ରିଷବ ପନ୍ତଙ୍କୁ WTC ଫାଇନାଲ ପୂର୍ବରୁ ଦେଖାଗଲା ଧୋନୀଙ୍କ ଫଟୋ, ଏହି ଖେଳାଳି ମଧ୍ୟ ମନେପଡିଲେ, ଦେଖନ୍ତୁ ଭିଡିଓ

ଶୁକ୍ରବାର ଠାରୁ ସାଉଥପଟନରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ବିଶ୍ୱକପ କ୍ରିକେଟ ପାଇଁ ଭୂମି ତୟାର ହୋଇସାରିଛି। ଭାରତ ଏବଂ ନ୍ୟୁଜଲ୍ୟାଣ୍ଡର ଦଳ ୱାର୍ଲଡ଼ ଟେଷ୍ଟ ଚାମ୍ପିୟାନଶିପର ଫାଇନାଲରେ ଜଣେ ଅନ୍ୟ ଜଣଙ୍କ ସହ ଆମନାସାମ୍ନା ହେବାକୁ ଯାଉଅଛି। ଗତ ୨ ବର୍ଷ ମଧ୍ୟରେ ଉଭୟ ଭାରତ ଏବଂ ନ୍ୟୁଜଲ୍ୟାଣ୍ଡ ଭଲ କ୍ରିକେଟ ଖେଳିଛନ୍ତି ଏବଂ ଏବେ ସ୍ଥିର କରାଯିବ କି ଟେଷ୍ଟରେ କେଉଁ ଦଳ ବେଷ୍ଟ ଅଟେ। ଭାରତ ବାବଦରେ କହିଲେ ଏହା ହେବ କି ବାମହାତୀ ବିସ୍ପୋଟକ ବ୍ୟାଟ୍ସମ୍ୟାନ ରିଷବ ପନ୍ତ ତାଙ୍କର ଟ୍ରମ୍ପ କାର୍ଡ ହୋଇପାରନ୍ତି। ପନ୍ତ ଫାଇନାଲ ପାଇଁ ପ୍ରସ୍ତୁତ ବି ଅଟନ୍ତି ଏବଂ ସେ ଇନଟ୍ରା-ସ୍କ୍ୱାର୍ଡ ମ୍ୟାଚରେ ଭଲ ଶତକ ବି ଲଗାଇଛନ୍ତି। ଏମିତିରେ ଟ୍ରଫି ମୁକାବିଲରେ ପ୍ରଥମେ ପନ୍ତଙ୍କୁ ତାଙ୍କ ଗୁରୁ ଧୋନୀଙ୍କ ଫଟୋ ବି ଦେଖାଯାଇଅଛି ବୋଲି ଜଣା ଯାଇଛି।

Google

ପ୍ରକୃତରେ ଫାଇନାଲ୍ ପୂର୍ବରୁ ଭାରତୀୟ ଦଳର ଖେଳାଳୀମାନଙ୍କର ଇଣ୍ଟରଭିୟୁ ନିଆଗଲା,ଯେଉଁଥିରେ ତାଙ୍କୁ ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା କିଛି ଖାସ ଫୋଟୋ ଦେଖାଗଲା ବୋଲି ଜଣା ଯାଇଥିଲା। ପନ୍ତଙ୍କୁ ଧୋନୀଙ୍କର ସେହି ଫଟୋ ବି ଦେଖାଗଲା ଯେଉଁଥିରେ ମାହି ତାଙ୍କୁ ତାଙ୍କର ଡେବ୍ୟୁ କ୍ୟାପ ପ୍ରଦାନ କରୁଥିଲେ। ପନ୍ତ କହିଛନ୍ତି କି ଏହା ତାଙ୍କର କ୍ୟାରିୟରର ସବୁଠାରୁ ଖାସ ମୌକା ଥିଲା। ନିଜକୁ ପ୍ରେରଣା ଦେଉଥିବା ମଣିଷ ଠାରୁ ଡେବ୍ୟୁ କ୍ୟାପ ପାଇବା ପ୍ରକୃତରେ କମାଲ ଥିଲା। ପନ୍ତ ଏହା ବି କହିଲେ କି ତାଙ୍କୁ ଧୋନୀ କେବଳ ଏତିକି ହିଁ କହିଥିଲେ କି କ୍ରିକେଟକୁ ଏଞ୍ଜୟ କର।

ପନ୍ତ କହିଲେ: ଧୋନୀଙ୍କ ଜନ୍ମ ଦିନରେ କଣ ହୋଇଥିଲା:

ରିଷବ ପନ୍ତଙ୍କୁ ଧୋନୀଙ୍କ ଜନ୍ମଦିନର ମଧ୍ୟ ଏକ ଫୋଟୋ ଦେଖାଗଲା ଯେଉଁଥିରେ ତାଙ୍କ ମୁଁହରେ ଦହି ଲାଗିଥିଲା। ପନ୍ତ କହିଲେ ଧୋନୀଙ୍କ ଜନ୍ମଦିନର କେକ କ୍ରିମି ନଥିଲା ଜାହାପରେ ଜାଡେଜା ତାଙ୍କ ମୁଁହରେ ଦହି ଲଗାଇଦେଲେ। ଏହା ପରେ ଜାଡେଜାଙ୍କୁ ଧରିବା ପାଇଁ ଧୋନୀ ବହୁତ ଦୂର ପର୍ଯ୍ୟନ୍ତ ଦୌଡି ଥିଲେ ବୋଲି ଜଣା ଯାଇଥିଲା।

ପନ୍ତଙ୍କୁ ଦ୍ରାବିଡ଼ ମଧ୍ୟ ମନେ ପଡିଲା:

ରିଷବ ପନ୍ତଙ୍କୁ ଅଣ୍ଡର ୧୯ କ୍ରିକେଟ ସମୟର ମଧ୍ୟ ଏକ ଫୋଟୋ ଦେଖାଗଲା। ଯେଉଁଥିରେ ପନ୍ତ ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ଟୁର୍ଣ୍ଣାମେଣ୍ଟ ଖେଳିବାର ନଜର ଆସିଥିଲେ। ପନ୍ତ କହିଲେ କି ବହୁତ କଠିନ ପିଚ ଥିଲା କିନ୍ତୁ ଏହା ସତ୍ତ୍ୱେ ସେ ଦଳ ପାଇଁ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ସଫଳ ରହିଥିଲେ।

ପନ୍ତ କହିଲେ କିପରି କରନ୍ତି କମାଲ ଶୈଳୀ:

ରିଷବ ପନ୍ତ ଏହା ମଧ୍ୟ କହିଲେ କିପରି ସେ ମୈଦାନ ଉପରେ ଅଦ୍ଭୁତ ସଟ ସହଜରେ କରନ୍ତି। ପନ୍ତ ଖୁଲାସା କଲେ କି ଯେବେ ସେ ଷଷ୍ଠ ଶ୍ରେଣୀରେ ଥିଲେ ତେବେ ଡେରାଡୁନର ସ୍କୁଲରେ ତାଙ୍କୁ ଚୌଧୁରୀ ସାର ଜିମ୍ନାଷ୍ଟିକ ଶିଖାଇ ଥିଲେ। ଆଜିର ଏହି କଳା ତାଙ୍କ କାମରେ ଆସୁ ଅଛି ବୋଲି ଜଣା ଯାଇଛି।

Google

ପନ୍ତଙ୍କୁ ଗାବାରେ ଭାରତର ଐତିହାସିକ ବିଜୟର ଫୋଟୋ ମଧ୍ୟ ଦେଖାଗଲା। ପନ୍ତ ଅପରାଜିତ ୮୯ରନ କରି ଭାରତୀୟ ଦଳକୁ ଟେଷ୍ଟ ଜିତାଇବାର ମୁଖ୍ୟ ଭୂମିକା ଗ୍ରହଣ କରିବାର ନଜର ଆସିଥିଲେ। ଏହା ସହିତ ହିଁ ଭାରତ ଅଷ୍ଟ୍ରେଲିଆକୁ ଲଗାତାର ଦ୍ୱିତୀୟ ଥର ତାଙ୍କରି ଘରେ ଟେଷ୍ଟ ସିରିଜରେ ମାତ ଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *