WTC ଫାଇନାଲ ୨୦୨୧ରେ ଏହି ପାଞ୍ଚ ଜଣ ଖେଳାଳିଙ୍କ ଦେଖାଯିବ ଜଲୱା, କରିପାରନ୍ତି ବଡ ଧାମାକା

ଫାଇନାଲ ମୁକାବିଲାକୁ ନେଇ ଦୁଇ ଦଳ ତୟାର ଅଛନ୍ତି।ଯଦିଓ ଭାରତୀୟ ଦଳକୁ ଅଭ୍ୟାସର ସମୟ କମ ମିଳିଛି ଓ ଯେବେକି ନିଉଜିଲ୍ୟାଣ୍ଡର ଦଳ ଏହି ସମୟରେ ଇଂଲଣ୍ଡ ବିରୁଦ୍ଧରେ ୨ଟି ମ୍ୟାଚର ଟେଷ୍ଟ ସିରିଜ ଖେଳୁଅଛି। ଏହି ସିରିଜକୁ ୱାର୍ଲଡ଼ ଟେଷ୍ଟ ଚମ୍ପିୟାନସିପରର ଅଭ୍ୟାସ ଭାବରେ ଦୃଶ୍ୟମାନ କରାଯାଉଅଛି ବୋଲି ଜଣା ଯାଉଛି।

Google

ଫାଇନାଲରେ ଦୁଇ ଦଳକୁ ବରାବର କୁହାଯାଉଛି।ଯଦିଓ କେତେକ ଦିଗଜ କ୍ରିକେଟର ନିଉଜିଲ୍ୟାଣ୍ଡକୁ ଭାରତ ବିପକ୍ଷରେ ମଜବୁତ ଦଳ କହିଦେଇଛନ୍ତି,କିନ୍ତୁ କିଛି ଭାରତକୁ ଟ୍ରାଫିର ଦାବିଦର କହୁଛନ୍ତି। ଦୁଇ ଦଳ ପାଖରେ ଏପରି ପାଞ୍ଚଟି ବ୍ୟାଟ୍ସମ୍ୟାନ ଅଛନ୍ତି,ଯିଏ ଫାଇନାଲରେ ନିଜର ଜଲୱା ଦେଖାଇପାରନ୍ତି ଓ ରନର ବର୍ଷା କରିପାରନ୍ତି।

ଋଷବ ପନ୍ତ:ପନ୍ତଙ୍କୁ ନିଉଜିଲ୍ୟାଣ୍ଡ ବିରୁଦ୍ଧରେ ଭାରତୀୟ ଦଳର ଟ୍ରମ୍ପ କାର୍ଡ କୁହାଯାଉଅଛି ବୋଲି ଜଣା ଯାଉଛି। ଏବେ ଏବେ ପନ୍ତ ଭଲ ଖେଳ ଜାରି ରଖୁଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ହେଉ କିମ୍ବା ଇଂଲଣ୍ଡ ବିରୁଦ୍ଧରେ ଘରୋଇ ସିରିଜ, ପନ୍ତ ବୋଲରମାନଙ୍କର ଜମିକରି ଖବର ନେଇଛନ୍ତି ଓ ରନର ବର୍ଷା କରିଛନ୍ତି। ପନ୍ତ ଦଳର ବିଜୟରେ ମୁଖ୍ୟ ଭୂମିକା ମଧ୍ୟ ତୁଲାଇଛନ୍ତି। ଏବେ ପନ୍ତ ୪୧.୩୭ର ଔସତରେ ୬୬୨ରନ କରିଛନ୍ତି।

