ଦୁନିଆର ସବୁଠୁ ଦାମୀ କଫିର ଦାମ ଶୁଣି ଉଡିଯିବ ଆପଣଙ୍କର ହୋସ , ଗୋଟିଏ କପର ମୂଲ୍ୟ ଅଟେ ଏତିକି…

କଫିକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହି ଖବର ଅଦ୍ଭୁତ ହୋଇପାରେ କାରଣ ଆଜି ଆମେ ଆପଣଙ୍କୁ ଏପରି କଫି ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣ କଫି ଠାରୁ ବହୁତ ଦାମୀ ଅଟେ। ଜାକୁ ବାର୍ଡ କଫି ଦୁନିଆର ସବୁଠୁ ଦାମୀ କଫି ମଧ୍ୟରୁ ଗୋଟିଏ। ବ୍ରାଜିଲର କ୍ୟାମୋସିନ ଏଷ୍ଟେଟ ବ୍ରାଜିଲର ସବୁଠୁ ଛୋଟ କଫି ପ୍ଲାଣ୍ଟେସନ ଅଟେ କିନ୍ତୁ ଏହି କଫି ପ୍ଲାଣ୍ଟେସନର ଆମଦାନି ବହୁତ ଅଧିକ ଅଟେ। କାରଣ ଜାକୁ ବାର୍ଡ କଫି ହୋଇଥାଏ। ଏହି କଫି ଏକ ହଜାର ଡ଼ଲାର ପ୍ରତି କିଲୋ ବିକ୍ରି କରାଯାଇଥାଏ।ମାନେ ୭୨ ହଜାର ଟଙ୍କା ପ୍ରତି କିଗ୍ରା।

Google

ଏଠାରେ ଏହି କଫି ତିଆରି ଆରମ୍ଭ ୨୦୦୦ ଦଶକରୁ ହୋଇଥିଲା। ହେନରିକ ସ୍ଲୋପର ଡ଼ି ଅରାଉଜୋ ନାମର ବ୍ୟକ୍ତି କଫି ପ୍ଲାଣ୍ଟେସନ ଥିଲା କ୍ୟାମୋସିନ ଏଷ୍ଟେଟ। ଦିନେ ସେ ଦେଖିଲେ କି ତାଙ୍କ କଫି ପ୍ଲାଣ୍ଟେସନରେ ଜାକୁ ପକ୍ଷୀ ତାଣ୍ଡବ କରିଛି। ଜାକୁ ପକ୍ଷୀଟି ସବୁ କଫି ବିନକୁ ଖାଇଦେଇଛି। ଜାକୁ ପକ୍ଷୀକୁ କଫି ଏତେ ପସନ୍ଦ ନଥିଲା କିନ୍ତୁ ହେନରିକଙ୍କ ଅର୍ଗାନିକ କଫି ତାକୁ ବହୁତ ପସନ୍ଦ ଆସିଲା।ଜାକୁ ପକ୍ଷୀ ବ୍ରାଜିଲରେ ବିଲୁପ୍ତ ହେବାକୁ ଯାଉଥିବା ପ୍ରଜାତି ଅଟେ ସେଥିପାଇଁ ଏଥିପାଇଁ କାନୁନ ଦ୍ଵାରା ଏହି ପକ୍ଷୀକୁ ସୁରକ୍ଷିତ ରଖାଯାଇଥାଏ।

ହେନରିକ ପ୍ରଥମେ ସବୁ ପକ୍ଷୀଙ୍କୁ ସେହି ପ୍ଲାଣ୍ଟେସନରୁ ବାହାର କରିବାକୁ ପ୍ଲାନ କଲେ। ସେ ପର୍ଜ୍ୟାବରଣ ସଂରକ୍ଷକଙ୍କୁ ଡାକିଲେ କିନ୍ତୁ କାନୁନ କାରଣରୁ କେହିବି କିଛି କରିପାରିଲେ ନାହିଁ। ପୁଣି ହେନରିକଙ୍କୁ ଏକ ଆଇଡ଼ିଆ ଆସିଲା କି ସେ ଇଣ୍ଡୋନେସିଆ ଲୋକଙ୍କ ଠୁ କିଛି ଆଇଡ଼ିଆ ନେବେ। ଯେବେସେ କମ ବୟସର ଥିଲେ ସେ ସପିଙ୍ଗ ପାଇଁ ଇଣ୍ଡୋନେସିଆ ଯାଇଥିଲେ। ସେଠାରେ ସେ ଦେଖିଥିଲେ କି ସେଠାରେ ସବୁଠୁ ଦାମୀ କଫି କୋପି ଲୁବାକକୁ ବେବେଟ ଯିବର ଝାଡାରୁ ବାହାର କରାଯାଇ ପ୍ରସ୍ତୁତ କରାଯାଉଛି। ସେ ଭାବିଲେ କି ଯଦି ଇଣ୍ଡୋନେସିଆରେ କଫିକୁ ଜୀବଙ୍କ ଝାଡ଼ରୁ ବାହାର କରାଯାଇ ପ୍ରୋସେସ ଦ୍ଵାରା ପ୍ରସ୍ତୁତ କରାଯାଉଛି ତ ବ୍ରାଜିଲରେ କଣ ପାଇଁ କରାଯାଇ ପାରିବେନି।

Google

ହେନରିକ କହିଥିଲେକି ଆଇଡ଼ିଆ ଆସିବା ପରେ କଫି ବିନ ବାଛିବା ଲୋକଙ୍କୁ ଝାଡାରୁ କଫି ବିନ ବାଛିବାକୁ କହିଲି। ବହୁତ କଷ୍ଟକର କାଯ୍ୟ ଥିଲା। ସେଥିପାଇଁ ସେ କଫି ବିନ ବାଛିବା ଲୋକଙ୍କୁ ଅଧିକ ପଇସା ଦେଲେ। ତାଙ୍କ ମତିଷ୍କକୁ ବଦଳାଇବା ବହୁତ କଷ୍ଟକର ଥିଲା କିନ୍ତୁ ସେ ଧୀରେ ଧୀରେ ଝାଡାରୁ କଫି ବିନ ବାଛିବାକୁ ଲାଗିଲେ। ଝାଡାରୁ କଫି ଚେରୀ ବାହାର କରିବା ବହୁତ କଷ୍ଟକର ଥିଲା ଏହାଠୁ ଅଧିକ କଷ୍ଟଥିଲା ଚେରୀକୁ ଝାଡାରୁ ବାହାର କରିବା ଆଉ ମଧ୍ୟ ତାକୁ ସଫା କରିବା ଓ ଅସନାରୁ ଅଲଗା କରିବା। ଏହି ସବୁ କାମ ହାତରେ କରାଯାଇଥାଏ। ଏଥିପାଇଁ ଏହି କଫି ବହୁତ ଦାମୀ ଅଟେ।

ହେନରିକ କହିଛନ୍ତି ଜାକୁ ପକ୍ଷୀ କେବଳ ସବୁଠୁ ଭଲ ଓ ପାଚିଥିବା କଫି ଚେରୀ ଖାଇଥାଏ। ସେ କଞ୍ଚାଚେରୀ ଖାଇନଥାଏ। ସେ କହିଛନ୍ତି ମୁଁ ଭଲ ଭାବେ ମାର୍କ କରିଛିକି ସେ କେବଳ ଭଲ ଓ ପାଚିଲା ଚେରୀ ଖାଇଥାଏ। ସେ କଞ୍ଚାଚେରୀକୁ ଛାଡିଦେଇଥାଏ। ସେ ସେହି ଚେରୀ ମଧ୍ୟ ଛାଡିଦେଇଥାଏ ଯାହା ମଣିଷ ମାନେ ଭୁଲରେ ତୋଳିଥାନ୍ତି।

Google

କୋପି ଲୁବାକ କଫି ,ଜୋ ସୁବେଟର ଝାଡାରୁ ତିଆରି କରାଯାଇଥାଏ। ସେ ଅଧିକ ସମୟରେ ହଜମ ହୋଇକି ଜୀବର ଶରୀରରୁ ବାହାରି ଆସିବାରେ ଲାଗିଥାଏ କିନ୍ତୁ ଜିକୁ ପକ୍ଷୀର ଜଲ୍ଦି ହଜମ ହୋଇଯାଇଥାଏ ଓ ବହୁତ ଜଲ୍ଦି ଝାଡା ହୋଇଥାଏ। ବିନ ମିଳିବା ପରେ ଅନେକ ପ୍ରକାର ତାକୁ ପ୍ରୋସେସ କରାଯାଇଥାଏ। ଯାହା ପରେ ତା ଦେହରୁ ନଟି ଓ ହାଲକା ମିଠା ସ୍ୱାଦ ଆସିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *