ଭୁଲ ଇଞ୍ଜେକ୍ସନପାଇଁ ଜନ୍ମ ହେଲା ଝିଅ, କପଲଙ୍କୁ ମିଳିଲା ୭୪ କୋଟି ଟଙ୍କା ।

ଆମେରିକାର ସିଏଟଲରେ ଜଜ ଏକ ପରିବାରକୁ ୭୪ କୋଟିରୁ ଅଧିକ ଟଙ୍କା ଦେବାର ନିଷ୍ପତ୍ତି ଶୁଣେଇଛନ୍ତି କାହିଁକିନା ନର୍ସ ମହିଳାଙ୍କୁ ଭୁଲ ଇଞ୍ଜେକ୍ସନ ଦେଇଥିଲେ।ମହିଳା ଏକ କମ୍ୟୁନିଟି କ୍ଲିନିକରେ ବର୍ଥ କଣ୍ଟ୍ରୋଲ ଇଞ୍ଜେକ୍ସନ ଦେବା ପାଇଁ ଯାଇଥିଲେ,ହେଲେ ତାଙ୍କୁ ଫ୍ଲୁ ସଟ ଲଗେଇ ଦିଆଯାଇଥିଲା।

Google

ଭୁଲ ଇଞ୍ଜେକ୍ସନ ଦେବା ପରେ କପଲଙ୍କ ବିକଳାଙ୍ଗ ଝିଅ ଜନ୍ମ ହେଲା। ଜଜ ବିକଳାଙ୍ଗ ଝିଅ ପାଇଁ ୫୫ କୋଟି ଟଙ୍କା ଓ ମାତାପିତାଙ୍କ କ୍ଷତି ପୁରଣ ପାଇଁ ୧୮ କୋଟି ଟଙ୍କା ଦେବାର ନିଷ୍ପତ୍ତି ଶୁଣେଇଛନ୍ତି।

ଜଜ କହିଛନ୍ତି କି ଝିଅର ଚିକିତ୍ସା,ପାଠ ଓ ଅନ୍ୟ ଖର୍ଚ୍ଚ ପାଇଁ ପଇସା ଦିଆଯାଉଛି। ରିପୋର୍ଟ ମୁତାବକ ୟେସେନିଆ ପଚେକୋ ନାମକ ମହିଳା ମା ହେବାକୁ ଚାହୁଁ ନଥିଲେ, ହେଲେ ନର୍ସ ଭୁଲ ଇଞ୍ଜେକ୍ସନ ଦେବା କାରଣରୁ ସେ ପ୍ରେଗନେଣ୍ଟ ହୋଇଗଲେ।

କାହିଁକିନା ମହିଳା ଏକ ସରକାରୀ ଡାକ୍ତରଖାନାରେ ଇଞ୍ଜେକ୍ସନ ଲଗେଇଥିଲେ,ଏଥିପାଇଁ ଆମେରିକୀୟ ସଂଘୀୟ ସରକାରଙ୍କୁ ଭୁଲ ପାଇଁ କାରଣ ମନାଗଲା। ହେଲେ କପଲଙ୍କୁ ୫ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଲଢ଼ିବାକୁ ପଡିଥିଲା।

Google

ୟେସେନିଆ ପଚେକୋ ରିଫ୍ୟୁଜି ରୂପରେ ୧୬ ବର୍ଷ ବୟସରେ ଆମେରିକା ଆସିଥିଲେ। ଘଟଣା ସମୟରେ ସେ ଦୁଇ ସନ୍ତାନର ମା ଥିଲେ ଓ ଆଉ ପରିବାର ବଢ଼େଇବାକୁ ଚାହୁଁ ନ ଥିଲେ। ନର୍ସ ପଚେକୋଙ୍କ ଚାର୍ଟ ନ ଦେଖି ତାଙ୍କୁ ଫ୍ଲୁର ଭାକ୍ସିନ ଦେଇଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *