କରୋନା ଓ ଲକଡାଉନ ଭିତରେ ବର୍ଷ ୨୦୨୦ ଏହି ୧୦ ଟି ବିବାଦ ଦେଇ ଗତିକଲା ବଲିଉଡ଼,ଜାଣନ୍ତୁ ସେହି ରୋଚକ ତଥ୍ୟ।

ଏହି ଅନେକ କଣ୍ଟ୍ରୋବର୍ଷି ଭିତରେ ଏପରି ଅନେକ ବିବାଦ ଥିଲା ଯାହା ଅଧିକ ଚର୍ଚ୍ଚା ହୋଇନଥିଲା କିନ୍ତୁ ଲୋକଙ୍କ ମନରେ ଘର କରି ରହିଥିଲା। ଏହି ସବୁ ବିବାଦ ଭିତରେ ବଲିଉଡ଼ ବର୍ଷ ୨୦୨୦ ଅନେକ ସୁନ୍ଦର ଫିଲ୍ମ ମଧ୍ୟ ପ୍ରଦାନ କରିଛି। ସେହିପରି ଭାବେ ସୋନୁ ସୁଦ ଭଳି ସେଲିବ୍ରେଟି ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

Google

୨୦୨୦ ଲୋକଙ୍କ ପାଇଁ ବହୁତ ଅଶୁବିଧା ନେଇକି ଆସିଥିଲା ଏବଂ ବହୁତ ଲୋକ ବିପର୍ଯ୍ୟୟର ସାମ୍ନା କରିଥିଲେ। ଏହି ବର୍ଷ ଲୋକ ଅନେକ ନିଜ ଲୋକଙ୍କୁ ମରିବା ଦେଖିଛନ୍ତି।ଅନେକ ଲୋକଙ୍କ ଚାକିରୀ ଚାଲିଗଲା ଓ ଅନେକ ଲୋକଙ୍କ ବ୍ୟବସାୟରେ ମଧ୍ୟ କ୍ଷତି ସହ୍ୟ କରିବାକୁ ପଡିଲା। ବଲିଉଡ଼ରେ ମଧ୍ୟ କରୋନାକୁ ନେଇ ଅନେକ ହଇଚଇ ସୃଷ୍ଟି ହେଲା। ଇଣ୍ଡଷ୍ଟ୍ରି ରୂପରେ ବଲିଉଡ଼ର ପରିସ୍ଥିତି ବହୁର ଗରମା ଗରମ ରହିଲା। ଆପଣଙ୍କୁ ମନେ ପକାଇ ଦେବୁ ୨୦୨୦ ଶେଷ ସମୟରେ ଏହି ବର୍ଷ ଫିଲ୍ମ ଜଗତ ସହିତ ଜଡିତ ୧୦ ଏପରି କଣ୍ଟ୍ରୋବର୍ଷି ବିଷୟରେ ଯାହା ଏହି ବର୍ଷକୁ ବହୁତ ଚର୍ଚ୍ଚାରେ ରଖିଥିଲା,ତେବେ ଡେରି ନ କରି ଆସନ୍ତୁ ଜାଣିବା।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ:-

ଏହି ବର୍ଷ ବଲିଉଡ଼ରେ ସବୁଠୁ ବଡ଼ କଣ୍ଟ୍ରୋବର୍ଷି ରହିଲା ସୁଶାନ୍ତଙ୍କର ମୃତ୍ୟୁ। ଯେବେ କରୋନା ଲକଡାଉନ ସମୟରେ ପୁରା ଦେଶରେ ସଂକ୍ରମଣ ସଂଖ୍ୟା ବଢୁଥିଲା ସେବେ ଅଚାନକ ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଖବର ଦେଶରେ ଶୋକର ପରିବେଶ ସୃଷ୍ଟି କରିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ପାଟଣାରେ ଏଫଆଇଆର ଦାଖଲ କରିଥିଲେ। ଏହା ପରେ ରିୟାଙ୍କୁ ଗିରଫ ଓ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଦାବି କରାଗଲା। ଏହା ପରେ କେସ ସିବିଆଇକୁ ଦିଆଗଲା ଏବେ ପର୍ଯ୍ୟନ୍ତ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି କୌଣସି ପ୍ରମାଣ ମିଳିପାରିନାହିଁ । ସୁଶାନ୍ତଙ୍କ ପାଇଁ କିଛି ବଲିଉଡ଼ ଷ୍ଟାର ମାନେ ମଧ୍ୟ ଭଲସେ ଯାଞ୍ଚର ଦାବି କରୁଛନ୍ତି।

