ଯୁବରାଜ ସିଂହ କହିଥିଲେ “ମୁଁ ଭାବୁଛି ରାଇନାଙ୍କୁ ଅଳ୍ପ ଅଧିକ ସପୋର୍ଟ କରାଯାଇଥିଲା। ଅଧିନାୟକଙ୍କ କେହି ପ୍ରିୟ ଖେଳାଳୀ ରହିଥାନ୍ତି। ଯେତେବି ଅଧିନାୟକ ଆସିଛନ୍ତି ସମସ୍ତଙ୍କର କେହି ନା କେହି ପ୍ରିୟ ଖେଳାଳୀ ରହିଛନ୍ତି। ମୋର ମାନିବା ଅଟେ କି ସେହି ସମୟରେ ରାଇନାଙ୍କୁ ମାହି ଅଧିକ ସପୋର୍ଟ କରୁଥିଲେ।

ବର୍ଷ ୨୦୧୧ରେ ଭାରତୀୟ ଟିମ ୨୮ ବର୍ଷ ପରେ ବିଶ୍ୱକପ ଚାମ୍ପିୟାନର ଉପାଧି ହାସଲ କରିଥିଲା। ଭାରତୀୟ ଟିମର ଏହି ସଫଳତାରେ ଯୁବରାଜ ସିଂହଙ୍କ ବଡ଼ ହାତ ଥିଲା। ସେହି ବିଶ୍ୱକପ ପୂର୍ବରୁ ଯୁବରାଜ ସିଂହ ଚୂଡାନ୍ତ ଏକାଦଶରେ ଖେଳିବାର ଆଶା ଦେଖାଯାଉନଥିଲା। ତାଙ୍କ ଜାଗାରେ ମହେନ୍ଦ୍ର ସିଂହ ଧୋନିଙ୍କ ପସନ୍ଦ ସୁରେଶ ରାଇନା ଥିଲେ। ଏହି କଥା ଯୁବରାଜ ସିଂହ ମିଡିଆରେ କହିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ସଚିନ ତେନ୍ଦୁଲକର ଓ ସେହିସମୟର କୋଚ ଗୈରି କଷ୍ଟନଙ୍କ କାରଣରୁ ତାଙ୍କ ସାହସ ଫେରିଥିଲା। ଯୁବରାଜ ସିଂହଙ୍କୁ ପଚରାଯାଇଥିଲା ଆପଣଙ୍କୁ ମନେ ଅଛି ବିଶ୍ୱକପ ୨୦୧୧ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଏହା କହିଥିଲେ କି ଆମକୁ ସୁରେଶ ରାଇନା ଓ ଯୁବରାଜ ସିଂହଙ୍କ ଭିତରେ ଫଇସଲା କରିବାକୁ ହେବ।ଯୁବରାଜ ସିଂହ କହିଥିଲେ ହଁ ମନେଅଛି। ଭାବୁଛି ରାଇନାଙ୍କୁ ଅଳ୍ପ ଅଧିକ ସପୋର୍ଟ କରାଯାଇଥିଲା। ଅଧିନାୟକଙ୍କ କେହି ପ୍ରିୟ ଖେଳାଳୀ ରହିଥାନ୍ତି। ଯେତେବି ଅଧିନାୟକ ଆସିଛନ୍ତି ସମସ୍ତଙ୍କର କେହି ନା କେହି ପ୍ରିୟ ଖେଳାଳୀ ରହିଛନ୍ତି। ମୋର ମାନିବା ଅଟେ କି ସେହି ସମୟରେ ରାଇନାଙ୍କୁ ଅଧିକ ସପୋର୍ଟ କରାଯାଉଥିଲା।

ଯୁବରାଜ କହିଛନ୍ତି,”ସେହି ସମୟରେ ୟୁସୁଫ ପଠାନ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲେ। ମୁଁ ହିଁ ସେହି ସମୟରେ ୪୦-୪୦ ରନ କରୁଥିଲି ଓ ମଝିରେ ମଝିରେ ୨-୨, ୩-୩ ୱିକେଟ ଅକ୍ତିଆର କରୁଥିଲି। ରାଇନାଙ୍କ ଫର୍ମ ଭଲ ନଥିଲା ସେହି ସମୟରେ। ମତେ ଲାଗୁଚି ଏହି କାରଣରୁ ମାହି କହିଥିଲେ କି ଆମକୁ ୟୁବି ଓ ରାଇନାଙ୍କ ଭିତରେ ଫଇସଲା କରିବାକୁ ହେବ। ମତେ ଲାଗୁଛି ଏହା ଏକ କାରଣ ଥିଲା। ମତେ ଲାଗୁଛି ସେହି ସମୟରେ କୌଣସି ବାମହାତୀ ସ୍ପିନର ନଥିଲା ଓ ମୁଁ ଭଲ ବୋଲିଙ୍ଗ କରୁଥିଲି। ମୁଁ ଅଧିକ ଆଉଟ କରୁଥିଲି ସେହି ସମୟରେ ସେଥିପାଇଁ ତାଙ୍କ ପାଖରେ କୌଣସି ଚଏସ ନଥିଲା”।
ଯୁବରାଜ କହିଛନ୍ତି,” ମତେ ଲାଗୁଛି ଗୈରି ଓ ସଚିନ ସେହି ସମୟରେ ମତେ ବହୁତ ଅଧିକ ସାପୋର୍ଟ କରୁଥିଲେ। ସେ ଚାହୁଁଥିଲେ କି ମୁଁ ଆତ୍ମବିଶ୍ୱାସରେ ଖେଳେ। ବିଶ୍ୱକପ ପୂର୍ବରୁ ମୁଁ ସଚିନଙ୍କ ସହିତ ମଧ୍ୟ କଥା ହୋଇଥିଲି। ମୁଁ ତାଙ୍କୁ କହିଥିଲି କିଛି ଠିକ ଚାଲିନାହିଁ ମୋର। ଆପଣ ଜାଣିଛନ୍ତି କି ମୁଁ ବହୁତ ପରିଶ୍ରମ କରୁଅଛି। ସେ ମତେ କହିଥିଲେ ସମୁଦ୍ରରେ ତୁଫାନ ଆସିବା ପୂର୍ବରୁ ସମୁଦ୍ର ଶାନ୍ତ ରହିଥାଏ। ଆଉ ମଧ୍ୟ ବଡ଼ କଥା କହିଥିଲେ”।

ଯୁବରାଜ କହିଛନ୍ତି,”ଗୈରି ଓ ସଚିନ ଚାହୁଁଥିଲେକି ମୁଁ ଆତ୍ମବିଶ୍ୱାସ ପାଏ। ଇଂଲଣ୍ଡରେ ପାର୍ଟନରସିପ ଭଲ ହୋଇଥିଲା ସେଥିପାଇଁ ଉପରେ ଖେଳାଇବା ପାଇଁ ଚାହୁଁଥିଲେ ମତେ। ମୋର ମାନିବା ଅଟେ କି ଗୈରି ବାସ୍ତବରେ ମୋର ସପୋର୍ଟ କରୁଥିଲେ। ତାଙ୍କର ମନ ଥିଲା କି ଯେବେବି ମତେ ମୌକା ମିଳୁ ମତେ ଉପର କ୍ରମରେ ବ୍ୟାଟିଙ୍ଗ କରାଇବେ। ସେ ଚାହୁଁଥିଲେ ମୁଁ ଅଧିକ ଆତ୍ମବିଶ୍ୱାସ ପାଏ।
ୟୁବି କହିଛନ୍ତି,”ଇଂଲଣ୍ଡ ବିରୁଦ୍ଧରେ ମୁଁ ଚାରି ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଗଲି। ମୁଁ ୫୮ ରନ କରିଥିଲି। ସେଠାରୁ ମୋର ଆତ୍ମ ବିଶ୍ୱାସ ବଢିଥିଲା। ଆଗାମୀ ମ୍ୟାଚରେ ମୁଁ ୫ ଟି ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲି ଓ ଅର୍ଦ୍ଧଶତକ ମଧ୍ୟ ମାରିଥିଲି। ଯୁବରାଜ କହିଛନ୍ତି ଏହା ପରେ ମତେ ମୋମେଣ୍ଟମ ଆସିଯାଇଥିଲା। ଯଦି ଥରେ ମୋମେଣ୍ଟମ ଆସିଗଲା ତେବେ ମୋର ଫର୍ମଭି ସବୁବେଳେ ଏପରି ରହିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।