IND VS ENG:ୟୁଜବେନ୍ଦ୍ର ଚହଲ ପ୍ରଥମ ଟି୨୦ରେ କଲେ ଖାସ ରେକର୍ଡ, ଭାରତର ଏହି ଷ୍ଟାର ବୋଲରଙ୍କୁ ପକାଇଲେ ପଛରେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟି୨୦ ମ୍ୟାଚର ପ୍ରଥମ ମୁକାବିଲାରେ ଭାରତୀୟ ଦଳକୁ ୮ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଛଡା ବୋଲର ମଧ୍ୟ କିଛି ଖାସ କରିପାରିଲେ ନାହିଁ। ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଜୋଶ ବଟଲରଙ୍କ ୱିକେଟ ଝଟକାଇଲେ କିନ୍ତୁ ସେ ଅଧିକ ମହଙ୍ଗା ସାବ୍ୟସ୍ତ ହେଲେ। ଚହଲ ୪ ଓଭରରେ ୪୪ ରନ ଖର୍ଚ୍ଚ କରିଦେଲେ ଯଦିଓ ସେ ଭାରତ ତରଫରୁ ଟି୨୦ ଅନ୍ତଃରାଷ୍ଟ୍ରୀୟରେ ସବୁଠାରୁ ଅଧିକ ୱିକେଟ ଅକ୍ତିଆର କରିଥିବା ଖେଳାଳୀ ହୋଇଯାଇଛନ୍ତି।

Google

ୟୁଜବେନ୍ଦ୍ର ଚହଲ ୪୭ଟି ଟି୨୦ ମ୍ୟାଚରେ ୬୦ଟି ୱିକେଟ ଅକ୍ତିଆର କରିଛନ୍ତି। ଯଶପ୍ରୀତ ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିରୁଦ୍ଧରେ ଟି୨୦ ସିରିଜ ଖେଳୁନାହାନ୍ତି। ତାଙ୍କ ନାମରେ ୫୦ଟି ମ୍ୟାଚରେ ୫୯ଟି ୱିକେଟ ଅଛି। ତୃତୀୟ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନ ଅଛନ୍ତି ଯିଏ ୪୬ଟି ମ୍ୟାଚରେ ୫୨ଟି ୱିକେଟ ଅକ୍ତିଆର କରିଛନ୍ତି।

ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ପ୍ରଥମ ଟି୨୦ ମ୍ୟାଚରେ କିଛି ଖାସ ପ୍ରଦର୍ଶନ କରିପାରିଲେ ନାହିଁ। ଦଳକୁ ପ୍ରଥମ ମ୍ୟାଚରେ ୮ ୱିକେଟରେ ପରାଜୟ ମିଳିଲା। ଭାରତୀୟ ଦଳ ପ୍ରଥମେ ଖେଳି ୭ ୱିକେଟରେ ୨୪ ରନ କଲେ। ଶ୍ରେୟସ ଅୟର ସବୁଠାରୁ ଅଧିକ ୬୭ ରନ କଲେ। ଜବାବରେ ଇଂଲଣ୍ଡ ଲକ୍ଷ୍ୟକୁ ୧୫.୩ ଓଭରରେ ୨ ୱିକେଟରେ ହରାଇ ବିଜୟ ଲାଭ କଲା।

Google

ଇଂଲଣ୍ଡ ଦଳ ୫ ମ୍ୟାଚର ସିରିଜରେ ୧-୦ର ବଢତି କରିନେଇଛନ୍ତି। ସିରିଜର ଦ୍ୱିତୀୟ ମ୍ୟାଚ ୧୪ ମାର୍ଚ୍ଚକୁ ଏହି ମୈଦାନରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଟି୨୦ ମ୍ୟାଚରେ ଦଳରେ ରୋହିତ ଶର୍ମାଙ୍କର ଫେରସ୍ତ ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.