୨୦୧୬ ରେ ପ୍ରଥମ ଥର ପାଇଁ ଭାରତ ପାଇଁ ଖେଳିବାର ସୁଯୋଗ ପାଇଲା । ସେ ୧୧ ଜୁନ୍ ୨୦୧୬ ରେ ଜିମ୍ବାୱେ ବିପକ୍ଷରେ ODI ଡେବ୍ୟୁ କରିଥିଲେ । ଏହା ପରେ ସେ ସେହି ମାସର ୧୮ ରେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ୍ ଖେଳିଥିଲେ । ଉଭୟ ମ୍ୟାଚ୍ ହାରେରେ ଖେଳାଯାଇଥିଲା ।

ୟୁଜଭେନ୍ଦ୍ର ଚହଲ ବର୍ତ୍ତମାନ ସମୟରେ ଟିମ ଇଣ୍ଡିଆର ଜଣେ ଗୁରୁତ୍ୱପୂର୍ଣ୍ଣ ବୋଲର ଅଟନ୍ତି । ନିଜ ଗୁଗଲି ସହିତ ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ନଚାଉଥିବା ଚହଲ ଏପର୍ଯ୍ୟନ୍ତ ୫୪ଟି ODI ଏବଂ ୪୫ଟି ଟି- ୨୦ ମ୍ୟାଚ ଖେଳିସାରିଛନ୍ତି । କ୍ରିକେଟରେ ତାଙ୍କର ଆରମ୍ଭ ସହଜ ହୋଇନଥିଲା । ଅଭ୍ୟାସ ପାଇଁ ତାଙ୍କୁ ଘରୁ ବହୁତ ଦୂରକୁ ଯିବାକୁ ପଡିଥିଲା । ଏହି କାରଣରୁ ତାଙ୍କର ଅଧିକାଂଶ ସମୟ ଭ୍ରମଣରେ ହିଁ ବିତିଯାଉଥିଲା । ବାପା ଚହଲଙ୍କ ସମସ୍ୟା ଦେଖିବା ପରେ କ୍ଷେତରେ ହିଁ ଏକ ପିଚ ତିଆରି କରି ଦେଇଥିଲେ । ଚହଲଙ୍କ ବାପା କେ. କେ ଚହଲ କପିଲ ଶର୍ମା ଶୋରେ ତାଙ୍କ ସଂଘର୍ଷର କାହାଣୀ କହିଥିଲେ ଏବଂ ଖୁଲାସା କରିଥିଲେ ।
କପିଲ ଶର୍ମା ତାଙ୍କୁ ପଚାରିଥିଲେ, ” କିପରି ଲାଗିଥାଏ ଯେତେବେଳେ ଲୋକମାନେ କହନ୍ତି ଯେ ଆପଣ ୟୁଜବେନ୍ଦ୍ର ଚହଲଙ୍କ ବାପା ବୋଲି ? ମୁଁ ଶୁଣିଛି ଆପଣଙ୍କ ବିଷୟରେ ଯେ ଆପଣ ଚହଲଙ୍କୁ କେତେ ସମର୍ଥନ କରିଛନ୍ତି । କ’ଣ ଆପଣ ମଧ୍ୟ କ୍ରିକେଟକୁ ଭଲ ପାଉଥିଲେ ? ଆପଣ କେବେ ଏହାକୁ ଗମ୍ଭୀର ଭାବରେ ନେଇଥିଲେ ?” ଏହା ଉପରେ କେ. କେ ଚହଲ କହିଛନ୍ତି, ” ଚହଲକୁ ନେଇ ମୋର ଗର୍ବ ହୋଇଥାଏ । ପ୍ରତ୍ୟେକ ବାପାମା ସବୁକ୍ଷେତ୍ରରେ ପିଲାମାନଙ୍କୁ ସହଯୋଗ କରିବାକୁ ଚେଷ୍ଟା କରନ୍ତି । ମୁଁ କଲେଜରେ କ୍ରିକେଟ ଖେଳୁଥିଲି । ସେ ଯେତେବେଳେ ୧୦ ବର୍ଷର ହୋଇଥିଲା ସେତେବେଳେ ଆମ ଜିଲ୍ଲାରେ ପଟୌଦି ଟ୍ରଫି ହେଉଥିଲା । ସେ ସକ୍ରିୟ ହେଉଥିଲେ । ସେଥିରେ ବୟସକୁ ନେଇ କୌଣସି ନିୟମ ନଥିଲା । “

ଚହଲଙ୍କ ବାପା ଆଗକୁ କହିଛନ୍ତି, ପଟୌଦି ଟ୍ରଫିରେ ଜିନ୍ଦ ଏବଂ ସିର୍ସା ଜିଲ୍ଲା ମଧ୍ୟରେ ଏକ ମ୍ୟାଚ ଥିଲା । ସେ ଏଥିରେ ଖେଳିବାକୁ ଯାଉଥିଲେ । ଆମ ଟିମର ୪-୫ ଖେଳାଳିଙ୍କ ଗାଡିର ଟାୟାର ପମ୍ପଚର ହୋଇଯାଇଥିଲା । ସମସ୍ତ ଖେଳାଳି ଦ୍ୱିତୀୟ ଗାଡିରେ ଥିଲେ । ସକାଳୁ ସକାଳୁ ପମ୍ପଚର କରିବା ଲୋକ କେହି ବି ମିଳିନଥିଲେ । ସେ ଅତ୍ୟଧିକ ସମୟ ହେବା କାରଣରୁ ଚହଲଙ୍କୁ ମ୍ୟାଚରେ ଖେଳିବାକୁ ସୁଯୋଗ ଦେଇଥିଲେ । ଚହଲ ୫ ଓଭରରେ ୪ ୱିକେଟ ନେଇଥିଲେ । ସେହି ଦିନ ପରେ ଅନୁଭବ ହେଲା ଯେ ସେ କିଛି କରିପାରିବ ।”
ଚହଲଙ୍କୁ ପ୍ରଥମଥର ଭାରତ ପାଇଁ ଖେଳିବାର ସୁଯୋଗ ୨୦୧୬ ମସିହାରେ ମିଳିଥିଲା । ଜିମ୍ବାୱେ ବିପକ୍ଷରେ ସେ ୧୧ ଜୁନ ୨୦୧୬ ରେ ODI ରେ ଡେବ୍ୟୁ କରିଥିଲେ । ଏହା ପରେ ସେହି ମାସର ୧୮ ତାରିଖରେ ନିଜର ପ୍ରଥମ ଟି-୨୦ ମ୍ୟାଚ ମଧ୍ୟ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ । ଉଭୟ ମ୍ୟାଚ ହରାରେଠାରେ ଖେଳାଯାଇଥିଲା । ଚହଲ ଏପର୍ଯ୍ୟନ୍ତ ODI ରେ ୯୨ ୱିକେଟ ନିଜ ନାମରେ କରିଛନ୍ତି । ସେହିପରି ଟି-୨୦ ରେ ସେ ୫୯ ୱିକେଟ ନେଇଛନ୍ତି । ODI ରେ ୨ ଏବଂ ଟି-୨୦ ରେ ଥରେ ସେ ମ୍ୟାଚରେ ୫ ୱିକେଟ ନିଜ ନାମରେ କରିଛନ୍ତି ।