Google

ବିରାଟ କୋହଲି: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏହି ସମୟରେ ଶାନଦାର ଫର୍ମରେ ଅଛନ୍ତି।ନିଉଜିଲ୍ୟାଣ୍ଡ ବିରୁଦ୍ଧରେ ଫାଇନାଲରେ ବିରାଟଙ୍କ ଠାରୁ ବହୁତ ଆଶା ଅଛି। ଭାରତୀୟ ଦଳର ବିଜୟ କୋହଲିଙ୍କ ପ୍ରଦର୍ଶନ ଉପରେ ହିଁ ଡିପେଣ୍ଡ କରୁଛି। ବିରାଟ କୋହଲି ଟେଷ୍ଟ ଚମ୍ପିୟାନସିପର ୧୪ଟି ମ୍ୟାଚରେ ଏପର୍ଯ୍ୟନ୍ତ ୮୭୭ ରନ ବନେଇଛନ୍ତି। ଫାଇନାଲରେ କୋହଲି ନିଜର ଖେଳ ଦେଖେଇବେ ବୋଲି ସମସ୍ତଙ୍କୁ ଆଶା।

ଅଜିଙ୍କ୍ୟ ରାହାଣେ: ନିଉଜିଲ୍ୟାଣ୍ଡ ବିରୁଦ୍ଧରେ ଫାଇନାଲ ମୁକାବିଲାରେ ଅଜିଙ୍କ୍ୟ ରାହାଣେଙ୍କର ଭୂମିକା ବହୁତ ଖାସ ରହିବ। ତାଙ୍କୁ ମଧ୍ୟମ କ୍ରମର ମଜବୁତ ସ୍ତମ୍ଭ କୁହାଯାଏ।ସେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ନିଜର ପ୍ରତିଭାର ସମ୍ପୂର୍ଣ୍ଣ ପରିଚୟ ଦେଇଥିଲେ। କୋହଲିଙ୍କର କ୍ୟାପଟେନସିରେ ଭାରତୀୟ ଦଳ ୩୬ରନରେ ଅଲଆଉଟ ହୋଇ ଆଲୋଚନାର ଶିକାର ହେଉଥିଲା, କିନ୍ତୁ ରାହାଣେ ନିଜ ଅଧିନୟକତ୍ଵରେ ନା କେବଳ ଦଳକୁ ସିରିଜ ଜିତାଇଲେ ବରଂ ରାହାଣେ ଜମିକରି ରନ ମଧ୍ୟ କଲେ। ଚମ୍ପିୟାନସିପରେ ରାହାଣେ ସବୁଠାରୁ ଅଧିକ ରନ କରିଥିବା ଟପ୫ ଖେଳାଳୀଙ୍କ ମଧ୍ୟରେ ସାମିଲ ଅଛନ୍ତି ବୋଲୁ ଜଣା ଯାଇଛି। ସେ ଏପର୍ଯ୍ୟନ୍ତ ୧୦୯୫ ରନ ବନେଛନ୍ତି,ଯେଉଁଥିରେ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି।

Google

କେନ ୱିଲିୟମସନ: ନିଉଜିଲ୍ୟାଣ୍ଡର କ୍ୟାପଟେନ କେନ ୱିଲିୟମସନଙ୍କର ଫାଇନାଲରେ ମୁଖ୍ୟ ଭୂମିକା ରହିବ। ଟ୍ରଫି ଉପରେ କବଜା କରିବାର ଅଛି, ତେବେ ୱିଲିୟମସନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। କେନ ଚମ୍ପିୟାନସିପରେ ନିଜ ଦଳ ତରଫରୁ ସବୁଠାରୁ ଅଧିକ ରନ କରିଥିବା ଖେଳାଳି ଅଟନ୍ତି। ସେ ଏପର୍ଯ୍ୟନ୍ତ ୯ଟି ମ୍ୟାଚରେ ୮୧୭ରନ ବନେଇଛନ୍ତି। ଏପରି କୁହାଯାଉଛି କି ଯଦି କେନ କ୍ରିଜରେ ରହିଲେ, ତେବେ ତାଙ୍କୁ ଆଉଟ କରିବା ମୁସ୍କିଲ ହୋଇଯାଏ।

Google

ଡିଭନ କନୱେ: କନୱେ ତାଙ୍କ ଡେବ୍ୟୁ ମ୍ୟାଚରେ ଦ୍ଵିଶତକ ହାସଲ କରି ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ପ୍ରେସର ବଢ଼ାଇଦେଇଛନ୍ତି। କନୱେ ଫାଇନାଲରେ ତାଙ୍କ ଦଳ ପାଇଁ ଏକ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *