ହ୍ୱାଟ୍ସଆପରେ ଏକାଠି ୫୦ ଲୋକଙ୍କୁ କରିପାରିବେ ଭିଡିଓ କଲ୍, ଜାଣନ୍ତୁ ସହଜ ଉପାୟ

ହ୍ୱାଟ୍ସଆପରେ ଏକାଠି ୫୦ ଲୋକଙ୍କୁ କରିପାରିବେ ଭିଡିଓ କଲ୍, ଜାଣନ୍ତୁ ସହଜ ଉପାୟ, Nitidina, Odisha, Stay home Stay safe, Corona, Covid-19, News

ଫେସବୁକ୍ ନିକଟରେ ମେସେଞ୍ଜର ରୁମ୍ସ ଫିଚର ଆରମ୍ଭ କରିଥିଲା । ଏଥିରେ ୟୁଜର୍ସ ଏକ ସିଙ୍ଗଲ ଭିଡିଓ କଲରେ ଏକାଠି ୫୦ ଲୋକଙ୍କ ସହିତ ଯୋଡି ହୋଇପାରିବେ । ଖାସ୍ କଥା ହେଉଛି ଏହାକି ଫେସବୁକ୍ ଏହାକୁ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ ପାଇଁ ମଧ୍ୟ ନେଇଆସିଛି । ହ୍ୱାଟ୍ସଆପର ଆଣ୍ଡ୍ରଏଡ୍ ଭର୍ସନରେ ଧିରେ ଧିରେ ରୁମ୍ସ ଫିଚର ଆରମ୍ଭ ହୋଇଯାଇଛି ।

ନୂଆ ରୁମ୍ସ ଇଣ୍ଟିଗ୍ରେସନରୁ ହ୍ୱାଟ୍ସଆପ୍ ୟୁଜର୍ସ କଲ୍ ଆରମ୍ଭ ମଧ୍ୟ କରିପାରିବେ । ଏହା ସହିତ କୌଣସି ରୁମ୍ସରେ ଜଏନ୍ ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା କେମିତି ଆପଣ ଏକାଠି ୫୦ ଲୋକଙ୍କ ସହିତ କରିପାରିବେ ଭିଡିଓ କଲ୍ ।

ସୂଚନା ପାଇଁ କହିରଖୁଛୁ ହ୍ୱାଟ୍ସଆପ୍ ଗ୍ରୁପ୍ ଭିଡିଓ କଲ୍ସ ଭଳି ଭିଡିଓ କଲ୍ ଫିଚର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟଡ ନାହିଁ ।

ପ୍ରଥମେ ଏହି ଜିନିଷକୁ ଧ୍ୟାନରେ ରଖିବାକୁ ପଡିବ

ହ୍ୱାଟ୍ସଆପର ଲାଟେଷ୍ଟ ଭର୍ସନ ହେବା ଜରୁରୀ

ଇଣ୍ଟରନେଟ୍ କନେକ୍ସନ ମଧ୍ୟ ଥିବା ଆବଶ୍ୟକ

ଫେସବୁକ୍ ମେସେଞ୍ଜରର ମଧ୍ୟ ଲାଟେଷ୍ଟ ଭର୍ସନ ଥିବା ଆବଶ୍ୟକ

ଆସନ୍ତୁ ଜାଣିବା ହ୍ୱାଟ୍ସଆପରେ ରୁମ୍ କ୍ରିଏଟ୍ କେମିତି କରିବା

WhatsApp hidden features: Five tricks that you must know
Google

>> ପ୍ରଥମେ ହ୍ୱାଟ୍ସଆପ କୁ ଖୋଲନ୍ତୁ ଏବଂ ଉପରେ ଥିବା କଲ୍ ଟ୍ୟାବ୍ କୁ ଯାଆନ୍ତୁ

>> ବର୍ତ୍ତମାନ Create a Room ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ

>> ଏବେ ମେସେଞ୍ଜର ଅପ୍ସନରେ Continue ଉପରେ ଟ୍ୟାପ୍ କରନ୍ତୁ

ଆପଣଙ୍କୁ ଏବେ ମୋବାଇଲ୍ ବ୍ରାଉଜର ମାଧ୍ୟମରେ ମେସେଞ୍ଜର କିମ୍ବା ମେସେଞ୍ଜର ୱେବସାଇଟ୍ ଉପରେ ରିଡାଇରେକ୍ଟ କରିଦିଆଯିବ । ଏମିତି କାରଣ ରୁମ୍ ଫିଚର ହ୍ୱାଟ୍ସଆପ୍ ବାହାରେ କାମ କରିଥାଏ ।

ଏବେ Try it ଉପରେ ଟ୍ୟାପ୍ କରନ୍ତୁ

ଏହା ପରେ ପୁଣି Create Rooms କୁ ଯିବାକୁ ପଡିବ ଏବଂ Room ନାଁ ଇଣ୍ଟର କରିବାକୁ ପଡିବ ।

ରୁମ୍ସକୁ କଷ୍ଟମାଇଜ୍ କରିବା ପାଇଁ ଆପଣ ରୁମ୍ସ ଆକ୍ଟିଭିଟି ଉପରେ ମଧ୍ୟ ଟ୍ୟାପ୍ କରିପାରିବେ

ଏହା ପରେ Send Link on WhatsApp ଉପରେ ଟ୍ୟାପ୍ କରନ୍ତୁ । ଏଥିରେ ହ୍ୱାଟ୍ସଆପ୍ Reopen ହୋଇଯିବ ।

ଏବେ ଆପଣଙ୍କୁ ସର୍ଚ୍ଚ କରି କଣ୍ଟାକ୍ଟ ଆଡ୍ କରିବାକୁ ପଡିବ କିମ୍ବା ପୁଣି ଯେଉଁମାନଙ୍କ ସହିତ ରୁମ୍ସର ଲିଙ୍କ ସେୟାର କରିବା ଉଚିତ୍ ସେହି ଗ୍ରୁପ ଚାଟ୍ସକୁ ସର୍ଚ୍ଚ କରନ୍ତୁ । ଏହା ପରେ ସେୟାର କରିବା ପାଇଁ Arrow ବଟନ୍ ଉପରେ ଟ୍ୟାପ୍ କରନ୍ତୁ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *