ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ହାରିଲା ପରେ ବ୍ୟାଟ୍ସମାନଙ୍କୁ କୋହଲିଙ୍କ କଡା ତାଗିତ, କ୍ରିଜରେ କେବଳ ଠିଆ ନ ହୋଇ ରନ କର

ଦୀର୍ଘ ଦିନ ଧରି ଭାରତ ବ୍ୟାଟ୍ସମାନଙ୍କ ଖେଳ ଟେଷ୍ଟରେ ଉଚ୍ଚ କୋଟିର ହୋଇନି। ସାଉଥଆମ୍ପଟନରେ ନ୍ୟୁଜିଲାଣ୍ଡ ପାଖରୁ ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ଭାରତ ହାରର ସାମ୍ନା କରିବାକୁ ପଡିଛି । ଦଳ ଐତିହାସିକ ମୁକାବିଲା ଜିତି ଇତିହାସ ରଚିବାର ସୁଯୋଗ ହାତଛଡା କରିଛି । ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟରେ ହରାଇଛି । ଖରାପ ବ୍ୟାଟିଂ ହାରିବାର ଏକ ମୁଖ୍ୟ କାରଣ ବୋଲି ଜଣା ଯାଉଛି। ଫାଷ୍ଟ ପାରିରେ ଟିମ ୨୧୭ ରନ ବନେଇ ଅଲ ଆଉଟ ହୋଇଯାଇଥିଲା ଏବଂ ଦ୍ଵିତୀୟ ପାରିରେ ୧୭୦ ରନ ବନେଇପାରିଥିଲା। ଦଳ ପକ୍ଷରୁ କେହିବି ଅର୍ଦ୍ଧ ଶତକ ମାରିବାରେ ସଫଳ ରହିନଥିଲେ। ଏହାପରେ କ୍ୟାପଟେନ କୋହଲି ସମସ୍ତଙ୍କୁ ସୂଚନା ଦେଇଦେଇଛନ୍ତି।

Google

ପ୍ରେସ କନ୍ଫରେନ୍ସରେ କୋହଲି କହିଲେ ମୁସ୍କିଲ ସ୍ଥିତିରେ ରନ ନକରି ମୌକା ହରାଉଛନ୍ତି। ଯଦି କ୍ରିଜରେ ଛିଡା ହେବେ ଏବଂ ଆଉଟ ହେବା ଯାଏ ଅପେକ୍ଷା କରିବେ ତେବେ ଏମିତି ହେବ ଯେ ଆଉଟ ହୋଇଯିବେ ଏବଂ ଦଳର ଓ୍ଵିକେଟ୍ ହରାଇ ଚାଲିଥିବ । କୋହଲିଙ୍କ ମତରେ ଆଉଟ କଥା ଛାଡି ଆମକୁ ରନ କରିବକୁ ହେବ। ବିପକ୍ଷ ଦଳକୁ ପ୍ରେସରରେ ପକାଇ ହିଁ ତୁମେ ରନ କରିପାରିବ। ବିରାଟ କୋହଲି ଆହୁରି ମଧ୍ୟ କହିଛନ୍ତି, ଆମକୁ ଆମର ମୋନଭାବ ଅଲଗା କରିବାକୁ ପଡିବ ଏବଂ ଆଉଟ୍ ହେବାର ଚିନ୍ତା ଛାଡି କେମିତି ରନ କରିବି ସେ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ରନ କରିବା ହିଁ ଏକମାତ୍ର ବିକଳ୍ପ ହେବାର ଅଛି । ନଚେତ୍ ଯଦି ଆପଣ ନଟ୍‌-ଆଉଟ୍‌ ରହିବାକୁ ଉଦ୍ୟମ କରିବେ, ତେବେ ଆପଣ ଆଉଟ୍ ହୋଇଯିବେ ।

କୋହଲିଙ୍କ ଏହି କଥା ପୂଜାରାଙ୍କ ଆଡ଼କୁ ଦର୍ଶାଉଥିବାର ଜଣା ଯାଉଛି କାରଣ ପୂଜାରାଙ୍କ ବ୍ୟାଟକୁ ବହୁତ ଦିନ ହେବ ଭଲ ଖେଳ ଦେଖିବାକୁ ମିଳିନି। ପୂଜାରା କେବଳ ୨୮ ଆଭରେଜରେ ରନ ବନେଇଛନ୍ତି ବିଶ୍ୱ ଟେଷ୍ଟ ସିରିଜରେ। ପୂଜାରା ଫାଇନାଲର ଦୁଇଟି ପାରିରେ ବି ବିଫଳ ରହିଥିଲେ।

WTC Final, India vs New Zealand: Cheteshwar Pujara could have rotated the strike better, says Dale Steyn
Google

ରାହାଣେ ଏବଂ ଗିଲ ମଧ୍ୟ କିଛି ଭଲ ଖେଳ ଜାହିର କରିପାରିନାହାନ୍ତି। ରାହାଣେ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ଅଧିକ ରନ କରିଛନ୍ତି ମାତ୍ର କ୍ରମାଗତ ଭାବେ କରିବାରେ ବିଫଳ ରହିଛନ୍ତି। ଅଷ୍ଟ୍ରେଲିଆ ଦୌଡ଼ ପର ଠାରୁ ଗିଲ ମଧ୍ୟ କିଛି ଖାସ କରିନାହାନ୍ତି। ଆପଣଙ୍କୁ କହିଦେବୁ ଯେ, ଭାରତର ବର୍ତ୍ତମାନ ଇଂଲଣ୍ଡର ବିରୁଦ୍ଧରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଅଗଷ୍ଟ ୪ ରୁ ଆରମ୍ଭ ହେବ ଏବଂ ଏଭଳି ପରିସ୍ଥିତିରେ ଭାରତୀୟ ଦଳର ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ସାମ୍ନାକୁ ଆସିଥିବା ଦୁର୍ବଳତାକୁ ଦୂର କରିବାକୁ ଅନେକ ସମୟ ଅଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *