WTC ଫାଇନାଲ: ଭାରତର ପରାଜୟରେ ନିରାଶ ଫ୍ୟାନ୍ସ, ଗୋଟିଏ ବି ନାହିଁ ଅର୍ଦ୍ଧଶତକ ଏବଂ ଏହି କାରଣ ପାଇଁ ହାରିଲେ ମ୍ୟାଚ୍

ନ୍ୟୁଜିଲ୍ୟାଣ୍ଡ ପ୍ରଥମ ୱାଲର୍ଡ଼ ଟେଷ୍ଟ ଚ୍ୟାମ୍ପିୟାନସିପର କିତାବ ନିଜ ନାମରେ କରିଦେଲା। ଟିମ ଇଣ୍ଡିଆକୁ ୮ ୱିକେଟରେ ପରାସ୍ତ କଲା। ଦ୍ଵିତୀୟ ପାଳିରେ ଟିମ ଇଣ୍ଡିଆ କେବେଳ ୧୭୦ ରନ ହିଁ କରିପାରିଲା। ଋଷଭ ପନ୍ତ ସବୁଠାରୁ ଅଧିକ ୪୧ ରନ କଲେ। ଟିମ ସାଉଦି ସବୁଠାରୁ ଅଧିକ ୪ ଟି ୱିକେଟ ନେଲେ। ନ୍ୟୁଜିଲ୍ୟାଣ୍ଡକୁ ବିଜୟ ପାଇଁ ୧୩୯.ରନର ଲକ୍ଷ୍ୟ ମିଳିଲା। ଟିମ ଏହାକୁ ୪୫.୫ ଓଭରରେ ୨ ୱିକେଟ ହରାଇ ହାସିଲ କରିନେଲା। କ୍ୟାପଟେନ ୱିଲିୟମସନ ୫୨ ରନ କରି ନଟ ଆଉଟ ରହିବାରେ ସକ୍ଷମ ରହିଥିଲେ। ହାରିବାର ମୁଖ୍ୟ ୫ କାରଣ।

Google

୧.ଫାଇନାଲରେ ଟିମ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ମାରିପାରିଲେ ନାହିଁ। ଆଜିଙ୍କ୍ୟ ରାହାଣେ ପ୍ରଥମ ପାଳିରେ ସବୁଠାରୁ ଅଧିକ ୪୯ ରନ କଲେ। ଦ୍ଵିତୀୟ ପାଳିରେ ପନ୍ତକୁ ଛାଡିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନ ୪୦ ରନ ବି କରିପାରିଲେ ନାହିଁ। ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ତରଫରୁ ୩ ବ୍ୟାଟ୍ସମ୍ୟାନ ୩୦ ରନ ଉପରକୁ କଲେ। ଗୋଟିଏ ହାଫସେଂଛୁରୀ ମଧ୍ୟ ମାରିଲେ।

୨.ଟିମ ଇଣ୍ଡିଆର ଷ୍ଟାର ବୋଲର ବୁମରାଙ୍କ ପ୍ରଦର୍ଶନ ଖରାପ ରହିଥିଲା। ସେ କୌଣସି ୱିକେଟ ଅକ୍ତିଆର କରିପାରିଲେ ନାହିଁ। ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ସାଉଦି,ବୋଲଟ,ଜେମିଶନ,ୱାଗନର ଭଲ ବୋଲିଂ କରି ଇଣ୍ଡିଆର ୨ ପାଳିର ୨୦ଟି ଯାକ ୱିକେଟ ଅକ୍ତିଆର କରିବାର ନଜର ଆସିଥିଲେ।

Google

୩.ଭାରତର ପଛ ବର୍ଗର ବ୍ୟାଟ୍ସମ୍ୟାନ ଦୁଇ ପାଳିରେ ଫେଲ ହେଲେ। ପ୍ରଥମ ପାଳିରେ ଅନ୍ତିମ ୪ ଯୋଡି ୩୫ ଓ ଦ୍ଵିତୀୟ ପାଳିରେ କେଵଳ ୨୮ ରନ ହିଁ କରିପାରିଲେ। ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡର ଅନ୍ତିମ ୪ ଯୋଡି ୮୭ ରନ କଲେ।

୪.ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୫ ଦ୍ରୁତ ବୋଲର ଖେଳେଇଥିବା ବେଳେ ଇଣ୍ଡିଆର ୩ ଦ୍ରୁତ ବୋଲର ଓ ୨ ସ୍ପିନର ଖେଳିଥିଲେ। ହେଲେ ଏହି ସ୍ପିନର ଦୁଇ ପାଳିରେ ମାତ୍ର ୫ ୱିକେଟ ହିଁ ଅକ୍ତିଆର କରିବାରେ ସଫଳ ଥିଲେ। ଅଶ୍ୱିନ ଓ ଜାଡେଜା ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିଲେ ନାହିଁ।

Google

୫.ଅନ୍ତିମ ଦିନ ଟିମ ଇଣ୍ଡିଆର ପ୍ଲାନିଂ ଫେଲ ରହିଲା। ଏମିତି ଲାଗୁଥିଲା ବ୍ୟାଟ୍ସମ୍ୟାନ ଜାଣିପାରୁନଥିଲେ କି ସେ ରନ କରିବେ ଅଥବା ୱିକେଟ ବଞ୍ଚେଇବେ। ଟିମ ରନ ବି କରିପାରିଲା ନାହିଁ ଓ ନିୟମିତ ବ୍ୟବଧାନରେ ୱିକେଟ ହରେଇ ବସିଲା। ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଭଲ ରହିଲା। ଖାସ କରି କେନ ୱିଲିୟମସନ ଭଲ ପ୍ରଦର୍ଶନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *