ଯୁବରାଜଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ନେଇ ତାଙ୍କ ପିତା ଦେଲେ ବଡ଼ ବୟାନ।

ପୂର୍ବ ଭାରତୀୟ କ୍ରିକେଟର ଅଲ ରାଉଣ୍ଡର ଯୁବରାଜ ସିଂ ଭାରତୀୟ ଘରୋଇ କ୍ରିକେଟରେ ନିଜର ଫେରିବା ଆଶା ଜାରି ରଖିଥିଲେ। ମାତ୍ର ବିସିସିଆଇ ନିଜର ନିୟମ ମାନଙ୍କୁ ନଜରରେ ରଖିବାକୁ ଯାଇ ତାଙ୍କର ଏହି ଫେରିବା କଥାକୁ ଖାରଜ କରିଦେଲା। ନିୟମାନୁସାରେ ଜଣେ ଭରତୀୟ କ୍ରିକେଟର ଯିଏ କି ଅନ୍ୟ ବିଦେଶୀ ଲିଗରେ ଅଂଶୀଦାର ଥିବ ସେ ଭାରତୀୟ ଘରୋଇ କ୍ରିକେଟ ଅଥବା ଆଇପିଏଲରେ ନିଜର ଫେରିବା ଆଶା ଛାଡିଦେବା ଉଚିତ। ତେଣୁ ବିସିସିଆଇ ଯୁବରାଜଙ୍କୁ ନା କହିଲା।

Google

ଯୁବରାଜ ୟା ଆଗରୁ ପଞ୍ଜାବ ଟିମର ଶିବରରେ ବି ଅଂଶ ଗ୍ରହଣ କରିଥିଲେ। ଦୁଇ ଥର ବିଶ୍ୱକପ ଜିତିଥିବା ଏହି ଖେଳାଳିଙ୍କର ଏଯାଏ ଏହି ନିର୍ଣ୍ଣୟ ଉପରେ କିଛି ବି ବୟାନ ଆସିନାହିଁ। ତାଙ୍କ ପିତା ଯୋଗରାଜ ସିଂଙ୍କ ଅନୁସାରେ ବିସିସିଆଇ କୁ ପୁରାତନ ଖେଳାଳି ମାନଙ୍କୁ ଫେରିବା ପାଇଁ ସୁଯୋଗ ଦେବା ଦରକାର।

ଯୋଗରାଜ ସିଂ ଏସିଆନେଟ ନ୍ୟୁଜ ସହ କଥା ହେଇକି କହିଲେ ” ପୁରାତନ ଖେଳାଳି ମାନଙ୍କୁ ଫେରିବା ପାଇଁ ସୁଯୋଗ ଦେବା ଦରକାର। ଏହାଦ୍ୱାରା ଯୁବ ଖେଳାଳି ମାନଙ୍କର ହି ଫାଇଦା ହେବ। କାରଣ ଅବସର ପ୍ରାପ୍ତ ଖେଳାଳି ମାନେ ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଖରୁ ଯୁବ ଖେଳାଳି ମାନେ ଭଲ ଶିକ୍ଷା ନେଇପାରିବେ। ମୁଁ ଏଯାଏ ଯୁବରାଜଙ୍କ ସହ କଥା ହେଇ ପାରିନାହିଁ ମାତ୍ର ଯାହା ଜଣା ପଡୁଛି କି ଏହା ବିସିସିଆଇ ର ହି ନିର୍ଣ୍ଣୟ ଅଟେ।”

“ପୁଣି ତ ବାଲିଙ୍କ ସହ ମିସିକି ମୁ ବି ଭାବୁଥିଲି କି ଯୁବ ଖେଳାଳି ମାନଙ୍କ ସହ ଖେଳିବା ଯୁବରାଜଙ୍କ ପାଇଁ ମହତ୍ତ୍ୱପୂର୍ଣ ଅଟେ। ଆଇପିଏଲ ହେବା ଆଗରୁ ଆମେ ଏକ କ୍ୟାମ୍ପ ବି କରିଥିଲୁ ଆଉ ଏଠାରେ ଯୁବରାଜ କହିଲେ କି ସେ ବୁଢା ହେଇଯାଇଛନ୍ତି। ମାତ୍ର ମୁଁ ତାଙ୍କୁ ଜୋର ଦେଲି ଆଉ କହିଲି ଖେଳିବାକୁ। ସେ ଯେବେ କ୍ରିକେଟ ଖେଳିଲେ ତ ସେ ବହୁତ ଭଲ ଫର୍ମରେ ଥିଲେ ଆଉ ବହୁତ ଭଲ ବି ଖେଳିଲେ। ମାତ୍ର ଯୁବ ଖେଳାଳି ମାନେ ଏହା ଦେଖିକି ଆଶ୍ଚର୍ଯ୍ୟ ଥିଲେ କି ଏତେ ବୟସରେ ସେ ଏତେ ଉଚ୍ଚ କୋଟିର କ୍ରିକେଟ କିପରି ଖେଳି ପାରୁଛନ୍ତି।”

Google

ଆନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେବା ପରେ ଯୁବରାଜ ଗ୍ଲୋବାଲ ଟି ଟ୍ୱେଣ୍ଟି ଲିଗ, କ୍ୟାନଦା ଲିଗ ତଥା ଟି ୧୦ ଲିଗ ଖେଳିଥିଲେ। ତାଙ୍କ ବାବଦରେ ଏହା ବି ଶୁଣିବାକୁ ମିଳୁଥିଲା କି ସେ ଅଷ୍ଟ୍ରେଲିଆର ଲିଗ ବିଗ ବ୍ୟାସ ଲିଗ ଖେଳିବେ ମାତ୍ର ଏହା ହେଲାନି।

ଅନ୍ୟ ମାମଲା ଉପରେ କିପରି ପ୍ରତିକ୍ରିୟା ଦେଇଥିଲା ବିସିସିଆଇ:

ଏହା ଆଗରୁ ବିସିସିଆଇ ପ୍ରଭିଂ ତାମ୍ବେଙ୍କୁ ବି ଆଇପିଏଲ ଖେଳିବା ପାଇଁ ମନା କରିଦେଲା କାରଣ ସେ ୟା ଆଗରୁ ଟି ୧୦ ଲିଗ ଖେଳି ସାରିଥିଲେ। ଏହି ଅନୁଭବୀ ବୋଲରଙ୍କୁ କୋଲକାତା ନାଇଟ ରାଇଡ଼ର୍ଶ କିଣିଥିଲେ। ମାତ୍ର ତାଙ୍କୁ ମନା କରିବା ପରେ ସେ ପ୍ରଥମ ଭାରତୀୟ ଭାବେ କ୍ୟାରିବିଆନ ଲିଗ ଖେଳିଲେ ଆଉ ଇତିହାସ ରଚିଲେ।

ଏହା ଆଗରୁ ହରଭଜନ ସିଂ ବି ୨୦୧୯ରେ ‘ଦ ସିରିଜ ଡ୍ରାଫ୍ଟ’ ରୁ ନିଜର ନାମ ଫେରେଇ ନେଇଥିଲେ କାରଣ ସେ ସେତେ ଯାଏ ଭାରତୀୟ କ୍ରିକେଟରୁ ସନ୍ୟାସ ନେଇ ନାହାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *