରାୟତଃ ଶେଷ ହୋଇଯାଇଛି। ୱେଷ୍ଟଇଣ୍ଡିଜ ୫ ଓ ଶ୍ରୀଲଙ୍କା ୬ ନମ୍ବରରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।