ବଲିଉଡ଼ର ଡ୍ରଗ୍ସ କନେକ୍ସନ:-

ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ୍ରଗ୍ସ ମାମଲା ବିରାଟ ରୂପ ପ୍ରକଟ କଲା । ଯେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଗିରଫ କରାଗଲା ଓ ଯେବେ ସିବିଆଇ ତଦନ୍ତ କଲା ରିୟାଙ୍କ ସମ୍ପର୍କ ଡ୍ରଗ୍ସ କନେକ୍ସନରେ ଥିବା ଜଣାପଡିଲା। ଏହି ମାମଲାରେ ଏନସିବି ହସ୍ତକ୍ଷେପ କଲା ଓ ପରେ ଗୋଟେ ପରେ ଗୋଟେ ବଡ଼ ଷ୍ଟାର ଡ୍ରଗ୍ସ ମାମଲାରେ ଥିବାର ଖୁଲାସା ମଧ୍ୟ ହେଲା। ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ରିୟା ଚକ୍ରବର୍ତ୍ତୀ, ଶ୍ରଦ୍ଧା କପୁର,ରକୁଲ ପ୍ରୀତି ସିଂହ, ଭାରତୀ ସିଂହ,ଭଳି ଅନେକ ବଡ଼ ଷ୍ଟାର ମାନଙ୍କ ନାମ ବାହାରିଲା ଏବଂ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ।

Google
ନେପୋଟିଯିମ ଉପରେ ବିବାଦ:-

ସୁଶାନ୍ତଙ୍କ ମୃତ୍ୟୁ ଯେଉଁଠି ବଲିଉଡ଼କୁ ଡ୍ରଗ୍ସ ସହ ଯୋଡିଦେଲା ଅନ୍ୟ ପଟେ ନେପୋଟିଯିମ ଉପରେ ଚର୍ଚ୍ଚା ହେବାରେ ଜୋର ଧରିଲା। ଲିଙ୍କ ଅନେକ କଳାକାରଙ୍କ ପରିବାର ଉପରେ ଅଭିଯୋଗ ଲଗାଇଲେ କି ସେମାନେ ନେପୋଟିଯିମକୁ ଅଧିକ ଗୁରୁତ୍ୱ ଦେବା ଦ୍ଵାରା ସୁଶାନ୍ତଙ୍କ ଭଳି ପ୍ରତିଭା ଇଣ୍ଡଷ୍ଟ୍ରିରେ ରହିପାରିଲେ ନାହିଁ ଏହା କିଛି ଦିନ ବହୁତ ଚାଲିଥିଲା, ଲୋକମାନେ କହିଲେ କି ଫିଲ୍ମ ନିର୍ମାତା ଓ ଡାଇରେକ୍ଟର କେବଳ ଫିଲ୍ମ ଷ୍ଟାର ମାନଙ୍କ ପିଲାଙ୍କୁ ଆଗକୁ ବଢ଼ିବା ପାଇଁ ମୌକା ଦେଉଛନ୍ତି ଏବଂ ବହୁତ ସାହାଯ୍ୟ କରୁଛନ୍ତି ହେଲେ କୌଶଳ ଦେଖୁନାହାନ୍ତି। ଏହା ପରେ ଅନେକ କଳାକାର ଏହା ଉପରେ ନିଜ ପ୍ରତିକ୍ରିୟା ଦେଲେ। କିଛି ସେଲିବ୍ରେଟି ରାଗିଗଲେ ତ ଆଉକିଛି ସେଲିବ୍ରେଟି କିଛି ପ୍ରକାଶ କଲେ ନାହିଁ। ଅକ୍ଷୟ କୁମାର ଏକ ଭିଡ଼ିଓ ପୋଷ୍ଟ କରି କହିଲେ କି ଏହି କାରଣରୁ ଲୋକ ଫିଲ୍ମକୁ ବୟକଟ ନକରନ୍ତୁ,ଏହା ବି ବହୁତ ଭାଇରଲ ହୋଇଥିଲା।

କଙ୍ଗନା ରଣୱାତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଯୁଦ୍ଧ:-

ଏହି ବର୍ଷ କଙ୍ଗନା ରଣୱାତଙ୍କର ରାଗ ଚରମ ସୀମାରେ ରହିଲା। କଙ୍ଗନା ଅନେକ ଲୋକଙ୍କ ସହ ଟ୍ୱିଟରେ ଝଗଡା କଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ କଙ୍ଗନା ସାମ୍ନାକୁ ଆସିଲେ ଓ ଅନେକ ବଡ଼ ଷ୍ଟାର ମାନଙ୍କ ଉପରେ ଅଭିଯୋଗ ଲଗାଇଲେ।ସେ ଏହା ମଧ୍ୟ କହିଦେଲେ କି ଅନେକ ବଡ଼ ଷ୍ଟାର ମାନଙ୍କ ରକ୍ତ ଟେଷ୍ଟ କଲେ ଜଣାପଡିବ କି ଅନେକ ବଡ଼ ଷ୍ଟାର ଡ୍ରଗ୍ସ ସେବନ କରିଥାନ୍ତି। ସେ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ସରକାରଙ୍କ ଉପରେ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚକୁ ନେଇ ଗମ୍ଭୀର ଅଭିଯୋଗ ଲଗାଇଲେ। ତାଙ୍କର ଓ ସଂଜୟ ରାୱତଙ୍କ ମଝିରେ ଲଢେଇ ଚର୍ଚ୍ଚାର ବିଷୟ ପାଲଟିଲା।ଏହା ସବୁ ପରେ ମୁମ୍ବାଇରେ ବିଏମସି କଙ୍ଗନାଙ୍କ ଅଫିସ ଭାଙ୍ଗିଦେଲା। ବିଏମସି କହିବାର କଥାକି ସେମାନେ କଙ୍ଗନାଙ୍କୁ ଅବୈଧ ନିର୍ମାଣ ଘର ପାଇଁ ନୋଟିସ ପଠାଇଥିଲେ।

କଙ୍ଗନା vs ଦିଲଜିତ,ଊର୍ମିଳା, ସ୍ୱରା, କୁନାଲ କାମରା, ତାପସି ପତ୍ରୁ:-

ଏହି ବର୍ଷ କଙ୍ଗନା ଅଲଗା ଅଲଗା କଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଅନେକ କଥାରେ ନିଜ ପତିକ୍ରିୟା ଦେଇଛନ୍ତି।ଏହା ଦ୍ଵାରା ସେ ଅନେକ ସେଲିବ୍ରେଟିଙ୍କ ସହ ଟ୍ୱିଟରେ ଲଢେଇ କରିଥିବା ଦେଖାଯାଇଛି। ସବୁ ଲଢେଇ ଛଡା ଅଧିକ ଚର୍ଚ୍ଚାରେ ରହିଲା କଙ୍ଗନା ଓ ଦିଲଜିତଙ୍କ ମଧ୍ୟରେ ହୋଇଥିଲା ଲଢେଇ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୃଦ୍ଧା ମହିଳାଙ୍କ ଉପରେ କଙ୍ଗନା ଖରାପ ବୟାନ ଦେଇଥିଲେ ଯାହାର ପରେ ଦିଲଜିତ ଦୋସାଂଝ ତାଙ୍କୁ କଡା ଜବାବ ଦେଇଥିଲେ। ଲୋକ ଏହି ଲଢେଇ ରେ ଅଧିକ ସାପୋର୍ଟ ଦିଲଜିତଙ୍କୁ ଦେଉଥିବା ଦେଖାଯାଇଛି।ଏତିକି ନୁହେଁ କଙ୍ଗନାଙ୍କ ଡ୍ରଗ୍ସ ଓ ମୁମ୍ବାଇ ଵାଲା ବୟାନରେ ଊର୍ମିଳା ମାତୋଣ୍ଡକର,ସ୍ୱରା ଭାସ୍କର, ଅନୁରାଗ କଶ୍ୟପ ଓ ତାପସି ପତ୍ରୁ ଭଳି ସେଲିବ୍ରେଟି କଙ୍ଗନାଙ୍କ ସହ ଟ୍ୱିଟରରେ ଲଢେଇ କରିଥିବା ଦେଖାଯାଇଛି।

ସୋନୁ ନିଗମ ଓ ଟି-ସିରିଜ ମଧ୍ୟରେ ଲଢେ଼ଇ:-

ସୁଶାନ୍ତଙ୍କ ମୃତ୍ୟୁ ପରେ ସୋନୁ ନିଗମ ଏକ ଭିଡ଼ିଓ ସେୟାର କରି କହିଥିଲେ କି ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଲୋକ ଆତ୍ମହତ୍ୟା କରିବେ। କଣ୍ଟ୍ରୋବର୍ଷି ସେବେ ଆରମ୍ଭ ହେଲା ଯେବେ ସୋନୁ ନିଗମ ଟି-ସିରିଜର ମାଲିକ ଭୂଷଣ କୁମାରଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରିର ମାଫିଆ କହିଲେ। ଏହା ପରେ ଭୂଷଣଙ୍କ ପତ୍ନୀ ଦିବ୍ୟା ଖୋସଲା କୁମାର ଏକ ଭିଡ଼ିଓ ସେୟାର କରି କହିଲେ ସୋନୁଙ୍କୁ ଟି-ସିରିଜ ହିଁ ବ୍ରେକ ଦେଇଥିଲା। ସେ ଏତେ ବଡ଼ ସିଙ୍ଗର ହୋଇ ତାଙ୍କର ଏଭଳି ବୟାନ ଦେବା ଉଚିତ ନୁହେଁ।

Google
କରଣ ଜୋହର ଓ ମଧୁର ଭଣ୍ଡାରକରଙ୍କ ମଧ୍ୟରେ ହୋଇଥିଲା ବିବାଦ:-

କରଣ ଜୋହର ଓ ମଧୁର ଭଣ୍ଡାରକରଙ୍କ ମଧ୍ୟରେ ବିବାଦ ଏକ ୱେବସିରିଜକୁ ନେଇକି ହୋଇଥିଲା। ଦି ଫେବ୍ୟୁଲେସ ଲାଇଫ ଅଫ ବଲିଉଡ଼ ଲାଇଫସ ନାମରେ ଏକ ୱେବସିରିଜ କରଣ ଜୋହରଙ୍କର ନେଟକ୍ଲିଫରେ ଆସିଥିଲା। ଯାହାର ନାମକୁ ନେଇ ବିବାଦ ଆରମ୍ଭ ହେଲା। ମଧୁର ଟ୍ୱିଟକରି ଏହି ସୂଚନା ଦେଇଛନ୍ତିକି ସେ କରଣ ଜୋହରଙ୍କୁ ଏହି ଅନୁମତି ଦେଇନଥିଲେ କି ସେ ତାଙ୍କ ଆଗାମୀ ପ୍ରୋଜେକ୍ଟର ନାମ କପି କରନ୍ତୁ। କରଣ ନାମକୁ ବଦଳାଇ ବ୍ୟବହାର କରିଛନ୍ତି। କରଣ ମଧୁରଙ୍କ ପୋଷ୍ଟରେ କହିଛନ୍ତିକି ତାଙ୍କ ପ୍ରୋଜେକ୍ଟର ନାମ କିଛି ଅଲଗା ଥିଲା। ଦୁହିଁଙ୍କ ଭିତରେ ଟ୍ୱିଟରେ ଅନେକ ଦ୍ଵନ୍ଦ ହୋଇଥିଲା।

ଜୟା ବିଚନ ଓ ରବି କିଷନଙ୍କ ମଧ୍ୟରେ ସଂସଦରେ ଦ୍ବନ୍ଦ:-

ବଲିଉଡ଼ର ଡ୍ରଗ୍ସ ମାମଲାର ଚର୍ଚ୍ଚା ସଂସଦରେ ବି ହୋଇଥିଲା।ରବି କିଷନ ଏନସିବିର ପ୍ରସଂସା କରିଛନ୍ତି। ଯିଏକି ଯାଞ୍ଚ କରି ଅନେକ ବଡ଼ ଲୋକଙ୍କୁ ଧରିଛି କିନ୍ତୁ ଜୟା ବଚନ ବଲିଉଡ଼ର ପକ୍ଷ ନେଲେ। ଜୟା ସଂସଦରେ କହିଲେ କି ମତେ ଦୁଃଖ ଲାଗୁଛି ଇଣ୍ଡଷ୍ଟ୍ରିର ଏକ ଲୋକ ଇଣ୍ଡଷ୍ଟ୍ରି ବିରୁଦ୍ଧରେ କହୁଛି।କେବଳ କିଛି ଲୋକଙ୍କ ପାଇଁ ପୁରା ଇଣ୍ଡଷ୍ଟ୍ରିର ନାମ ଖରାପ କରିବା ଉଚିତ ନୁହେଁ। ଏହି ଲୋକ ଯେଉଁ ଥାଳିରେ ଖାଇଥାନ୍ତି ସେହି ଥାଳିରେ ଛିପ ପକାଇଥାନ୍ତି।

ଯେବେ ବିବାଦରେ ଘେରି ଗଲା ଛପାଖ, ସଡ଼କ-୨,ଲକ୍ଷ୍ମୀ:-

ବର୍ଷ ୨୦୨୦ରେ କେବଳ ସେଲିବ୍ରେଟି ମାନେ ନୁହେଁ ଅନେକ ଫିଲ୍ମ ମଧ୍ୟ ବିବାଦରେ ଫସିଗଲା। ଫିଲ୍ମ ଛପାକର ରିଲିଜ ସମୟରେ ଦୀପିକା ପାଦୁକୋନ ଦିଲ୍ଲୀର ଯେଏନୟୁରେ ଚାଲୁଥିବା ଛାତ୍ରଙ୍କ ପ୍ରୋଜେକ୍ଟରେ ତାଙ୍କ ସାଥ ଦେବାପାଇଁ ଯେଏନୟୁ ଯାଇଥିଲେ। ଏଥିପାଇଁ ଲୋକ ତାଙ୍କ ଫିଲ୍ମକୁ ବ ୟକଟ କରିବା ପାଇଁ ନିଷ୍ପତ୍ତି ନେଲେ। ଏହି ବିବାଦ ପାଇଁ ଫିଲ୍ମ ଏତେ ସଫଳ ହୋଇପାରିଲା ନାହିଁ।

ସଡ଼କ-୨ ସହିତ ମଧ୍ୟ କିଛି ଏପରି ହେଲା। ଫିଲ୍ମ ବଡ଼ ପରଦାରେ ଫ୍ଲପ ହୋଇଗଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ନେପୋଟିଯିମର ମାମଲା ଲୋକଙ୍କ ମନରେ ରହିଯାଇଥିଲା ଯାହା ପରେ ସେମାନେ ୟୁଟୁବରେ ସଡ଼କ-୨ର ଟ୍ରେଲର କୁ ଏତେ ଦିଶଲାଇକ ମିଳିଲାକି ଏହା ବିଶ୍ୱର ତୃତୀୟ ଅଧିକ ଡ଼ିଶଲାଇକ ଭିଡ଼ିଓ ହୋଇଗଲା। ଲଷ୍ମୀ ଫିଲ୍ମରେ ମଧ୍ୟ ନେପୋଟିଯିମକୁ ନେଇକି ଧାର୍ମିକ କାର୍ଯ୍ୟକୁ କ୍ଷତି କରାଯାଉଥିବାର ଅଭିଯୋଗ ଲାଗିଲା। ମେକର୍ସ ୟୁଟୁବରେ ଲାଇକ ଓ ଦିଶ ଲାଇକକୁ ମଧ୍ୟ ହଟାଇ ଦେଲେ। ଏହା ପରେ ଏକ ଧାର୍ମିକ ଅନୁଷ୍ଠାନ ଏହା ଉପରେ ଧାର୍ମିକ କାର୍ଯ୍ୟ କୁ କ୍ଷତି ପହଂଚାଯାଉଥିବା ଆରୋପ ମଧ୍ୟ ଲଗାଇଥିଲା।

Google

ଅ ସ୍ତୁଏଟଲ ବଏ ଓ ଆଶ୍ରମ ସହିତ ଜଡିତ କଣ୍ଟ୍ରୋବର୍ଷି ଧାର୍ମିକ କାର୍ଯ୍ୟକୁ ଆହତର ଅଭିଯୋଗ ଫିଲ୍ମ ସହିତ ୱେବସିରିଜ ଉପରେ ମଧ୍ୟ ଲାଗିଲା। ମିରା ନାୟରଙ୍କର ୱେବସିରିଜ ବହୁତ ବିବାଦର ସାମ୍ନା କରିଲା ଓ ଏହା ଉପରେ କେସ ମଧ୍ୟ ହେଲା। ଏଥିରେ ଗୋଟିଏ ସିନରେ ଦମ୍ପତି ମନ୍ଦିରରେ କିସ କରୁଥିବା ଦେଖାଯାଇଥିଲା। ଏହା ପରେ ଆଶ୍ରମ ୱେବସିରିଜରେ ଧାର୍ମିକ ଭାବନାକୁ ଆହତ ଓ ଧର୍ମ ଗୁରୁମାନଙ୍କ ଖରାପ ଛବି ଦେଖାଯାଉଥିବା ୱେବସିରିଜକୁ ନେଇ ମଧ୍ୟ ଅନେକ କଂଟ୍ରୋଭରସି ସୃଷ୍ଟି ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *