WTC FINAL: ଫାଇନାଲ ନିମନ୍ତେ ଷ୍ଟାଣ୍ଡବାଏରେ ଋତୁରାଜ ଗାଏକୱାଡ ସହିତ ଏହି ୨ ଖେଳାଳି ହେଲେ ସାମିଲ, ଜାଣନ୍ତୁ ସମ୍ପୂର୍ଣ୍ଣ

ବିଶ୍ଵ ଟେଷ୍ଟ ଚମ୍ପିୟନସିପ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ୨୪ ଏପ୍ରିଲରେ ଦଳ ଘୋଷଣା କରି ଦେଇ ଥିଲା। ତେବେ ଏହି ଦଳରେ କିଛି ଖେଳାଳି ମାନଙ୍କ ନାମ ପୂର୍ବରୁ ନିଶ୍ଚୟ ଥିଲା ତେବେ ଏହା ମଧ୍ୟରେ ରାହାଣେଙ୍କ ନାମ ଆସିଥିଲା। ଏହି ନାମ ବ୍ୟତୀତ ଭାରତୀୟ କ୍ରିକେଟ ବୋର୍ଡ ଋତୁରାଜ ଗାଏକୱାଡ, ସର୍ଫରାଜ ଖାନ, ଇସାନ କିସାନ ବ୍ୟତୀତ କିଛି ଖେଳାଳି ମାନଙ୍କୁ ଷ୍ଟାଣ୍ଡ ବାଏରେ ରଖିବା ପାଇଁ ମଧ୍ୟ ନିଷ୍ପତି ନେଇଛି।

ଟେଷ୍ଟ ଚମ୍ପିୟନସିପର ଫାଇନାଲ ମୁକାବିଲା ୭ ଜୁନ ଠାରୁ ୧୧ ଜୁନ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲ ପଡ଼ିଆରେ ଖେଳା ଯିବ ଯେଉଁ ଠାରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ସହିତ ସଂଘର୍ଷ କରୁ ଥିବାର ଦେଖିବାକୁ ମିଳିପାରେ। ଭାରତୀୟ ଚୟନ ସମିତି ଋତୁରାଜ ଗାଏକୱାଡ, ସର୍ଫରାଜ ଖାନ, ଇସାନ କିସାନ ବ୍ୟତୀତ କିଛି ଖେଳାଳି ମାନଙ୍କୁ ଷ୍ଟାଣ୍ଡ ବାଏରେ ରଖିବା ପାଇଁ ମଧ୍ୟ ନିଷ୍ପତି ନେଇଛି। ଯେଉଁ ମାନଙ୍କୁ ଭାରତୀୟ ଦଳ ସହିତ ଲଣ୍ଡନ ପଠାଯିବାର ଅଛି।

ଏହି ସମୟରେ ଭାରତୀୟ ଦଳର ସବୁ ପ୍ରମୁଖ ଖେଳାଳି ଆଇପିଏଲ ଖେଳିବାରେ ବ୍ୟସ୍ତ ରହିଛନ୍ତି।ତେବେ ଏହି ସମୟରେ ରେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବା ପାଇଁ ଭାରତୀୟ ଟିମ ବୋର୍ଡ କିଛି ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ବ୍ୟବସ୍ଥା କରି ପାରେ।ଯାହା ଫଳରେ ଭାରତୀୟ ଖେଳାଳି ଇଂଲଣ୍ଡ ପରିବେଶରେ ନିଜକୁ ସହଜରେ ଖାପ ଖୁଆଇ ପାରିବେ। ଆଇପିଏଲ ପ୍ଲେ ଅଫସ୍ ପରେ ଅନ୍ୟ ଦଳରେ ସାମିଲ ଭାରତୀୟ ଖେଳାଳି ପ୍ରଥମେ ହିଁ ଭାରତୀୟ କୋଚ ରାହୁଲ ଦ୍ରାବିଡଙ୍କ ସହିତ ୨୩ ମେ ମଧ୍ୟରେ ଇଂଲଣ୍ଡ ପାଇଁ ବାହାରି ଯିବେ।

ଏହି ମୁକାବିଲାକୁ ନେଇ ଭାରତୀୟ ଦଳ ମଧ୍ୟରେ ସାମିଲ ଥିବା ଦୃତ ବୋଲର ଓ ଅଲରାଉଣ୍ଡର ଭାବରେ ସାର୍ଦୁଲ ଠାକୁରଙ୍କୁ ଜାଗା ମିଳିଚି। ଯିଏକି ଅନେକ ସମୟ ପରେ ଭାରତୀୟ ଟେଷ୍ଟ ଦଳକୁ ଫେରିଛନ୍ତି। ଏହା ପୂର୍ବରୁ ସେ ଇଂଲଣ୍ଡ ଗସ୍ତ ସମୟରେ ଖେଳିଥିବା ଟେଷ୍ଟ ସିରିଜରେ ବଲ ସହିତ ବ୍ୟାଟ ଦ୍ଵାରା ମଧ୍ୟ ବହୁତ ଭଲ ଭୂମିକା ସମ୍ପନ୍ନ କରି ଥିଲେ। ତେବେ ତାଙ୍କ ପାଖରୁ ଦଳକୁ ସେହିପରି ପୁଣି କିଛି ପ୍ରଦର୍ଶନ କରିବାର ଅନୁମାନ ରହିଛି।

Leave a Reply

Your email address will not be published. Required fields are marked *