ରୋହିତ ୨୦୧୭ରେ ମୋହଲି ଷ୍ଟାଡିୟମରେ ଶ୍ରୀଲଙ୍କା ବିରୁଦ୍ଧରେ ନିଜ ଦିନିକିଆ କ୍ୟାରିୟରର ତୃତୀୟ ଦ୍ୱିତୀୟ ଶତକ ମାରି ନିଜ ବିବାହର ଦ୍ୱିତୀୟ ବର୍ଷ ପୁରାହେବାର ଉତ୍ସବ ପାଳନ କଲେ। ସେ ନଟ ଆଉଟ ରହି ୨୦୮ ରନ କରି ଶ୍ରୀଲଙ୍କା ବୋଲରଙ୍କୁ ବହୁତ ପିଟିଥିଲେ ।

ରୋହିତ ଶର୍ମା ଓ ରିତିକା ସଜଦେହେଙ୍କୁ ଭାରତୀୟ କ୍ରିକେଟର ସୁନ୍ଦର ଯୋଡି ମାନଙ୍କ ମଧ୍ୟରେ ସାମିଲ କରାଯାଇଛି। ଦୁହେଁ ୧୩ ନଭେମ୍ବର ୨୦୧୫ରର ବିବାହ କରିଥିଲେ। ଦୁହେଁ ଏହା ପରେ ୩୦ ଡିସେମ୍ବର ୨୦୧୮କୁ ବାପା ମା ହୋଇଗଲେ। ରିତିକା ସମାୟରାଙ୍କୁ ଜନ୍ମ ଦେଇଥିଲେ। ରୋହିତଙ୍କ ପ୍ରେମ କାହାଣୀ ଫିଲ୍ମ ଭଳି ଅଟେ।ସେ ଏକ ବିଜ୍ଞାପନର ସୁଟିଙ୍ଗ ସମୟରେ ରିତିକାଙ୍କ ସହ ଭେଟ ହୋଇଥିଲେ। ପ୍ରଥମେ ତ ସେ ତାଙ୍କ ଭଲ ଲାଗିନଥିଲେ କିନ୍ତୁ ପରେ ଦୁହେଁ ବନ୍ଧୁ ହୋଇଗଲେ ଓ ଏହା ପ୍ରେମରେ ବଦଳିଗଲା। ଏହା ବିଷୟରେ ରୋହିତ ଏକ ଇଣ୍ଟରଭିଉରେ ବିସ୍ତାର ରୂପରେ ଜଣାଇଛନ୍ତି।
ସ୍ପୋର୍ଟସ ଏଙ୍କର ଗୌରଭ କପୁର ନିଜର ୟୁଟୁବ ଚ୍ୟାନେଲ “ଓଫଟ୍ରି ସ୍ପୋର୍ଟସ” ପାଇଁ ଦୁଇ ବର୍ଷ ପୂର୍ବେ ରୋହିତଙ୍କ ଇଣ୍ଟରଭିଉ ନେଇଥିଲେ। ରୋହିତ କହିଛନ୍ତି ,”ମୁଁ ୨୦ ବର୍ଷ ବୟସରେ ଏକ ସୁଟିଙ୍ଗ ପାଇଁ ଯାଇଥିଲି। ସେଥିରେ ଯୁବରାଜ ସିଂହ ଓ ଇରଫାନ ପଠାନ ମଧ୍ୟ ଥିଲେ। ମୁଁ ଯୁବରାଜ ସିଂହଙ୍କୁ ଭେଟିବାକୁ ଗଲି। ସିନିୟର ଖେଳାଳୀଙ୍କୁ ପ୍ରଥମେ ଭେଟିବାକୁ ପଡିଥାଏ। ମୁଁ ଯୁବରାଜ ସିଂହଙ୍କୁ ହେଲୋ କହିଥିଲି। ସେହି ସମୟରେ ରିତିକା ମଧ୍ୟ ସେଠାରେ ବସିଥିଲେ। ୟୁଭି ପାଜି ମତେ କଥା ହେବା ପୂର୍ବରୁ ହିଁ କହିଦେଇଥିଲେ ସେ ମୋ ଭଉଣୀ ତା ଆଡ଼କୁ ଅନେଇବ ନାହିଁ”।

ରୋହିତ ଏହା ଆଗକୁ କହିଛନ୍ତି,”ମୁଁ ପୁରା ସୁଟିଙ୍ଗରେ ରିତିକାଙ୍କୁ ରାଗରେ ଦେଖୁଥିଲି। କହୁଥିଲି କିଏ ଅଟେ ଇଏ ଯାହାର ଏତେ ଗର୍ବ। ମୋର ଯେବେ ଶର୍ଟ ଆସୁଥିଲା ମୁଁ ନର୍ଭସ ଥିଲି। ମତେ ଜଣାନଥିଲା କି କଣ କରିବାକୁ ହେବ।ସେବେ ମୁଁ ଏତେ ନର୍ଭସ ଥିଲି କି ଜଣାନଥିଲା କଣ ହେବ।ଠିକ ହେବ ବା ନାହିଁ। ସୁଟିଙ୍ଗ ପରେ ଡାଇରେକ୍ଟର ମୋର ପାଖକୁ ଆସିଲେ କହିଲେ ସାର ମାଇକ ବନ୍ଦ ଥିଲା ଆମକୁ ଆଉଥର କରିବାକୁ ହେବ। ଯେବେ ମୁଁ ଶର୍ଟ ପୁଣି ଦେବାକୁ ଗଲି ତ ରିତିକା ସେଠି ଥିଲେ। ସେ ମଧୁରତା ସହ ମତେ କହିଲେ କି କୌଣସି ସାହାଯ୍ୟ ଆବଶ୍ୟକ ହେଲେ କହିବ।ଏହା ଆମର ପ୍ରଥମ କଥାବାର୍ତ୍ତା ଥିଲା। ଏହା ପରେ ଘନିଷ୍ଟ ବନ୍ଧୁ ହୋଇଗଲୁ ଓ ପରେ ୨୦୧୫ରେ ବିବାହ କରିନେଲୁ”।
ରୋଚକ କଥା ଏହା କି ରୋହିତ ନିଜ ବିବାହ ବର୍ଷକ ଦିନ ନିଜ ଦିନିକିଆ କ୍ୟାରିଅରର ତୃତୀୟ ଦ୍ୱିତୀୟ ଶତକ ମାରିଥିଲେ। ସେ ୨୦୧୭ରେ ମୋହଲି ଷ୍ଟାଡିୟମରେ ଶ୍ରୀଲଙ୍କା ବିରୁଦ୍ଧରେ ନିଜ ଏକଦିବସିୟ କ୍ୟାରିଅରର ତୃତୀୟ ଦ୍ୱିତୀୟ ଶତକ ମାରି ନିଜ ବିବାହର ଦ୍ୱିତୀୟ ବର୍ଷ ପୁରାହେବାର ଉତ୍ସବ ପାଳନ କଲେ। ସେ ନଟ ଆଉଟ ରହି ୨୦୮ ରନ କରି ଶ୍ରୀଲଙ୍କା ବୋଲରଙ୍କୁ ବହୁତ ପିଟିଥିଲେ।ଭାରତ ୪ଟି ବ୍ୟାଟ୍ସମ୍ୟାନ ହରାଇ ୩୯୨ ରନ କରିଥିଲା।ଏହାର ଜବାବରେ ଶ୍ରୀଲଙ୍କା ଟିମ ୮ଟି ବ୍ୟାଟ୍ସମ୍ୟାନ ହରାଇ ୨୫୧ ରନ ହିଁ କରିପାରିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।