୧୯ ବର୍ଷୀୟ ଏହି ଖେଳାଳିଙ୍କ ଦ୍ୱାରା ପ୍ରଭାବିତ ଯୁବରାଜ-ପଠାନ୍, କହିଲେ ଏହି ଖେଳାଳି ଭବିଷ୍ୟତର ସ୍ୱତନ୍ତ୍ର ଖେଳାଳି ।

Yuvraj Irfan Pathan impressed by this 19-year-old player told special player of the future, Yuvraj, Irfan Pathan, Nitidina

ଜାମ୍ମୁ ଓ କାଶ୍ମୀରର ଖେଳାଳି ଅବ୍ଦୁଲ ସମଦ ଆଇପିଏଲ ୨୦୨୦ର ଖୋଜରେ ଜଣେ ଅଛନ୍ତି। ଡାହାଣ ହାତି ବିସ୍ପୋଟକ ବ୍ୟାଟ୍ସମ୍ୟାନ ସମଦ ଜଣେ ଲେଗ ସ୍ପିନର ଅଟନ୍ତି।ଆଇପିଏଲର ୧୩ ତମ ସଂସ୍କରଣରେ ସମଦ ସନରାଇଜର୍ସ ହାଇଦ୍ରାବାଦ ପାଇଁ ନିଜ ଆଇପିଏଲ ଆରମ୍ଭ କଲେ। କିଛି ମ୍ୟାଚ ପରେ ସମଦ ହାଇଦ୍ରାବାଦର ମିଡ଼ିଲ ଅଡରରେ ମୁଖ୍ୟ ଖେଳାଳି ହୋଇଗଲେ। ସମଦଙ୍କର ଖୋଲିକି ଖେଳିବା ଅନ୍ଦାଜ ଇଣ୍ଡିଆର ପୂର୍ବ ଅଲରାଉଣ୍ଡର ଯୁବରାଜ ସିଂ ଓ ଇରଫାନ ପଠାନଙ୍କୁ ବହୁତ ପ୍ରଭାବିତ କରିଛି। ସମଦଙ୍କ ପ୍ରତିଭାକୁ ଦେଖି ଏହି ଦୁଇ ମହାନ ଖେଳାଳୀ ତାଙ୍କୁ ଭବିଷ୍ୟତର ସ୍ପେଶାଲ ଖେଳାଳୀ କହିଛନ୍ତି।

Google

ଅବ୍ଦୁଲ ସମଦ ଆଇପିଏଲରେ ଜାମ୍ମୁ ଓ କାଶ୍ମୀର ପକ୍ଷରୁ ଖେଳୁଥିବା ତୃତୀୟ ଖେଳାଳି ଅଟନ୍ତି। ରବିବାରକୁ କ୍ୟାଲିଫାଏର ୨ ରେ ଏହି ଖେଳାଳି ଦିଲ୍ଲୀ ବିପକ୍ଷରେ ମାତ୍ର ୧୬ ବଲରେ ୩୩ରନ କରିଥିଲେ। ସେ ସେହି ପାରିରେ ଦୁଇଟି ଚୌକା ଓ ଦୁଇଟି ଛକା ମାରିଥିଲେ। ତଥାପି ଏହି ୧୯ ବର୍ଷୀୟ ଖେଳାଳି ଅଧିକ କିଛି କରିପାରିଲେ ନାହିଁ କାରଣ ଦିଲ୍ଲୀ କ୍ୟାପିଟଲ୍ସ ବିଶାଳ ୧୮୯ ରନ କରିଥିଲା।ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲର ଫାଇନାଲରେ ପହଁଚିଲା।

ସନରାଇଜର୍ସର ସମଦଙ୍କ ପାରି ଦେଖି କ୍ରିକେଟର ଇରଫାନ ପଠାନ ନିଜ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି,”ହଁ ତମକୁ ହାଇଦ୍ରାବାଦକୁ ଜିତାଇବା ଆବଶ୍ୟକ ଥିଲା କିନ୍ତୁ ତମ ଶକ୍ତି ଅନୁସାରେ ତମ ଖେଳ ଦେଖି ଗର୍ବ ଲାଗୁଛି। ପୂର୍ଵ କ୍ରିକେଟର ଏହି ଖେଳାଳୀଙ୍କୁ ସେବେ ଦେଖିଥିଲେ ଯେବେ ସେ ଜାମ୍ମୁ ଓ କାଶ୍ମୀର ପାଇଁ ଘରୋଇ କ୍ରିକେଟରେ ମେଣ୍ଟର କାମ କରୁଥିଲେ।

Google

ଯୁବରାଜ ସିଂ ମଧ୍ୟ ସମଦଙ୍କ ଖେଳ ଦେଖି ବହୁତ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି ଭବିଷ୍ୟତରେ ଜଣେ ବିଶେଷ ଖେଳାଳୀ ହୋଇପାରନ୍ତି। କାରଣ ସେ ଦିଲ୍ଲୀ କ୍ୟାପିଟଲ୍ସ ବିପକ୍ଷରେ ଅତି ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ଏହା ଉପରେ ଇରଫାନ କହିଛନ୍ତି ହଁ ମୋର ଭାଇ ତାଙ୍କ ପାଖରେ ପ୍ରତିଭା ଅଛି। ତାଙ୍କୁ କେବଳ ଫୋକସ ରଖିବା ଓ ବଡ଼ ଭାବିବାର ଆବଶ୍ୟକ ଅଛି।

କହିରଖିବୁ କି ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ଇଣ୍ଟରଭିଉରେ ୱେଷ୍ଟଇଣ୍ଡିଜର ପୂର୍ଵ ଖେଳାଳି ବ୍ରାୟନ ଲାରା ଅବ୍ଦୁଲ ସମଦ ଦ୍ଵାରା ବହୁତ ପ୍ରଭାବିତ ହୋଇଥିବା ଦେଖାଯାଇଛି। ଲାରା ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କୁ ଆଇପିଏଲ ୨୦୨୦ର ପ୍ରତିଭାଶାଳୀ ଖେଳାଳୀ କହିଛନ୍ତି। ୧୯ ବର୍ଷୀୟ ସମଦ ଆଇପିଏଲ ୨୦୨୦ରେ ୧୨ ଟି ମ୍ୟାଚ ଖେଳି ୨୨.୨୦ ଔସତରେ ୧୧୧ରନ କରିଛନ୍ତି। ତାଙ୍କ ଷ୍ଟାଇକ ରେଟ ୧୭୦.୭୬ ରହିଥିଲା ଓ ଏହି ଆଇପିଏଲ ସେ ୮ ଟି ଚୌକା ଓ ୬ ଟି ଛକା ମାରିଛନ୍ତି, ଯାହା ଦ୍ୱାରା ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *