WTC ଏକାଦଶରେ ମିଳିଲା ନାହିଁ ବିରାଟ କୋହଲିଙ୍କୁ ଜାଗା, ଏହି ଷ୍ଟାର ଖେଳାଳି ବନିଲେ କ୍ୟାପଟେନ

ICC ତରଫରୁ ୱାଲର୍ଡ଼ ଟେଷ୍ଟ ଚ୍ୟାମ୍ପିୟନସିପ ଆୟୋଜନ ହୋଇଥିଲା। ୨୦୧୯ ଆରମ୍ଭ ହୋଇଥିବା ପ୍ରଥମ ସଂସ୍କରଣ ୨୩ ଜୁନରେ ଶେଷ ହେଲା। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କଲା। ଭାରତର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ଲଗେଇ ପାରିଲେ ନାହିଁ। ମୋଟ ୯ ଟି ଟିମକୁ ୬-୬ ଟି ସିରିଜ ଖେଳିବାକୁ ପଡିଥିଲା।

Google

ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ଫ୍ୟାନସ ଭୋଟ ହିସାବରେ ଫ୍ରେଞ୍ଜାଇଜି ଡବ୍ଲ୍ୟୁଟିସି ଏକାଦଶ ଚୟନ କରିଛି। ଏଥିରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଳିଙ୍କୁ ଜାଗା ମିଳିନାହିଁ। ଭାରତ ତରଫରୁ ରୋହିତ ଶର୍ମା,ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନଙ୍କୁ ଏହି ଟିମର କ୍ୟାପଟେନ ଘୋଷଣା କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ଅନ୍ୟ ଦୁଇ ଖେଳାଳି କାଏଲ ଯେମିଶନଓ ଟିମ ସାଉଦିଙ୍କୁ ଏହି ଦଳରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ତରଫରୁ ତିନି ଖେଳାଳି ଷ୍ଟିଭ ସ୍ମିଥ,ପ୍ୟାଟ କମିନ୍ସ ଓ ଲବୁସେନଙ୍କୁ ସ୍ଥାନ ମିଳିଛି। ଶ୍ରୀଲଙ୍କା ତରଫରୁ ଦିମୂଥ କରୁଣାରତ୍ନ ଓ ଇଂଲଣ୍ଡର ବେନ ଷ୍ଟୋକସଙ୍କୁ ସାମିଲ କରାଯାଇଛି। ପାକିସ୍ତାନ,ୱେଷ୍ଟଇଣ୍ଡିଜ ଓ ସାଉଥ ଆଫ୍ରିକାର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ।

ରୋହିତ ୬୧ ଔଷତରେ ୧୦୯୪ ରନ କରିଛନ୍ତି:

ଭାରତୀୟ ଦଳର ଓପ୍ନର ରୋହିତ ୧୨ ମ୍ୟାଚରେ ୧୦୯୪ ରନ ବନେଇଛନ୍ତି। ଏଥିରେ ୨ ଶତକ ସାମିଲ ଅଛି। ଋଷଭ ୩୯ ଔଷତରେ ୭୦୭ ରନ ବନେଇଛନ୍ତି। ହେଲେ ସେ ଶତକ ଲଗେଇ ନାହାନ୍ତି। ସେହିପରି ଆର ଅଶ୍ୱିନ ସବୁଠାରୁ ଅଧିକ ୭୧ଟି ୱିକେଟ ଅକ୍ତିଆର କରିଛନ୍ତି। କ-ରୋ-ନା କାରଣରୁ ଅନେକ ସିରିଜ ରୋକ କରିବାକୁ ପଡିଛି। ଟେବୁଲରେ ଭାରତୀୟ ଦଳ ପ୍ରଥମ ଓ ନ୍ୟୁଜିଲ୍ୟାଣ୍ଡ ଦ୍ଵିତୀୟ ନମ୍ବରରେ ଥିଲା।

Google

ଡବ୍ଲ୍ୟୁଟିସି ଏକାଦଶ: ରୋହିତ ଶର୍ମା,ଷ୍ଟିଭ ସ୍ମିଥ,ବେନ ଷ୍ଟୋକସ,ଲବୁସେନ,କେନ ୱିଲିୟମସନ(କ୍ୟାପଟେନ),ଋଷଭ ପନ୍ତ, ଆର ଅଶ୍ୱିନ,ପ୍ୟାଟ କମିନ୍ସ,କାଏଲ ଯେମିସନ,ଟିମ ସାଉଥି,ଦିମୂଥ କରୁଣାରତ୍ନ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *