ଅକ୍ଷୟ କୁମାରଙ୍କୁ ୟୁଟୁବର ରାସିଦ ଦେଲେ ଜବାବ, କହିଲେ – କେସ ଫେରସ୍ତ ନିଅନ୍ତୁ ନଚେତ ଉଠାଇବି ଏପରି ପଦକ୍ଷେପ ।

ବଲିଉଡ଼ ଅଭିନେତା ଅକ୍ଷୟ କୁମାର ୟୁଟୁବର ରାସିଦ ସିଦ୍ଧିକିଙ୍କ ଉପରେ ୫୦୦ କୋଟିର ମାନହାନି କେସ କରିଥିଲେ। ଏବେ ଏହା ଉପରେ ୟୁଟୁବର ରାସିଦଙ୍କ ଜବାବ ଆସିଯାଇଛି। ୟୁଟୁବର ୫୦୦ କୋଟିର ମାନହାନି ଦେବାକୁ ସଫା ସଫା ମନାକରିଦେଇଛନ୍ତି। ରାସିଦ କହିଛନ୍ତି ତାଙ୍କ ଭିଡ଼ିଓରେ କିଛିବି ଅପମାନ ଜନିତ ନଥିଲା । ରାସିଦ ଏହା ବି ସଫା ସଫା କହିଛନ୍ତି କି ଅକ୍ଷୟ ନିଜର ମାନହାନୀ ଅଭିଯୋଗ ଫେରସ୍ତ ନିଅନ୍ତୁ। ସେ ଏହା ବି କହିଛନ୍ତି କି ଯଦି ଅକ୍ଷୟ ଅଭିଯୋଗ ଫେରସ୍ତ ନନିଅନ୍ତି ତେବେ ମୁଁ ତାଙ୍କ ଉପରେ ଲିଗାଲ ଆକ୍ସନ ନେବି।

Google
ରାସିଦ ସିଦ୍ଧିକି ଅକ୍ଷୟ କୁମାରଙ୍କୁ ଦେଲେ ଜବାବ:-

ମିଳିଥିବା ସୂଚନା ଅନୁସାରେ ରାସିଦ ସିଦ୍ଧିକି ନିଜ ଓକିଲଙ୍କ ଜରିଆରେ ଜବାବ ଦେଇଛନ୍ତି। ସେ କହିଛନ୍ତି ଅକ୍ଷୟ କୁମାର ଯେଉଁ ଅଭିଯୋଗ କରିଛନ୍ତି ତାହା ସତ ନୁହେଁ। ଅଭିନେତାଙ୍କ ଉଦେଶ୍ୟ କେବଳ ତାଙ୍କୁ ହଇରାଣ କରିବା ଅଟେ । ରାସିଦ ସିଦ୍ଧିକିଙ୍କ କହିବା କଥାକି ସେ ଯେଉଁ ଭିଡ଼ିଓ କରିଛନ୍ତି ତାହା ପୂର୍ବରୁ ସାର୍ବଜନିକ ଅଟେ। ସେ ଅନେକ ନ୍ୟୁଜ ଚ୍ୟାନେଲ ରିପୋର୍ଟକୁ ଆଧାର କରି ସେହି ଭିଡ଼ିଓ କରିଥିଲେ।

ରାସିଦ କହିବା ଅଟେ କି ଅକ୍ଷୟ କରୁଛନ୍ତି ତାଙ୍କୁ ଟାର୍ଗେଟ:-

ଏବେ ରାସିଦ କହିଛନ୍ତିକି ଅକ୍ଷୟ ଅନ୍ୟ ନ୍ୟୁଜ ଚ୍ୟାନେଲଙ୍କୁ ଛାଡି ତାଙ୍କୁ ଟାର୍ଗେଟ କରୁଛନ୍ତି। ତାହା ସହିତ ରାସିଦ କହିଛନ୍ତି ଅଭିନେତାଙ୍କୁ କଣ ପାଇଁ ୨ ମାସ ପରେ କେସ କରିବାକୁ ଇଚ୍ଛା ହେଲା। ଅକ୍ଷୟ କୁମାର ଏକା ନୁହେଁ ବରଂ ମୁମ୍ବାଇ ପୋଲିସ ଓ ମହାରଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ବି କେସ କରିଛନ୍ତି। ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉପରେ ଅପମାନ ଜନିକ ଟିପ୍ପଣୀ ଦେବା ଉପରେ ଅଭିଯୋଗ କରାଯାଇଛି। ଏହି ପ୍ରସଙ୍ଗରେ ରାସିଦଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

Google
ୟୁଟୁବର କହିଥିଲେ ଅକ୍ଷୟଙ୍କ ବିରୁଦ୍ଧରେ କଟୁ କଥା:-

କହିରଖିବୁକି ୟୁଟୁବରଙ୍କ ନାମ ରାସିଦ ସିଦ୍ଧିକି ଅଟେ।ରାସିଦ”FF NEWS ” ନାମକ ଏକ ୟୁଟୁବ ଚ୍ୟାନେଲ ଚଳାଇଥାନ୍ତି। ଯେଉଁଥିରେ ସେ ମୁମ୍ବାଇ ପୋଲିସ, ଆଦିତ୍ୟ ଠାକରେ ଓ ଅକ୍ଷୟ କୁମାରଙ୍କ ବିରୁଦ୍ଧରେ ଅପମାନଜନିତ ପୋଷ୍ଟ କରିଥିଲେ। ଅକ୍ଷୟ କୁମାରଙ୍କ ବିରୁଦ୍ଧରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଏକ ଭଲ ତଥ୍ୟ ଦେଇଥିଲେ ଅକ୍ଷୟ ସୁଶାନ୍ତଙ୍କୁ “ଏମ ଏସ ଧୋନି” ଫିଲ୍ମ ମିଳିବାରୁ ଦୁଃଖୀତ ଥିଲେ। ଏତିକି ନୁହେଁ ରାସିଦ ଏହା ମଧ୍ୟ କହିଥିଲେ କି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଅକ୍ଷୟ ଆଦିତ୍ୟଙ୍କ ସହ ଏକ ଗୁପ୍ତନିୟ ମିଟିଙ୍ଗ କରିଥିଲେ ଓ ରିୟାଙ୍କୁ କାନାଡ଼ା ଯିବାରେ ସାହାଯ୍ୟ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *