ଦେଶର ଯୁବକମାନେ ନିଜ ପରିଶ୍ରମ ଦ୍ଵାରା ବଦଳାଛନ୍ତି ଦେଶ,ଆମକୁ ମଧ୍ୟ ସେମାନଙ୍କ ଠୁ ଶିଖିବା ଉଚିତ।

ଆମ ଦେଶ ଭାରତକୁ ଆପଣ ଯୁବକମାନଙ୍କ ଦେଶ ମଧ୍ୟ କହିପାରିବେ। କାରଣ ପରିବର୍ତ୍ତନର ଡୋର ଭାରତର ଯୁବକମାନଙ୍କ ପାଖରେ ହିଁ ଅଛି। ନିଜ କାମ ଦ୍ଵାରା ଏହି ଯୁବକମାନେ ଅନେକ ପରିବର୍ତ୍ତନ କରିବାର କ୍ଷମତା ରଖିଛନ୍ତି। ଯେଉଁଥିରେ ସମାଜର ଭାବନାକୁ ପରିବର୍ତ୍ତନ କରିବା ସହିତ ସମାଜରେ ଅନେକ ପ୍ରକାର ପରିବର୍ତ୍ତନ ପାଇଁ ମିଶାଲ ପ୍ରସ୍ତୁତ କରିଦେଇଛନ୍ତି।

Google
ମୌସମ କୁମାରୀ କଲେ ଗରିବ ଝିଅମାନଙ୍କୁ ସାହଯ୍ୟ:-

ବିହାରର ନବାଦା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୯ ବର୍ଷୀୟ ମୌସମ କୁମାରୀ ଗରିବ ଝିଅ ମାନଙ୍କୁ ପ୍ୟାଡ଼ ଦେଇ ତାଙ୍କୁ ସାହାଯ୍ୟ କରିଛନ୍ତି।ମାସିକ ଧର୍ମକୁ ନେଇ ହେଉଥିବା ଅଶୁବିଧା ପାଇଁ ସେ ସବୁ ଝିଅ ମାନଙ୍କୁ ସଠିକ ସୂଚନା ଦେଉଛନ୍ତି। ମୌସମ କୁମାରୀ ନିଜ ବ୍ୟାଗରେ ସେନିଟାରୀ ପ୍ୟାଡ଼ ନେଇକି ଯାଇଥାନ୍ତି ଓ ଘରେ ଘରେ ଗରିବ ଝିଅ ମାନଙ୍କୁ ଦେଇଥାନ୍ତି।ସେ ନିଜ ପଇସାରେ ଏହି ପ୍ୟାଡ଼ କିଣିଥାନ୍ତି ଓ ସାହଯ୍ୟ କରିଥାନ୍ତି।ଏହି ପୁଣ୍ୟ କାମରେ ମୌସମ କୁମାରୀଙ୍କ ବାପା ଜଣେ ଡ୍ରାଇଭର ସେ ବି ତାଙ୍କୁ ସାହାଯ୍ୟ କରିଥାନ୍ତି। ଆରମ୍ଭରେତ ସମସ୍ତେ ମୌସୁମୀଙ୍କୁ ବିରୋଧୀ କଲେ କିନ୍ତୁ ସେ ସାହାଯ୍ୟ କରିବାରୁ ପଛକୁ ହଟିଲେ ନାହିଁ।ଏବେ ପର୍ଯ୍ୟନ୍ତ ସେ ୪୦୦୦ ପ୍ୟାଡ଼ ବାଣ୍ଟିକି ଗରିବ ଝିଅ ମାନଙ୍କୁ ସାହାଯ୍ୟ କରିସାରିଲେଣି।

Google
୨୬ ବର୍ଷ ବୟସରେ ସରପଞ୍ଚ ହୋଇ କଲେ ମହିଳାମାନଙ୍କୁ ସାହାଯ୍ୟ:-

ଅଲବର ଜିଲ୍ଲାର ଠାନାଗାଜି କ୍ଷେତ୍ରରେ ଅଜବାପୁର ଗ୍ରାମରେ ରହିବାଵାଲା ପ୍ରିୟଙ୍କା ନରୁକା ଜଣେ ଫ୍ୟାସନ ଡ଼ିଯାଇନର କୋର୍ସ କରୁଥିଲେ କିନ୍ତୁ ଯେବେ ସେ ଦେଖିଲେ ତାଙ୍କ ଗ୍ରାମର ମହିଳା ଦୂରରୁ ହ୍ୟାଣ୍ଡପମ୍ପରୁ ଯାଇ ପାଣି ଆଣୁଛନ୍ତି ତାଙ୍କୁ ବହୁତ ଖରାପ ଲାଗିଲା। ସେ ନିର୍ଣ୍ଣୟ ନେଲେ କି ସେ ପାଠପଢା ଛାଡି ରାଜନୀତି କରିବେ।

ନିର୍ବାଚନ ସମୟରେ ପ୍ରିୟଙ୍କା ସମସ୍ତ ମହିଳା ମାନଙ୍କୁ ଅନୁରୋଧ କଲେକି ସେ ପୁରୁଷଙ୍କୁ ନବାଛି ମହିଳାଙ୍କୁ ବାଛନ୍ତୁ।ପ୍ରିୟଙ୍କାଙ୍କ ପରିଶ୍ରମ ସଫଳ ହେଲା ଓ ୨୬ ବର୍ଷୀୟ ପ୍ରିୟଙ୍କା ସରପଞ୍ଚ ହୋଇଗଲେ। ପରିବର୍ତ୍ତନ ପାଇ ପ୍ରିୟଙ୍କା ପ୍ରଥମ ପ୍ରାଥମିକତା ପାଣି ଓ ବିଜୁଳି ଆଣିବା ପାଇଁ ଦେଲେ।

୨୨ ବର୍ଷୀୟ ଲିରୋଥଙ୍ଗ ଲୋଥା ବଞ୍ଚାଇଦେଲେ ଅନେକ ପିଲାଙ୍କ ଜୀବନ:-

ପ୍ରଫେସନାଲ ଫୁଟବଲ ଖେଳାଳି ୨୨ ବର୍ଷୀୟ ଲିରୋଥଙ୍ଗ ଲୋଥା କରୋନା ମହାମାରି ଲକଡାଉନ ସମୟରେ ନିଜ ଗ୍ରାମକୁ ଚାଲି ଆସିଥିଲେ। ନିଜ ଗ୍ରାମ ନାଗାଲ୍ୟାଣ୍ଡରେ ଡ୍ରଗ୍ସ ଓ ମଦରେ ବୁଡିରହୁଥିବା ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଅନେକ ଉପାୟ ଖୋଜିଲେ। ସେ ପଞ୍ଜାବର ଏକ ଫୁଟବଲ କ୍ଳବରେ ଖେଳିଥାନ୍ତି। ସେ କହିଲେ କି”ପିଲାଙ୍କୁ ନିଶାରେ ଦେଖି ମୁଁ ନିଷ୍ପତି ନେଇଛି ଯେବେବି ଲମ୍ବା ଛୁଟିରେ ଘରକୁ ଆସିବି ପିଲାଙ୍କୁ ଫୁଟବଲ ଶିଖାଇବି। ତାଙ୍କ ଗୋଡକୁ ଫୁଟବଲ ଥରେ ଲାଗିଗଲେ ନିଶା ଆପେ ଆପେ ଛାଡିଯିବ”।୨୨ ବର୍ଷୀୟ ଲିରୋଥଙ୍ଗ ଲୋଥା ଜୁନକୁ ପିଲାଙ୍କୁ ଫୁଟବଲ ଖେଳ ଶିଖାଇଲେ। ଯାହା ପରେ ଆଜି ୭ ରୁ ନେଇ ୧୭ ବର୍ଷୀୟ ୨୧ ଜଣ ପିଲା ସେଠାରେ ଫୁଟବଲ ଶିଖୁଛନ୍ତି।

ଝିଅଟି ସେଲୁନ କାମ କରି କଲେ ଲୋକଙ୍କୁ ସାହଯ୍ୟ:-

ସସ୍ମିତା ବାରିକ ଲଷ୍ମୀ ନୃସିଂହ ଜେଣ୍ଟସ ପାର୍ଲରରେ ଛୁଟି କାମ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।ସେ କହିଛନ୍ତି କି,”କୌଣସି ପଇସା କୌଣସି ପୁରୁଷ ବା ମହିଳାର ହୋଇନଥାଏ। ସସ୍ମିତା ତିନି ଭଉଣୀ ମାନଙ୍କ ମଧ୍ୟରେ ସବୁଠୁ ଛୋଟ ଅଟନ୍ତି। ସେ ୮ ବର୍ଷ ପୂର୍ବେ ବହୁଗ୍ରାମ ବଜାରରେ କଟକ କେନ୍ଦ୍ରାପଡା ଜିଲ୍ଲାର ହାଇୱେ ପାଖରେ ସେଲୁନ ଆରମ୍ଭ କରିଥିଲେ। ଯାହା ଦ୍ୱାରା ସେ ନିଜ ଘରେ ଆର୍ଥିକ ସହାୟତା କରିପାରିବେ। ସସ୍ମିତା ସଲେପୁର ବ୍ଲକରେ ସେଭିଂ, ଦାଢ଼ି ଷ୍ଟାଇଲ, ଫେସିଅଲ, ସ୍ପା, ଓ ଫେସ ୱାସ ବିଶେଷଜ୍ଞ ରୂପରେ କାମ କରିଥାନ୍ତି। ମାଟ୍ରିକ ପରେ ସେ ପଇସା ଅଭାବରୁ ଆଉ ପଢିପାରିନଥିଲେ। ଏହା ପରେ ତାଙ୍କୁ କମ ବୟସରେ ଜିମେଦାରୀ ନେବାକୁ ପଡିଲା।

ସସ୍ମିତା କହିଛନ୍ତି,”ମୋର ମାଙ୍କ ମୃତ୍ୟୁ ୧୦ ବର୍ଷ ପୂର୍ବେ ହୋଇଯାଇଥିଲା। ଯାହା ପରେ ମୋର ଦାଦାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ଯାହା ପରେ ମତେ ପାଠପଢାସାରି ସହାୟତା ପାଇଁ ପଦକ୍ଷେପ ଉଠାଇବାକୁ ପଡିଲା ଓ ମୁଁ କାମ ଆରମ୍ଭ କରିଦେଲି.

Google
୨୪ ବର୍ଷୀୟ ହିମାଂଶୁ ତିଆରି କଲେ ପିଲାମାନଙ୍କ ପାଇଁ ଆକର୍ଷଣୀୟ ବ୍ୟାଗ:-

ହେତୃରର ଇଣ୍ଟରନ୍ୟାସନାଲ କଲେଜ ଅଫ ଡିଜାଇନର ପ୍ରଡକ୍ଟ ଡିଜାଇନର ଛାତ୍ର ହିମାଂଶୁ ମୋନେଶ୍ୱର ଦେବରେ ଏକ ଖାସ ପ୍ରକାର ସ୍କୁଲ ବ୍ୟାଗ ପ୍ରସ୍ତୁତ କରିଛନ୍ତି।ଏହି ବ୍ୟାଗର ଖାସ କଥା ଏହାକି ଏହା ବ୍ୟାଗ ସହିତ ଏକ ଡେସ୍କଭି ହୋଇପାରିବ। ନାଗପୁରର ରହିବାବାଲା ୨୪ ବର୍ଷୀୟ ହିମାଂଶୁ ଏନଜିଓ ସହିତ ପ୍ରଡକ୍ଟ ଡିଜାଇନ କାମ କରିଥାନ୍ତି। ସେ କହିଛନ୍ତି କି,” ମୁଁ ସହର ବୁଲିବା ସମୟରେ ଏହି ଆର୍ଟ ଦେଖିଥିଲି। ଯାହା ପରେ ମୁଁ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଲି। ମୁଁ ସେଇ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲି ଯେଉଁମାନେ ଡେସ୍କ ନଥିବା କାରଣରୁ ତଳେ ବସି ପାଠ ପଢୁଛନ୍ତି। ୧୯ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ କାରିଗରଙ୍କ ସହିତ କାମ କରି ଟେକ୍ନିକ ଶିଖିଲେ ଓ ବ୍ୟାଗ ପାଇଁ ଡିଜାଇନ ତିଆରି କଲେ”।ପିଲାଙ୍କ କାନ୍ଧ ଓ ପିଠି ସହିତ ଟେକ୍ନିକ ଡିଟେଲ୍ସକୁ ଧ୍ୟାନରେ ରଖି ଏହି ବ୍ୟାଗକୁ ପ୍ରସ୍ତୁତ କରାଯାଇଛି।ଯେଉଁଥିରେ ୩ କିଲୋ ପର୍ଯ୍ୟନ୍ତ ଭାର ରଖାଯାଇହେବ।

ଯୁବକମାନେ ପ୍ରସ୍ତୁତ କରିଦେଲେ ଭାଙ୍ଗିଯାଇଥିବା ପୋଲ:-

କିଛି ଯୁବକ ମିସିକି କେରଳର ଇଡୁକିରେ ୨ ବର୍ଷ ପୁରୁଣା ଭାଙ୍ଗିଯାଇଥିବା ପୋଲକୁ ପୁନଃ ନିର୍ମାଣ କରିଛନ୍ତି। ସେହି ପୋଲ ଦୁଇ ବର୍ଷ ହେବ ପୁରା ଭାଙ୍ଗିଯାଇଥିଲା। ଚାରିପଟେ ପୋଲ ଭାଙ୍ଗିଯାଇଥିଲା। ଏହି ଯୁବକମାନେ ମିଶି ୫ ଘଣ୍ଟାରେ ପୋଲକୁ ପୁନଃ ତିଆରି କରିଦେଲେ। ପୋଲକୁ ପ୍ରସ୍ତୁତ କରୁଥିବା ଯୁବକମାନେ ଚୈରିଟି ଅର୍ଗାନାଇଯେସନର ଅଟନ୍ତି।ଏହି କାମକୁ ଦେଖି ଏହା କୁହାଯାଇପାରିବ କି ଦେଶର ଯୁବକମାନେ ଦେଶକୁ ବଦଳାଇବାରେ ପୁରା ସକ୍ଷମ ରଖିଛନ୍ତି।

Google
ପ୍ରଫେସର କରୁଛନ୍ତି ଭିକାରୀ ମାନଙ୍କୁ ସାହଯ୍ୟ:-

ପ୍ରଫେସର ପି.ନବୀନ କୁମାର ତାମିଲନାଡୁର ଅଟନ୍ତି,ଯିଏକି ପୂର୍ବ ୬ ବର୍ଷ ହେବ ଜେକେକେଏନ କଜେଲ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜିରେ ପଢ଼ାଇଥାନ୍ତି। ସେ ରାସ୍ତାକଡରେ ରହୁଥିବା ଓ ବେସାହାରା ଲୋକଙ୍କ ପି ଘର ନିର୍ମାଣ କରିଥାନ୍ତି। ସେ କହିଛନ୍ତି କି,”ମୋ ପାଖରେ ରାତିରେ ଖାଇବ ପାଇଁ ୧୦ ଟଙ୍କା ରହୁଥିଲା ଓ ଯେବେ ମୁଁ ରାସ୍ତା କଡରେ ଖାଇବାକୁ ଯାଉଥିଲି ସେହି ସମୟରେ ମୋର ଭେଟ ଭିକାରୀ ମାନଙ୍କ ସହ ହେଉଥିଲା ଓ ଯେବେ ସେମାନେ ମତେ ଖାଇବା ମାଗୁଥିଲେ ମୁଁ ନିଜେ ଖାଇବା ସେମାନଙ୍କୁ ଦେଉଥିଲି ଓ ନିଜେ ଭୋକରେ ସୋଇଯାଉଥିଲି”।ଏହା ପରେ ପ୍ରଫେସର ନିଜ କିଛି ବନ୍ଧୁ ମାନଙ୍କ ସହ ମିଶି ଆଚାୟମର ସ୍ଥାପନା କଲେ। ନିଜ ଅଳ୍ପ ଅଳ୍ପ ପଇସା ଓ ଟ୍ରଷ୍ଟ ମାଧ୍ୟମରେ ୧୮ ଜିଲ୍ଲାରେ ୪୦୦ ସ୍ୱୟଂସେବକଙ୍କ ଏକ ଟିମ ସହିତ ୫୭୨ ଜଣ ଭିକାରୀଙ୍କୁ ଘର ଯୋଗାଇ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.